ରିୟଲ୍‌ ଇଷ୍ଟେଟ୍‌ ଇତିହାସରେ ପ୍ରଥମ; ୨, ୨୩୮ କୋଟି ଟଙ୍କାରେ ମୁମ୍ବାଇରେ ୩ ଏକର ଜମି କିଣିବ ଜାପାନୀ କମ୍ପାନି

Advertisment
ରିୟଲ୍‌ ଇଷ୍ଟେଟ୍‌ ଇତିହାସରେ ପ୍ରଥମ; ୨, ୨୩୮ କୋଟି ଟଙ୍କାରେ ମୁମ୍ବାଇରେ ୩ ଏକର ଜମି କିଣିବ ଜାପାନୀ କମ୍ପାନି

Image Source: India Today

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା କୁର୍‌ଲା କମ୍ପ୍ଲେକ୍ସ ଠାରେ ଜାପାନୀ କମ୍ପାନି ସୁମିତୋମୋ ୨, ୨୩୮ କୋଟି ଟଙ୍କା ବିନିମୟରେ ୩ ଏକର ବିଶିଷ୍ଟ ପ୍ଲଟ୍‌ଟିଏ କିଣିବାକୁ ଯାଉଛି।

ରିୟଲ୍‌ ଇଷ୍ଟେଟ୍‌ ଇତିହାସରେ ଏହା ସବୁଠୁ ଅଧିକ ମୂଲ୍ୟର କାରବାର ବୋଲି ବିଶେଷଜ୍ଞମାନେ କହିଛନ୍ତି। ସୁମିତୋମୋ ଜମିର ମୂଲ୍ୟ ବାବଦରେ ଏକର ପିଛା ୭୪୫ କୋଟି ଟଙ୍କା ଦେବାକୁ ଯାଉଛି। ଏହା ହେବ ଭାରତରେ ଏକର ପିଛା ସବୁଠୁ ଅଧିକ ମୂଲ୍ୟରେ ବିକ୍ରୟ ହେବାକୁ ଯାଉଥିବା ଜମି।

publive-image Image Source: Times of India

ରିଲାଏନ୍‌ସ୍‌ ଜିଓ ଗାର୍ଡେନ ପାର୍ଶ୍ୱରେ ଏହି ଜମିକୁ କିଛି ମାସ ତଳେ ମୁମ୍ବାଇ ମେଟ୍ରୋପଲିଟିସିଆନ୍‌ ରିଜିଓନାଲ୍‌ ଡେଭେଲପ୍‌ମେଣ୍ଟ୍‌ ଅଥରିଟି ନିଲାମ ପାଇଁ ନୋଟିସ୍‌ ଦେଇଥିଲେ। କିନ୍ତୁ ଅଧିକାଂଶ ଦେଶୀୟ କ୍ରେତା ଋଣ ଭାରରେ ବୁଡ଼ିଥିବାରୁ ଏବଂ ନଗଦ ଅର୍ଥ ଅଭାବରୁ ଏହି ପ୍ଲଟ୍‌ କିଣିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ।

‘ସୁମିତୋମୋ’ ବ୍ୟତୀତ ଅନ୍ୟ କୌଣସି ଟେଣ୍ଡର୍‌ ମଧ୍ୟ ଆସି ନ ଥିଲା। ଏବେ ଏହି ଟେଣ୍ଡର୍‌ଟି ପ୍ରୋସେସିଙ୍ଗ୍‌ ସ୍ତରରେ ରହିଛି। ଆବଶ୍ୟକ ଅନୁମୋଦନ ଏବଂ ଅନୁମତି ପରେ ଜମି ଆବଣ୍ଟନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସେ ଅଞ୍ଚଳରେ ବର୍ଗ ମିଟର୍‌ ପିଛା ଜମିର ରିଜର୍ଭ ମୂଲ୍ୟ ୩. ୪୪ ଟଙ୍କାରେ ଧାର୍ଯ୍ୟ କରାଯାଇଥିବାରୁ ନିଲାମ ମୂଲ୍ୟ ଖୁବ୍‌ ଅଧିକ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe