Image Courtesy of India Today
ଓ୍ଵାସିଂଟନ୍: କ୍ରମାଗତ ତୃତୀୟ ଥର ଲାଗି ରେକର୍ଡ ପରିମାଣର ଲାଭ ହୋଇଥିବା ସତ୍ତ୍ୱେ ସଂସ୍ଥାପକ ଜେଫ୍ ବେଜୋସ୍ ‘ସିଇଓ’ ପଦବୀରୁ ଓହରି ଯାଇ ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହେବେ ବୋଲି ମଙ୍ଗଳବାର ଦିନ ‘ଆମାଜନ୍ ଡଟ୍ କମ୍’ କହିଛି। ପ୍ରଥମ ଥର ଲାଗି କମ୍ପାନିର ତ୍ରୈମାସିକ ବିକ୍ରୟ ୧୦୦ ମିଲିୟନ୍ ଡଲାର୍ରୁ ଅଧିକ ହୋଇଛି।
ଏବର୍ଷର ଶେଷ ଚାରିମାସ ଆରମ୍ଭରେ ହେବାକୁ ଥିବା ଏହି ପରିବର୍ତ୍ତନରେ ସମ୍ପ୍ରତି ‘କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍’ ମୁଖ୍ୟ ଥିବା ଆଣ୍ଡି ଜେସି ‘ଆମାଜନ୍’ର ପରବର୍ତ୍ତୀ ‘ସିଇଓ’ ହେବେ।
‘ରିଫିନିଟିଭ୍’ରୁ ପ୍ରାପ୍ତ ‘ଆଇବିଏଇଏସ୍’ ତଥ୍ୟ ଅନୁସାରେ, ‘ହିଲିଡେ’ ସପିଙ୍ଗ୍’ ନିମନ୍ତେ ଗ୍ରାହକମାନେ ବିଶ୍ୱର ଏହି ବୃହତ୍ତମ ଅନ୍ଲାଇନ୍ ଖୁଚୁରା ବିକ୍ରୟ ସଂସ୍ଥାନ ଆଡ଼କୁ ମୁହାଁଇବାରୁ ଏହାର ନିଟ୍ ଲାଭ ୧୨୫.୫୬ ବିଲିୟନ୍ ଡଲାର୍ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଅର୍ଥନୈତିକ ବିଶ୍ଳେଷଣକାରୀ ଆକଳନ କରିଥିଲେ ଯେ, ‘ଆମାଜନ୍’ର ଲାଭ ୧୧୯.୭ ବିଲିୟନ୍ ଡଲାର୍ ହୋଇପାରେ।
Andy Jassy: Image Courtesy of India Today୧୯୯୪ରେ ବା ୨୭ ବର୍ଷ ତଳେ ଏକ ଇଣ୍ଟର୍ନେଟ୍ ପୁସ୍ତକ ବିକ୍ରେତା ଭାବେ କମ୍ପାନି ଆରମ୍ଭ କରିଥିବା ୫୭ ବର୍ଷିୟ ବେଜୋସ୍ ‘ଆମାଜନ୍’ େଓ୍ଵବ୍ସାଇଟ୍ରେ କର୍ମଚାରୀମାନଙ୍କ ପ୍ରତି ପୋଷ୍ଟ୍ କରିଥିବା ଏକ ବିବୃତିରେ କହିଛନ୍ତି, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଭାବେ ମୁଁ ‘ଆମାଜନ୍’ର ଉପକ୍ରମମାନଙ୍କରେ ବ୍ୟସ୍ତ ରହିବି। କିନ୍ତୁ, ‘ଡେ ଓ୍ଵାନ୍ ଫଣ୍ଡ୍’ ‘ଦି ବେଜୋସ୍ ଆର୍ଥ ଫଣ୍ଡ୍’, ‘ବ୍ଲୁ ଅରିଜିନ୍’, ‘ଦି ଓ୍ଵାସିଂଟନ୍ ପୋଷ୍ଟ୍’ ଓ ମୋର ଅନ୍ୟାନ୍ୟ ଆବେଗିକ ଆଗ୍ରହ ପ୍ରତି ଧ୍ୟାନ ଦେବା ଲାଗି ସମୟ ଓ ସାମର୍ଥ୍ୟ ଦେବି।
ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ମୋର ଏତେ ସାମର୍ଥ୍ୟ ନ ଥିଲା। କିନ୍ତୁ, ଏହି ନିଷ୍ପତ୍ତିକୁ ଅବସର ଗ୍ରହଣ ବୋଲି ଧରି ନେବା ଉଚିତ ନୁହେଁ।
ଆମାଜନ୍ର ପରବର୍ତ୍ତୀ ‘ସିଇଓ’ ହେବାକୁ ଯାଉଥିବା ଜେସି ଜଣେ ମାର୍କେଟିଙ୍ଗ୍ ମ୍ୟାନେଜର୍ ଭାବେ ୧୯୯୭ରେ ‘ଆମାଜନ୍’ରେ ଯୋଗ ଦେଇ ୨୦୦୩ରେ ‘ଆମାଜନ୍ େଓବ୍ ସର୍ଭିସ୍’ ଆରମ୍ଭ କରିଥିଲେ। ସେ ହାର୍ଭାର୍ଡ ବିଜ୍ନେସ୍ ସ୍କୁଲ୍ରୁ ‘ଏମ୍ବିଏ’ କରିଛନ୍ତି।
Follow Us