ଜେଫ୍‌ ବେଜୋସ୍‌ ବିଶ୍ବର ଦ୍ବିତୀୟ ବଡ଼ ଧନୀ

Advertisment

ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ନିକଟରେ ୩ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛନ୍ତି। ଏହା ସ‌ତ୍ତ୍ବେ ସେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।

ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ନିକଟରେ ୩ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛନ୍ତି। ଏହା ସ‌ତ୍ତ୍ବେ ସେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।

ଜଣାପଡ଼ିଲା! ବିଶ୍ୱର ସବୁଠୁ ଧନୀବ୍ୟକ୍ତି ଜେଫ୍‌ ବେଜୋସ୍‌ କାହିଁକି ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି

ୱାସିଂଟନ: ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ନିକଟରେ ୩ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛନ୍ତି। ଏହା ସ‌ତ୍ତ୍ବେ ସେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଆମାଜନ୍‌ର ସେୟାର ମୂଲ୍ୟରେ ରେକର୍ଡ ବୃଦ୍ଧି ଫଳରେ ତାଙ୍କୁ ‌ଏଭଳି ସଫଳତା ମିଳିଛି। ତାଙ୍କର ନିଟ୍‌ ସଂପତ୍ତି ୨୨୦ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ଗତବର୍ଷକ ମଧ୍ୟରେ ବେଜୋସ୍‌ଙ୍କ ‌ନିଟ୍‌ ସଂପତ୍ତିରେ ୪୨.୮ ବିଲିଅନ ଡଲାର ବୃଦ୍ଧି ଘଟିଛି ବୋଲି ବ୍ଲୁମବର୍ଗ ବି‌ଲିୟନେୟାର ଇଣ୍ଡେକ୍ସ ପକ୍ଷରୁ କୁହାଯାଇଛି। 

ସେ ବର୍ତ୍ତମାନ ବିଶ୍ବର ଶୀର୍ଷ ଧନୀ ତାଲିକାରେ ଆମେରିକାର ଅନ୍ୟତମ ଉଦ୍ୟୋଗୀ ଏଲନ ମସ୍କଙ୍କ ପଛକୁ ରହିଛନ୍ତି। ବେଜୋସ୍‌ଙ୍କ ତଳେ ମେଟାର ପ୍ରତିଷ୍ଠାତା ମାର୍କ ଜକରବର୍ଗ ତୃତୀୟ ସ୍ଥାନରେ ଅଛନ୍ତି। ନଭେମ୍ବର ୩ ତାରିଖ ସୁଦ୍ଧା ମସ୍କଙ୍କ ନିଟ୍‌ ସଂପତ୍ତି ୨୬୨ ବିଲିଅନ ଡଲାର ରହିଥିବାବେଳେ ଜକରବର୍ଗଙ୍କ ନିକଟ ସଂପତ୍ତି ୨୦୧ ବିଲିଅନ ଡଲାର ରହିଛି। ଆମାଜନର ସିଇଓ ପଦରୁ ବେଜୋସ୍‌ ୨୦୨୧ରେ ଓହରି ଯାଇଥିଲେ ମଧ୍ୟ ଅଧ୍ୟକ୍ଷ ପଦରେ ଏବେ କାର୍ଯ୍ୟ କରୁଛନ୍ତି। ଅନ୍ୟାନ୍ୟ ବ୍ୟବସାୟରେ ଅଧିକ ସମୟ ଦେବାପାଇଁ ବେଜୋସ୍‌ ଏଭଳି ପଦକ୍ଷେପ ନେଇଛନ୍ତି। ତାଙ୍କ ଦ୍ବାରା ସ୍ଥାପିତ କମ୍ପାନି ବ୍ଲୁ ଅରିଜିନ୍ ମହାକାଶକୁ ଯାନ ପ୍ରେରଣ କ୍ଷେତ୍ରରେ କାର୍ଯ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe