ଆୟକର ବିଭାଗର ଅଭିନବ ଚଢ଼ଉ

Advertisment

ବାହାଘର ଅତିଥି ହୋଇ ପହଞ୍ଚିଲେ

ବାହାଘର ଅତିଥି ହୋଇ ପହଞ୍ଚିଲେ

ଆୟକର ବିଭାଗର ଅଭିନବ ଚଢ଼ଉ

ଭୋପାଳ: ମଧ୍ୟ ପ୍ରଦେଶରେ ଆୟକର ବିଭାଗର ଅଧିକାରୀମାନେ ଅଭିନବ ଢ଼ଙ୍ଗରେ ଚଢ଼ଉ କରିଛନ୍ତି। ଦୁଇଟି ତେଲ କଂପାନିର ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ଉ କରିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏତେ ବଡ଼ ଚଢ଼ଉ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇଥିଲା। ପାଖାପାଖି ୨୦୦ ଅଧିକାରୀଙ୍କୁ ଏଥିରେ ନିଯୁକ୍ତ କରାଯାଇଥିଲା। ସାଧାରଣ ଲୋକ କିମ୍ବା ଅନ୍ୟ କେହି ଯେଭଳି ଚଢ଼ଉ ବିଷୟରେ ଜାଣିନପାରିବେ ସେଥିପାଇଁ ଆୟକର ଅଧିକାରୀମାନେ ବିବାହ ପାର୍ଟିର ଅତିଥି ବେଶରେ ପହଞ୍ଚିଥିଲେ। ଦୁଇ ତେଲ କଂପାନିର ପ୍ରାୟ ୨୪ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଏହି ଅଭିଯାନ ସକାଳ ୫ଟା ୩୦ ମିନିଟ୍‌ରୁ ଆରମ୍ଭ ହୋଇଥିଲା। ଏହି ବଡ଼ ଧରଣର ଅଭିଯାନ ପାଇଁ ଆୟକର ବିଭାଗ ପକ୍ଷରୁ ସହରର ଟ୍ୟାକ୍ସି ଅପରେଟରଙ୍କଠାରୁ ୧୫୦ଟି କାର୍‌ ଭଡ଼ାରେ ଅଣାଯାଇଥିଲା। ପ୍ରତି ଗାଡ଼ିରେ ‘ଅଙ୍କୁର େଓ୍ଵଡସ୍‌ ସ୍ୱାତୀ’ ଏବଂ ‘ଚତୁର୍ବେଦୀ ପରିବାର ଆପ୍‌କା ସ୍ୱାଗତ କର୍‌ତା ହୈ (ଚତୁର୍ବେଦୀ ପରିବାର ଆପଣଙ୍କୁ ସ୍ୱାଗତ କରୁଛି) ଷ୍ଟିକର୍‌ ଲଗାଯାଇଥିଲା। ଏହି ଷ୍ଟିକର୍‌ଗୁଡ଼ିକର ଗାଡ଼ିର ଉଭୟ ଆଗ ଏବଂ ପଛରେ ଲଗାଯାଇଥିଲା। ଏହି ସବୁ ଗାଡ଼ିରେ ଆୟକର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ଚଢ଼ଉ କରିଥିଲେ।

ଟିମ୍‌ରେ ଥିଲେ ୨୦୦ ଅଧିକାରୀ
୧୫୦ ଗାଡ଼ି ଭଡ଼ାରେ ଅଣାଯାଇଥିଲା
ସବୁ ଗାଡ଼ିରେ ‘ଅଙ୍କୁର େଓ୍ଵଡସ୍‌ ସ୍ୱାତୀ’ ଷ୍ଟିକର୍‌
୨୪ଟି ସ୍ଥାନରେ ଚଢ଼ଉ

ଏହି ଅଭିନବ ଚଢ଼ଉ ବିଷୟରେ ଆୟକର ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଏତେ ସଂଖ୍ୟକ ଅଧିକାରୀଙ୍କୁ ଚଢ଼ଉରେ ସାମିଲ କରିବା ସହଜ ନଥିଲା। ସେଥିପାଇଁ ଗାଡ଼ି ଭଡ଼ାରେ ଆଣିବାକୁ ପଡ଼ିଥିଲା। ଆମ ଯୋଜନା ବିଷୟରେ ଯଦି କିଛି ବି ତଥ୍ୟ ଲିକ୍‌ ହୋଇଥାନ୍ତା ତେବେ ସବୁ କିଛି ଫେଲ୍‌ ମାରିଥାନ୍ତା। ଭଡ଼ାରେ ଅଣାଯାଇଥିବା ସବୁ ଗାଡ଼ିର ଡ୍ରାଇଭର୍‌ଙ୍କୁ ଫୋନ୍‌ ବ୍ୟବହାର କରିବା ବାରଣ କରାଯାଇଥିଲା। ଏ ବିଷୟରେ ଟ୍ୟାକ୍ସିର ମାଲିକମାନଙ୍କୁ ଆଗୁଆ ଜଣାଇ ଦିଆଯାଇଥିଲା। ମଧ୍ୟ ପ୍ରଦେଶର ମୋରେନା ଜିଲ୍ଲାରେ ଥିବା ଦୁଇ ତେଲ କଂପାନି ବି ଆର୍‌ ଅଏଲ୍‌ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ସୁରେଶ ଚନ୍ଦ୍ର ଜିନ୍ଦଲ ଏବଂ ଲକ୍ଷ୍ମୀ ଅଏଲ୍‌ ମିଲ୍‌ର ନାରାୟଣ ହରି ଗୁପ୍ତାଙ୍କ ସମ୍ପତ୍ତି ଉପରେ ଏହି ଚଢ଼ଉ କରାଯାଇଥିଲା। ଆୟକର ଅଧିକାରୀମାନଙ୍କୁ ମୋରେନା ପୁଲିସ ନିରାପତ୍ତା ଯୋଗାଇ ଦେଇଥିଲା। ଚଢ଼ଉ ବେଳେ ଆୟକର ଅଧିକାରୀମାନେ ଅନେକ ଦଲିଲ୍‌ ଜବତ କରିଛନ୍ତି। ଆସନ୍ତା କାଲି ମଧ୍ୟ ଚଢ଼ଉ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe