ଦିଲ୍ଳୀରେ ରେ‌ଷ୍ଟୁରାଣ୍ଟ ଖୋଲିବାଠାରୁ ବନ୍ଧୁକ କିଣିବା ସହଜ : ଅର୍ଥନୈତିକ ସର୍ଭେ ରିପୋର୍ଟ

Advertisment
ଦିଲ୍ଳୀରେ ରେ‌ଷ୍ଟୁରାଣ୍ଟ ଖୋଲିବାଠାରୁ ବନ୍ଧୁକ କିଣିବା ସହଜ : ଅର୍ଥନୈତିକ ସର୍ଭେ ରିପୋର୍ଟ

(Photo | Shekhar Yadav)

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହା ପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ ବି ସୁବ୍ରମଣ୍ୟମ୍ ଶୁକ୍ରବାର ନିଜର ମତ ରଖି କହିଛନ୍ତି ଯେ ଭାରତ ବିଶ୍ବ ବ୍ୟାଙ୍କ୍‌ର ଡୁଇଂ ବିଜିନେସ୍‌ ରାଙ୍କିଂ ( ବ୍ୟବସାୟ କରିବା ଲାଗି ଅନୁକୂଳ ବାତାବରଣ ସୂଚୀ)ରେ  ୭୯ ଅଙ୍କ  ଆଗେଇ ଯାଇଛି ।  ୨୦୧୪ ମସିହାରେ ଭାରତ ୧୪୨ ରାଙ୍କ୍‌ରେ ଥିବା ବେଳେ ୨୦୧୯ରେ ୬୩ ରାଙ୍କ୍‌ରେ ପହଞ୍ଚିଛି। ତେବେ ସର୍ଭେରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଦେଶ ଏବେ ବ୍ୟବସାୟ ଲାଗି ଅନୁକୂଳ ବାତାବରଣ, ସମ୍ପତ୍ତି ପଞ୍ଜିକରଣ କରିବା କିମ୍ବା କର ଭରଣା ଆଦି କ୍ଷେତ୍ରରେ ପଛୁଆ ରହିଛି।

ଅନ୍ୟ ‌ଦେଶ ତୁଳନାରେ ଭାରତରେ ରେଷ୍ଟୁରାଣ୍ଟଟିଏ  ଖୋଲିବାରେ ଯେ କେତେ ସମସ୍ୟା ତାହା ମଧ୍ୟ ସର୍ଭେରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି। ଚୀନ ଏବଂ ସିଙ୍ଗାପୁର୍‌ ପରି ସହରରେ ରେଷ୍ଟୁରାଣ୍ଟ୍‌ଟିଏ ଖୋଲିବା ପାଇଁ ମାତ୍ର ୪ଟି ଲାଇସେନ୍ସ ଆବଶ୍ୟକ ପଡୁଥିବା ବେଳେ ଭାରତରେ ତା’ଠାରୁ ଢ଼େର ଅଧିକ ଲାଇସେନ୍ସର ଆବଶ୍ୟକ ପଡୁଛି।

publive-image www.newindianexpress.com

ଦିଲ୍ଳୀରେ ଛୋଟ ଭୋଜନାଳୟଟିଏ ଖୋଲିବା ପାଇଁ ସମୁଦାୟ ୨୬ ପ୍ରକାରର ଦସ୍ତାବିଜ  ଆବଶ୍ୟକ ହେଉଥିବା ବେ‌ଳେ ବେଙ୍ଗାଲୁରୁରେ ୩୬ଟି ଏବଂ ମୁମ୍ବାଇରେ ୨୨ଟି ଦସ୍ତାବିଜ ଦରକାର ପଡ଼ୁଛି । ସେହିପରି ଦିଲ୍ଲୀରେ ବଡ଼ ଧରଣର ରେଷ୍ଟୁରାଣ୍ଟ୍‌ଟିଏ ଖୋଲିବାକୁ ଦିଲ୍ଳୀ ପୁଲିସ୍‌ଠାରୁ ‘ପଲିସ୍‌ ଇଟିଂ ହାଉସ୍‌ ଲାଇସେନ୍ସ’ ଦରକାର,  ଯେଉଁଥିପାଇଁ କି ୪୫ ପ୍ରକାର ଦସ୍ତାବିଜ  ଆବଶ୍ୟକ । ଅନ୍ୟ ପକ୍ଷରେ  ଏକ ବନ୍ଧୁକ କିଣିବା ପାଇଁ ମାତ୍ର ୧୯ଟି ଦସ୍ତାବିଜର ଆବଶ୍ୟକତା ହୋଇଥାଏ।

ଭାରତରେ ବ୍ୟବସାୟ କରିବାକୁ ହେଲେ ଜଣେ ବ୍ୟବସାୟୀଙ୍କୁ ୧୦ଟି ପ୍ରକ୍ରିୟା ଦେଇ ଯିବାକୁ ହୋଇଥାଏ, ଯେଉଁଥିପାଇଁ କି ସମୁଦାୟ ୧୭-୧୮ ଦିନ ସମୟ ଲାଗିଯାଏ। ସେହିପରି ଇଣ୍ଡୋନେସିଆ ଓ ବ୍ରାଜିଲ୍‌ରେ ବ୍ୟବସାୟ କରିବା ପାଇଁ ଭାରତଠାରୁ ଆଉ ଗୋଟିଏ ପ୍ରକ୍ରିୟା ଅଧିକ ଦେଇ ଯିବାକୁ ହୋଇଥାଏ। ଇଣ୍ଡୋନେସିଆରେ ବ୍ୟବସାୟୀକ ସଂସ୍ଥା ଖୋଲିବା ପାଇଁ ଭାରତଠାରୁ ୪ ଦିନ କମ୍‌ ସମୟ ଲାଗୁଥିବା ବେଳେ ଭାରତରେ ବ୍ୟବସାୟ ପାଇଁ ଯେତିକି ଦିନ ଲାଗିଯାଏ ବ୍ରାଜିଲ୍‌ରେ ବି ସେତିକି ଦିନ ଲାଗି ଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe