ଭୁବନେଶ୍ବର: ୟୁଟ୍ୟୁବରେ ସର୍ବାଧିକ ଦେଖାଯାଇଥିବା ନ୍ୟୁମେରୋଲୋଜି ଅଧିବେଶନକୁ ହୋଷ୍ଟ କରି ବିଶିଷ୍ଟ ନ୍ୟୁମେରୋଲୋଜିଷ୍ଟ ଜେ.ସି. ଚୌଧୁରୀ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମ ହୋଇଥିବା ଏକ ନ୍ୟୁମେରୋଲୋଜି ଆଲୋଚନାକୁ ଅଧିକ ଦର୍ଶକ ଦେଖିଥିବାରୁ ତାଙ୍କୁ ଗିନିସ୍ ୱାର୍ଲଡ ରେକର୍ଡରେ ସମ୍ମାନିତ କରାଯାଇଛି। ଜାନୁଆରି ୧ରେ ଆୟୋଜିତ ଉକ୍ତ ଅଧିବେଶନର ପ୍ରସଙ୍ଗ ଥିଲା ‘ନାମର ଶକ୍ତି-ଜୀବନର ଚତୁର୍ଥ ଆଧାର’। ଏହି ଅଧିବେଶନରେ ପ୍ରାୟ ୬୦୦୦ ଦର୍ଶକ ଅଂଶଗ୍ରହଣ କରିଥିଲେ। ସଂଖ୍ୟା ବିଜ୍ଞାନ ଉପରେ ସର୍ବାଧିକ ଦେଖାଯାଉଥିବା ଲାଇଭ ଅଧିବେଶନ ଆୟୋଜନ କରି ସମ୍ମାନଜନକ ଗିନିସ ୱାଲର୍ଡ ରେକର୍ଡ ହାସଲ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ନ୍ୟୁମେରୋ ପ୍ରାଇଭେଟ ଲିମିଟେଡ ତଥା ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ନ୍ୟୁମେରୋଲୋଜିର ଚେୟାରମ୍ୟାନ ଶ୍ରୀ ଚୌଧୁରୀ କହିଛନ୍ତି। ସେ ମଧ୍ୟ ଆକାଶ ଏଜୁକେଶନାଲ ସର୍ଭିସେସ ଫାଉଣ୍ଡେସନର ପ୍ରତଷ୍ଠାତା ଓ ଚେୟାରମ୍ୟାନ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us