ଜେଇଇ-ମେନ୍‌ ପରୀକ୍ଷା ଫଳ

Advertisment
ଜେଇଇ-ମେନ୍‌ ପରୀକ୍ଷା ଫଳ

????????????????????????????????????

‘ରେଜୋନାନ୍ସ’ ଛାତ୍ରଙ୍କୁ ପବନଙ୍କୁ ଷଷ୍ଠ ର‍୍ୟାଙ୍କ୍‌
କୋଟା: ଜେଇଇ-ମେନ୍‌ ପରୀକ୍ଷାରେ ରେଜୋନାନ୍ସର ଛାତ୍ର ପବନ ଗୋଏଲ୍‌ ମୋଟ ୩୬୦ ମାର୍କରୁ ୩୫୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ଶ୍ରେଷ୍ଠ ୧୦୦ ର‍୍ୟାଙ୍କ୍‌ ମଧ୍ୟରେ ରେଜୋନାନ୍ସର ପବନଙ୍କ ସମେତ ସୁଖମନ ଜିତ ମାନ (୮୧) ଓ ୟୁ କୋଟାବାଲାଙ୍କୁ (୯୭) ସ୍ଥାନ ମିଳିିଛି। ରେଜୋନାନ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଆର୍‌ କେ ବର୍ମା ଏହି ସୂଚନା ପ୍ରଦାନ କରିଛନ୍ତି। ଜେଇଇ-ମେନ୍‌ ପରୀକ୍ଷାରେ ରେଜୋନାନ୍ସର ମୋଟ ୨୦ ହଜାର ୨୩୯ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ହଜାର ୩୬୪ ଜଣ କ୍ଲାସରୁମ୍‌ କୋଚିଂ ଛାତ୍ରଛାତ୍ରୀ ହୋଇଥିବା ବେଳେ ୩ ହଜାର ୮୭୫ ଜଣ ଡିଏଲ୍‌ପିଡିର ଛାତ୍ରଛାତ୍ରୀ ଥିଲେ। ଏହି ଅନୁଷ୍ଠାନର ମୋଟ ୧୧ ହଜାର ୨୪୬ ଜଣ ଜେଇଇ-ଆଡଭାନ୍ସଡ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଶ୍ରେଷ୍ଠ-୧୦ରେ ‘ଏଲେନ୍‌’ର ପାର୍ଥ, ଭାସ୍କର
କୋଟା: ଜେଇଇ-ମେନ୍‌ ପରୀକ୍ଷାରେ ଏଲେନ୍‌ କ୍ୟାରିୟର ଇନଷ୍ଟିଚ୍ୟୁଟ୍‌ର ଦୁଇ ଜଣ ଛାତ୍ର ପାର୍ଥ ସତୀଶ ଲଟୁରିଆ ଓ ଭାସ୍କର ଗୁପ୍ତାଙ୍କୁ ସର୍ବଭାରତୀୟ ସ୍ତରର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ମିଳିଛି। ଅନୁଷ୍ଠାନର ନିର୍ଦେଶକ ବ୍ରଜେଶ ମାହେଶ୍ୱରୀ କହିଛନ୍ତି ଯେ, ପାର୍ଥଙ୍କୁ ତୃତୀୟ ସ୍ଥାନ ମିଳିଛି। ସେ ମୋଟ ୩୬୦ ମାର୍କରୁ ୩୫୦ ନମ୍ବର ରଖି ପାସ୍‌ ହୋଇଛନ୍ତି। ଭାସ୍କର ୩୪୫ ନମ୍ବର ରଖିଛନ୍ତି। ତାଙ୍କୁ ସପ୍ତମ ସ୍ଥାନ ମିଳିଛି। ଶ୍ରେଷ୍ଠ ୨୦ଟି ର‍୍ୟାଙ୍କ୍‌ ମଧ୍ୟରେ ଏଲେନ୍‌ର ସାତ ଜଣ ଛାତ୍ରଛାତ୍ରୀଙ୍କ ନାମ ରହିଛି। ୧୧ତମ ର‍୍ୟାଙ୍କରେ ନବନୀଲ ସିଂଘଲ, ୧୨ରେ ଆୟୁଷ ଗର୍ଗ, ୧୨ରେ ଲୟ ଜୈନ୍‌, ୧୬ରେ କରଣ ଅଗ୍ରଓ୍ଵାଲ୍‌ ଓ ୧୯ତମ ସ୍ଥାନରେ ୟଶ ଗୁପ୍ତାଙ୍କ ନାମ ରହିଛି। ସର୍ବଭାରତୀୟ ସ୍ତରର ଶ୍ରେଷ୍ଠ ୧୦୦ ର‍୍ୟାଙ୍କ ଭିତରେ ଏଲେନ୍‌ର ୨୪ ଜଣ ବିଦ୍ୟାର୍ଥୀ ରହିଛନ୍ତି।

ଫିଟ୍‌ଜିର ୩୪୭ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର,: ଜେଇଇ-ମେନ୍‌ ପରୀକ୍ଷାରେ ଫିଟ୍‌ଜିର ଭୁବନେଶ୍ୱର ଓ କଟକ କେନ୍ଦ୍ରର ମୋଟ ୩୪୭ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୧୫ ଜଣ କ୍ଲାସରୁମ୍‌ ପ୍ରୋଗ୍ରାମ୍‌ର ବିଦ୍ୟାର୍ଥୀ ହୋଇଥିବା ବେଳେ ୩୨ ଜଣ ହେଉଛନ୍ତିି ନନ୍‌-କ୍ଲାସ୍‌ ପ୍ରୋଗ୍ରାମ୍‌ର ଛାତ୍ରଛାତ୍ରୀ। ଫିଟ୍‌ଜି ଭୁବନେଶ୍ୱର କେନ୍ଦ୍ରର ଚାରି ବର୍ଷିଆ କ୍ଲାସରୁମ୍‌ ପ୍ରୋଗ୍ରାମ୍‌ର ଛାତ୍ର ସାର୍ଥକ ବେହେରା ୩୬୦ ମାର୍କରୁ ୩୩୫ ମାର୍କ ରଖି ଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି। ତାଙ୍କ ସର୍ବଭାରତୀୟ ର‍୍ୟାଙ୍କ ହେଉଛି ୨୯। ଚିରାଗ୍‌ ମହାପାତ୍ର, ସ୍ପନ୍ଦନ ସେନାପତି, ସଙ୍କେତ କୁମାର ତ୍ରିପାଠୀ ଓ ଅଭିଶେଷ କେଜ୍ରିଓ୍ଵାଲ ମଧ୍ୟ ଭଲ ର‍୍ୟାଙ୍କ୍‌ ରଖିଛନ୍ତି। ଏହି ଅବସରରେ ଫିଟ୍‌ଜି ଭୁବନେଶ୍ୱର କେନ୍ଦ୍ରର ମୁଖ୍ୟ ରଣଜୟ ବର୍ଦ୍ଧନ ଓ ଓଡ଼ିଶା ଅପରେସନ୍‌ ମେଣ୍ଟର୍‌ ପ୍ରଫୁଲ୍ଲ କୁମାର ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe