Jamnalal Bajaj Award: ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ଜମନାଲାଲ ବଜାଜ ପୁରସ୍କାର

Advertisment

ସମ୍ମାନଜନକ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ ସମାରୋହ ମୁମ୍ବାଇରେ ଗତକାଲି ଅ‌ନୁଷ୍ଠିତ ହୋଇଯାଇଛି। ଲୋକଙ୍କ ସେବା ଏବଂ ଗାନ୍ଧୀଙ୍କ ମୂଲ୍ୟବୋଧରେ ବ୍ରତୀ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂସ୍ଥା ପକ୍ଷରୁ ୪୭ତମ  ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ମାନଜନକ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ ସମାରୋହ ମୁମ୍ବାଇରେ ଗତକାଲି ଅ‌ନୁଷ୍ଠିତ ହୋଇଯାଇଛି। ଲୋକଙ୍କ ସେବା ଏବଂ ଗାନ୍ଧୀଙ୍କ ମୂଲ୍ୟବୋଧରେ ବ୍ରତୀ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂସ୍ଥା ପକ୍ଷରୁ ୪୭ତମ  ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଛି।

dgdadgzvcvcv

ମୁମ୍ବାଇ: ସମ୍ମାନଜନକ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ ସମାରୋହ ମୁମ୍ବାଇରେ ଗତକାଲି ଅ‌ନୁଷ୍ଠିତ ହୋଇଯାଇଛି। ଲୋକଙ୍କ ସେବା ଏବଂ ଗାନ୍ଧୀଙ୍କ ମୂଲ୍ୟବୋଧରେ ବ୍ରତୀ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂସ୍ଥା ପକ୍ଷରୁ ୪୭ତମ  ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କୃତ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ ଗୁଜରାଟର ହସମୁଖ ବାବୁଭାଇ ପଟେଲ। ଗଠନମୂଳକ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ତାମିଲନାଡ଼ୁର ପିଏମ୍‌ ମୁରୁଗେସନଙ୍କୁ ଗ୍ରାମୀଣ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର ବ୍ୟବହାର ନିମନ୍ତେ, ମହାରାଷ୍ଟ୍ରର ତ୍ରିବେଣୀ ଆଚାର୍ଯ୍ୟଙ୍କୁ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଏବଂ ରୁଷ୍‌ର ସେକଚେଭା ଲ୍ୟୁଡମିଲା ଲିଓନିଡୋଭ୍ନାଙ୍କୁ ଭାରତ ବାହାରେ ଗାନ୍ଧୀଙ୍କ ମୂଲ୍ୟବୋଧକୁ ପ୍ରଚାରପ୍ରସାର ପାଇଁ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଛି।

ବିଜେତାମାନଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି, ପ୍ରଶଂସାପତ୍ର ଏବଂ ଟ୍ରଫି ଦିଆଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ପୂଜ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀଜୀ ମହାରାଜ ଯୋଗ ଦେଇଥିଲେ। ଜମନାଲାଲ ବଜାଜ ପ୍ରତିଷ୍ଠାନ ବୋର୍ଡର ଟ୍ରଷ୍ଟି ଶେଖର ବଜାଜ, ଟ୍ରଷ୍ଟି ତଥା ଅଧ୍ୟକ୍ଷ ଡ. ଆର୍‌ଏ ମାସେଲକର ଏବଂ ପ୍ରତିଷ୍ଠାନର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ପୂର୍ବରୁ ଏହି ପୁରସ୍କାର ବାବଦରେ ୧୦ ଲକ୍ଷ ଟଙ୍କାର ଅର୍ଥରାଶି ଦିଆଯାଉଥିବାବେଳେ ୨୦୨୩ ମସିହାରୁ ଏହାକୁ ୨୦ ଲକ୍ଷ ଟଙ୍କା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe