ଆଇଟିଆଇ, ପଲିଟେକ୍‌ନିକ୍ ଅଧ୍ୟକ୍ଷଙ୍କ ପାଇଁ ନେତୃତ୍ବ ବିକାଶ କର୍ମଶାଳା

Advertisment
ଆଇଟିଆଇ, ପଲିଟେକ୍‌ନିକ୍ ଅଧ୍ୟକ୍ଷଙ୍କ ପାଇଁ ନେତୃତ୍ବ ବିକାଶ କର୍ମଶାଳା

National Skills Network

ଭୁବନେଶ୍ବର: ରାଜ୍ୟର ୪୯ଟି ଆଇଟିଆଇ ଓ ୩୭ଟି ପଲିଟେକ୍‌ନିକ୍ ଅନୁଷ୍ଠାନର ଅଧ୍ୟକ୍ଷମାନଙ୍କୁ ନେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସ୍‌ଡିଏ) ଅଧୀନରେ ୱାର୍ଲଡ୍ ସ୍କିଲ୍ ସେଣ୍ଟର୍‌ଠାରେ ଏକ ନେତୃତ୍ବ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଏସ୍‌ଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ରାଜ୍ୟର ଆଇଟିଆଇ ଓ ପଲିଟେକ୍‌ନିକଗୁଡ଼ିକ କେବଳ ଦକ୍ଷତା ବିକାଶ ନୁହେଁ ବରଂ ମାନବ ରୂପାନ୍ତରଣ କେନ୍ଦ୍ର ସ୍ଥଳୀ ହେବେ। ଏହି ସଂସ୍ଥାଗୁଡ଼ିକ ବ୍ଲକ୍ ଓ ଜିଲ୍ଲା ସ୍ତରରେ କିଭଳି ନୂତନ ଦିଗଦର୍ଶନ ଦେଇପାରିବେ ସେ ଉପରେ ଏକ ବିଶେଷ ଆଲେଖ୍ୟକୁ ବାଗ୍‌ଚୀ ଉପସ୍ଥାପନ କରିଥିଲେ। ସେ କହିଛନ୍ତି ଯେ ପ୍ରଥମେ ତାଲିମ ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ଦୃଢ଼ କରିବାକୁ ହେବ। ଏହା ସହିତ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇଟିଆଇ ଓ ପଲିଟେକ୍‌ନିକ୍‌କୁ ନେଇ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ଆଇଟିଆଇରୁ ଅନ୍ତତଃ ୧୦ଜଣ ପ୍ରଶିକ୍ଷାର୍ଥୀ ପରବର୍ତୀ ପର୍ଯ୍ୟାୟରେ ପଲିଟେକ୍‌ନିକ୍, ଏସ୍‌ଡିଆଇ କିମ୍ବା ଡବ୍ଲୁଏସ୍‌ସିରେ ତାଲିମ ନେବେ ଓ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜିଲ୍ଲା ସ୍ତର‌ରେ ପ୍ରତି ଆଇଟିଆଇ ଓ ପଲିଟେକ୍‌ନିକ୍ କ୍ରୀଡ଼ା ଉତ୍ସବ ଆୟୋଜନ କରିବେ। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର କ୍ରିକେଟ ଓ ଫୁଟବଲ୍ ଦଳ ଗଢ଼ିବାକୁ ସେ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ରେଘୁ ଜି, ୱାର୍ଲଡ୍ ସ୍କିଲ୍‌ ସେଣ୍ଟର୍‌ର ସଙ୍ଗରନ ଗୋପାଳ, କ୍ରୁଟ୍‌ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର, ଅତିରିକ୍ତ ‌ପୁଲିସ କମିସନର ଡ. ଉମାଶଙ୍କର ଦାସ, ସି ଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଅଧ୍ୟକ୍ଷ ଡକ୍ଟର ସଞ୍ଜୀବ କୁମାର ରାଉତ ଓ ଜୁଫ୍ରେସ୍ ଫୁଡ୍‌ସର ସହ ପ୍ରତିଷ୍ଠାତା ଅମ୍ବିକା ଶତପଥୀ ଯୋଗଦେଇ ନିଜର ବୃତ୍ତିଗତ ଅଭିଜ୍ଞତା ବାଣ୍ଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ ରେଣୁପ୍ରଭା ନାୟକ, ଉପନିର୍ଦେଶକ ଅଜୟ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe