Human Washing Machine: ବଜାରକୁ ଆସିଲାଣି ମଣିଷକୁ ସଫା କରିବା ମେସିନ୍

ୱାସିଂ ମେସିନରେ ପୋଷାକ ସଫା କରାଯାଉଥିବା ତ ସମସ୍ତେ ଜାଣିଛନ୍ତି । ଏଣିକି ବଜାରକୁ ଏମିତି ମେସିନ ଆସିଲାଣି, ଯାହା ମଣିଷକୁ ସହଜ‌ରେ ସଫା କରିଦେବ। ମୂଲ୍ୟ ରହିଛି ପ୍ରାୟ ୩.୨ କୋଟି ଟଙ୍କା।

images

Human Washing Machine Photograph: (@instagram)

ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟା ଜଗତରେ ପ୍ରତିଦିନ ନୂଆନୂଆ ଜିନିଷ ଦେଖିବାକୁ ମିଳିଥାଏ। ଏହି କ୍ରମରେ ଦେଖିବାକୁ ଗଲେ ଜାପାନରେ ଉଦ୍ଭାବନ ହୋଇଥିବା ଏକ ମ୍ୟାସିନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ମ୍ୟାସିନ ମଣିଷକୁ ସଫା କରୁଥିବା ନେଇ ଦାବି କରାଯାଉଛି।  

ବଜାରକୁ ଆସିଲାଣି ମଣିଷକୁ ସଫା କରୁଥିବା ମେସିନ୍

ୱାସିଂ ମେସିନରେ ପୋଷାକ ସଫା କରାଯାଉଥିବା ତ ସମସ୍ତେ ଜାଣିଛନ୍ତି କିନ୍ତୁ ମଣିଷକୁ ସଫା କରିବା ମେସିନ ଆସିବା ନିଶ୍ଚିତ ଭାବେ ଏକ ଚିକିତ କଲା ଭଳି ଖବର ରହିଛି। ଏହି ମେସିନ କିଛି ମିନିଟ୍ ମଧ୍ୟରେ ସହଜ ଓ ସୁବିଧାରେ ମଣିଷର ସମ୍ପୂର୍ଣ୍ଣ ଶରୀରକୁ ସଫା କରିଦେଉଛି। 

ଅଧିକପଢ଼ନ୍ତୁ:ଶୀତଦିନେ ବଢ଼ିଯାଏ ବ୍ରେନ୍‌ଷ୍ଟ୍ରୋକ୍ ହେବାର ଆଶଙ୍କା ! ଜାଣନ୍ତୁ ହୋଇପାରେ ଆଉ କେଉଁ ସବୁ ସମସ୍ୟା

ଜାପାନ କମ୍ପାନି ସାଇନ୍ସ ଲଞ୍ଚ କରିଛି ପ୍ରଥମ ମାନବ ୱାସିଂ ମେସିନ୍

ଜାପାନ କମ୍ପାନି ସାଇନ୍ସ ପ୍ରଥମ ମାନବ ୱାସିଂ ମେସିନ୍ ଲଞ୍ଚ କରିଛି। ଏହି ମେସିନରେ ମଣିଷ ଚିତ ହୋଇ ଶୋଇପଡ଼ିବା ପରେ ଆପଣାଛାଏଁ ଏକ ଢାଙ୍କୁଣୀ ଘୋଡ଼ାଇ ହୋଇଯାଇଥାଏ। ତା'ପରେ ମେସିନ୍ ସ୍ୱୟଂଚାଳିତ ଭାବରେ ପାଣି ପକାଇ, ଫେଣ କରି କୋମଳ ମସାଜ୍ ଭଳି କୌଶଳ ବ୍ୟବହାର କରି ଶରୀରକୁ ସଫା କରିଦେଇଥାଏ।  ସ୍ନାନ ସମୟରେ ମେସିନରେ ସଙ୍ଗୀତ ବାଜିବାର ବି ସୁବିଧା ଖଞ୍ଜା ଯାଇଛି।

ଏକ୍ସପୋରେ ଏକ ଚମତ୍କାର ପ୍ରଦର୍ଶନ

ଏହି ଡିଭାଇସର ଏକ ପ୍ରୋଟୋଟାଇପ୍ ଚଳିତ ବର୍ଷ ଓସାକାରେ ଅନୁଷ୍ଠିତ ବିଶ୍ୱ ଏକ୍ସପୋରେ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀରେ ମ୍ୟାସିନକୁ ଦେଖିବାକୁ ପ୍ରବଳ ଭିଡ଼ ଲାଗିଥିଲା। ଛଅ ମାସ ଧରି ଚାଲିଥିବା ଏକ୍ସପୋରେ ୨.୭ ନିୟୁତରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି ମେସିନ୍ ୧୯୭୦ ଓସାକା ଏକ୍ସପୋରେ ପ୍ରଦର୍ଶିତ ଏକ ପୁରୁଣା ମଡେଲର ଆଧୁନିକ ରୂପ। କମ୍ପାନିର ଅଧ୍ୟକ୍ଷ ଏହି ମେସିନ ପ୍ରତି ପିଲାଟିବେଳୁ ଅନୁପ୍ରାଣିତ ହୋଇଥିଲେ। ଅନେକ ଚେଷ୍ଟା ପରେ ସେ ମଣିଷ ଧୁଆ ୱାସିଂ ମେସିନକୁ ବଜାରକୁ ଆଣିବାରେ ସଫଳ ହୋଇଥିଲେ।

ପ୍ରଥମ ମଡେଲ୍ ଓସାକାର ଏକ ହୋଟେଲ ଦ୍ୱାରା କିଣାଯାଇଛି। ଯାହା ଖୁବ୍ ଶୀଘ୍ର  ଅତିଥିମାନଙ୍କୁ ଏହି ଅନନ୍ୟ ବୈଶିଷ୍ଟ୍ୟ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। ମଣିଷକୁ ସଫା କରୁଥିବା ମେସିନର ମୂଲ୍ୟ ପ୍ରାୟ ୩.୨ କୋଟି ଟଙ୍କା ରହିଛି।

ଅଧିକପଢ଼ନ୍ତୁ:ମହଙ୍ଗା ପଡ଼ିଲା ଚଳନ୍ତା ଟ୍ରେନରେ ଚଢ଼ିବା: ମାଡ଼ିଗଲା ମୃତ୍ୟୁ... ଟ୍ରେନ୍ ଚକା ତଳେ କଟିଗଲେ ଶିକ୍ଷକ, ସାମ୍ନାକୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe