ଜାଗୁଆର ଲ୍ୟାଣ୍ଡ୍‌ ରୋଭର ଆରମ୍ଭ କଲା  ଲ୍ୟାଣ୍ଡ୍‌ ରୋଭର ଜର୍ଣ୍ଣି ଅଭିଯାନ

Advertisment
ଜାଗୁଆର ଲ୍ୟାଣ୍ଡ୍‌ ରୋଭର ଆରମ୍ଭ କଲା  ଲ୍ୟାଣ୍ଡ୍‌ ରୋଭର ଜର୍ଣ୍ଣି ଅଭିଯାନ

ନୂଆଦିଲ୍ଲୀ : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ  ଦେଶର ଲ୍ୟାଣ୍ଡ ରେଭର ମାଲିକମାନଙ୍କ ପାଇଁ ଲ୍ୟାଣ୍ଡ୍‌ ରୋଭର ଜର୍ଣ୍ଣି ନାମକ ଅଭିଯାନ ଆରମ୍ଭ କରାଯାଇଛି। ଏହା ଜାନୁୟାରୀ ୨୬ ଠାରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ବ୍ରହ୍ମପୁତ୍ରଠାରୁ ଆରମ୍ଭ ହେବ। ଗ୍ରାହକ ସେମାନଙ୍କ ଲ୍ୟାଣ୍ଡ ରୋଭର ଯାନ ମାଧ୍ୟମରେ ଏହି ଅଭିଯାନ ଦ୍ୱାରା ଭାରତର ବହୁବିଧ ସାଂସ୍କୃତିକ କ୍ଷେତ୍ରର ଆନନ୍ଦ ନେଇ ପାରିବେ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି  ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ‘ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ  ଦେଶର ଲ୍ୟାଣ୍ଡ ରେଭର ମାଲିକମାନଙ୍କ ପାଇଁ ଲ୍ୟାଣ୍ଡ୍‌ ରୋଭର ଜର୍ଣ୍ଣି ନାମକ ଆରମ୍ଭ ହେବାକୁଥିବା ଏହି ଅଭିଯାନ ଗ୍ରାହକଙ୍କୁ ନୂତନ ଅନୁଭୁତି ପ୍ରଦାନ କରିବାକୁ ସକ୍ଷମ ହେବ। ଏଥିରେ ତାଲିମ୍‌ ପ୍ରାପ୍ତ ଇନଷ୍ଟ୍ରକଟର ଟିମ୍‌ ଅଂଶଗ୍ରହଣକାରୀଙ୍କୁ ଆବଶ୍ୟକ ଲଜିଷ୍ଟିକ ସହାୟତା ପ୍ରଦାନ କରିବେ।

ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍‌ ରୋଭର ରେ୍‌ ମଧ୍ୟରେ ଡିସକଭର  ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଅଲ ନିୟୁ ଡିସକଭର ମୂଲ୍ୟ ୭୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ନିୟୁ ରେ୍‌ ରୋଭର ଭେଲାର ମୂଲ୍ୟ ୮୨.୯୦ ଲକ୍ଷ ଟଙ୍କା, ରେଞ୍ଜ୍‌ ରୋଭର ସ୍ପୋର୍ଟସ୍‌ ମୂଲ୍ୟ ୧୦୨.୪୬ ଲକ୍ଷ ଟଙ୍କା ଏବଂ ରେ ରୋଭର ମୂଲ୍ୟ ୧୭୯.୫୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe