ଖାଇବା ତେଲ ସମସ୍ୟା ଦୂର ହେବାକୁ ୧୫ ବର୍ଷ ଲାଗିବ: ଦରକାର ୨୩ ନିୟୁତ ଟନ୍, ଉତ୍ପାଦନ ୧୦ ନିୟୁତ ଟନ୍

Advertisment
ଖାଇବା ତେଲର ମୂଲ୍ୟ ୧୦ରୁ ୧୨ ଟଙ୍କା ହ୍ରାସ

Dreamstime.com

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ମହଙ୍ଗା ଖାଇବା ତେଲ ସମସ୍ୟାରୁ ନିସ୍ତାର ମିଳିବ ନାହିଁ। ଏହି ସଙ୍କଟ ଦୂର ହେବାକୁ ଅତିକମ୍‌ରେ ୧୫ ବର୍ଷ ସମୟ ଲାଗିବ ବୋଲି ସୋଲ୍‌ଭେଣ୍ଟ୍‌ ଏକ୍ସଟ୍ରାକ୍ଟର ଆସୋସିଏସନ୍ ପକ୍ଷରୁ ଆକଳନ କରାଯାଇଛି। ସଂଘର କାର୍ଯ୍ୟନିର୍ବାହୀ ନିର୍ଦେଶକ ବି ଭି ମେହତା କହିଛନ୍ତି ଯେ ଭାରତରେ ଉତ୍ପାଦନ ଓ ବ୍ୟବହାର ମଧ୍ୟ‌ରେ ବହୁତ ଅନ୍ତର ରହିଛି। ଭାରତ ଏହାର ଆବଶ୍ୟକତାର ୬୫% ପ୍ରତିଶତ ଖାଇବା ତେଲ ଆମଦାନି କରୁଛି। ଗତ ଚାରି ବର୍ଷ ଭିତରେ ତେଲ ବ୍ୟବହାରରେ ୧୭% ଭଳି ବୃଦ୍ଧି ହୋଇଛି।

ଦେଶରେ ୨୦୨୧-୨୨ରେ ପ୍ରାୟ ୨୩ ନିୟୁତ ଟନ୍ ତେଲ ବ୍ୟବହାର ହୋଇଛି। ସେହି ସମୟରେ ଘରୋଇ ଉତ୍ପାଦନ ମାତ୍ର ୧୦ ନିୟୁତ ଟନ୍ ରହିଛି। ଯେ‌ପର୍ଯ୍ୟନ୍ତ ଦେଶରେ ତୈଳବୀଜ ଉତ୍ପାଦନ ନବଢ଼ିଛି ସେତେ ଦିନ ପର୍ଯ୍ୟନ୍ତ ଭାରତକୁ ଖାଇବା ତେଲ ଆମଦାନି କରିବାକୁ ପଡ଼ିବ। ପର୍ଯ୍ୟାପ୍ତ ପରିମାଣର ତୈଳବୀଜ ଉତ୍ପାଦନ ନହେବାର ଏକ ପ୍ରମୁଖ କାରଣ ହେଉଛି ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍‌ପି ବ୍ୟବସ୍ଥା। ୨୦୧୫-୧୬ ପରଠାରୁ ଦେଶରେ ତୈଳବୀଜ ଉତ୍ପାଦନ ଗୋଟିଏ ସ୍ତରରେ ରହିଯାଇଛି।
ଭାରତରେ ପାମ୍ ଅଏଲ୍‌ର ଚାହିଦା ଅଧିକ ରହିଛି। ଦେଶରେ ପାମ୍ ଅଏଲ୍‌ ଉତ୍ପାଦନ ବଢ଼ିଲେ ଖାଇବା ତେଲ ଯୋଗାଣରେ ସୁଧାର ହୋଇପାରିବ ବୋଲି ଶ୍ରୀ ମେହତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe