ପତଞ୍ଜଳି ଯୋଗପୀଠରେ ଜଡ଼ି ବୁଟି ଦିବସ: ଆଚାର୍ଯ୍ୟ ବାଳକ୍ରିଷ୍ଣଙ୍କ ଜନ୍ମଦିନ ପାଳିତ

ପତଞ୍ଜଳି ଯୋଗପୀଠରେ ଜଡ଼ି ବୁଟି ଦିବସ: ଆଚାର୍ଯ୍ୟ ବାଳକ୍ରିଷ୍ଣଙ୍କ ଜନ୍ମଦିନ ପାଳିତ

ନୂଆଦିଲ୍ଲୀ: ହରିଦ୍ବାରସ୍ଥିତ ପତଞ୍ଜଳି ଯୋଗପୀଠର ଯୋଗଭବନରେ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ଏବଂ ପତଞ୍ଜଳି ବିଶ୍ବବିଦ୍ୟାଳୟ ପକ୍ଷରୁ ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ସଭାପତି ଆଚାର୍ଯ୍ୟ ବାଳକ୍ରିଷ୍ଣଙ୍କ ୫୦ତମ ଜନ୍ମଦିନକୁ ସ୍ବର୍ଣ୍ଣ ଦିବସ ମହତ୍ସୋବ ଓ ଜଡ଼ି ବୁଟି ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଉତ୍ତରାଖଣ୍ଡର ରାଜ୍ୟପାଳ ଲେଫ୍‌ଟନାଣ୍ଟ୍‌ ଜେନେରାଲ୍‌ ଗୁରମିତ ସିଂହ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ତିନି କ୍ୟାବିନେଟ ମନ୍ତ୍ରୀ ସୁବୋଧ ଉନିୟଲ, ଡ. ଧନସିଂହ ରାୱତ ଏବଂ ପ୍ରେମଚନ୍ଦ୍ର ଅଗ୍ରୱାଲ ଯୋଗଦେଇ ଆୟୁର୍ବେଦ ପ୍ରତି ଆଚାର୍ଯ୍ୟଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ପତଞ୍ଜଳି ବିଶ୍ବବିଦ୍ୟାଳୟ, ପତଞ୍ଜଳି ଆୟୁର୍ବେଦ କଲେଜ, ବୈଦିକ ଗୁରୁକୁଲମ, ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକ ଓ ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ମଧ୍ୟ ଆଚାର୍ଯ୍ୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପତଞ୍ଜଳି ବିଶ୍ବବିଦ୍ୟାଳୟର କୁଳପତି ବାବା ରାମଦେବ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ଅନୁଷ୍ଠାନର ଯୋଗଦାନ ସଂପର୍କରେ ବିସ୍ତୁତ ବିବରଣୀ ଉପସ୍ଥାପନ କରିଥିଲେ। ପତଞ୍ଜଳି ଅନୁସନ୍ଧାନ ପକ୍ଷରୁ ପ୍ରକାଶିତ ୭୫ ଭଲ୍ୟୁମ୍‌ର ୱାର୍ଲଡ୍‌ ହର୍‌ବାଲ୍‌ ଏନ୍‌ସ୍ଲାଇକୋପିଡିଆ ଓ ସୋମା ନାୟରଙ୍କ ଦ୍ବାରା ଲିଖିତ ଆଚାର୍ଯ୍ୟ ବାଳକ୍ରିଷ୍ଣଙ୍କ ଜୀବନୀ ଉପରେ ଆଧାରିତ ‘ସାଧନା ସେ ସୂଜନ’କୁ ଉନ୍ମୋଚନ କରାଯାଇଥିଲା। ଏଥି ସହିତ ୫୧ଟି ନୂଆ ଓୗଷଧର ଲୋକାର୍ପଣ କରାଯାଇଛି। ଆଚାର୍ଯ୍ୟ ବାଲକ୍ରିଷ୍ଣଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ବାର୍ତାକୁ ମଧ୍ୟ ପାଠ କରାଯାଇଥିଲା। ରକ୍ତଦାନ ଶିବିର ଓ ବୃକ୍ଷ‌ରୋପଣ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯ‌ାଇଥିଲା। ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ପତଞ୍ଜଳି ଯୋଗ ଅନୁଷ୍ଠାନ ପକ୍ଷରୁ ଦେଢ଼ ଲକ୍ଷ ତ୍ରିରଙ୍ଗା ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଦାନ କରାଯିବ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe