ସାମ୍ନାକୁ ଆସିଲେ ଜ୍ୟାକ୍ ମା’

ଆଣ୍ଟ୍‌ ଗ୍ରୁପ୍‌ରୁ ନିୟନ୍ତ୍ରଣ ହରାଇଲେ ଜ୍ୟାକ୍‌ ମା

Business Today

ହଂକଂ: ଗତ ଅକ୍ଟୋବର ଠାରୁ ସର୍ବସାଧାରଣରେ ଦେଖାଦେଇନଥିବା‌ ଚୀନ୍‌ର ପ୍ରମୁଖ ଧନୀ ତଥା ଆଲିବାବା ଗ୍ରୁପ୍‌ର ମୁଖ୍ୟ ଜ୍ୟାକ୍ ମା’ ସାମ୍ନାକୁ ଆସିଛନ୍ତି। ତାଙ୍କର ଏକ ଭିଡିଓ ବାର୍ତା ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ସେହି ଭିଡିଓ ସତ ବୋଲି ତାଙ୍କ ଦାତବ୍ୟ ଅନୁଷ୍ଠାନ ‘ଜ୍ୟାକ୍‌ ମା’ ଫାଉଣ୍ଡେସନ’ ତରଫରୁ ସ୍ପଷ୍ଟ କରାଯାଇଛି। ଦୀର୍ଘଦିନ ପରେ ଜ୍ୟାକ୍‌ ମା’ଙ୍କ ଏକ ଭିଡିଓ ଆସିଛି। ଚୀନ୍‌ର ଝେଜିଆଙ୍ଗ୍‌ ପ୍ରଦେଶ ସରକାରଙ୍କ ସହଯୋଗୀ ସଂସ୍ଥା ଟିଆନ୍‌ମୁ ନିଉଜ୍‌ ତରଫରୁ ଏହି ଭିଡିଓ ଜାରି କରାଯାଇଛି।

ଏହି ପ୍ରଦେଶର ସହ ହାଙ୍ଗଝୁରେ ଜ୍ୟାକ୍ ମା’ଙ୍କ କଂପାନି ଆଲିବାବାର କାର୍ଯ୍ୟାଳୟ ରହିଛି। ସେ ଚୀନ୍‌ର ଗ୍ରାମୀଣ ଅଞ୍ଚଳରେ ଥିବା ଶିକ୍ଷକମାନଙ୍କ ସହ ଭାବ ବିନିୟମ କରୁଥିବା ସେଥିରେ ଦେଖିବାକୁ ମିଳୁଛି। ଜଣେ ଇଂରାଜି ଶିକ୍ଷକରୁ ଦେଶର ଅନ୍ୟତମ ବଡ଼ ଧନୀ ହୋଇଥିବା ଜ୍ୟାକ୍ ଦାତବ୍ୟ କାର୍ଯ୍ୟ‌ରେ ମଧ୍ୟ ସକ୍ରିୟ ଅଛନ୍ତି। ଜ୍ୟାକ୍ ମା’ଙ୍କ ଅନ୍ୟତମ କଂପାନି ଆଣ୍ଟ୍‌ ଗ୍ରୁପ୍‌ର ଷ୍ଟକ ବଜାର ପ୍ରବେଶ ପୂର୍ବରୁ ଚୀନ୍ ସରକାର ବଡ଼ ଧରଣର କଟକଣା ଲଗାଇଥିଲେ। ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ ମୁହଁ ଖୋଲିବା ସହ ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କକୁ ବୁଢ଼ା ଲୋକଙ୍କ ସଂସ୍ଥା ବୋଲି କହିଥିଲେ। ଏହାର କିଛି ଦିନ ପରେ ତାଙ୍କୁ ଆଉ ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ତିନି ମାସ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ନମିଳିବାରୁ ଚୀନ୍‌ ସରକାର ତାଙ୍କୁ ନଜର ବନ୍ଦୀ କରି ରଖିଥିବା ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe