ନୂଆଦିଲ୍ଲୀ: ଇ-କର୍ମସ କମ୍ପାନି ଆମାଜନ୍ର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଆସନ୍ତା ବର୍ଷ ଜାନୁଆରିରେ ଭାରତ ଆସିବେ। ସେହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି। ଆମାଜନ ପକ୍ଷରୁ ହେବାକୁ ଥିବା କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ସମ୍ମିଳନୀକୁ ସେ ଉଦଘାଟନ କରିବେ। ଭାରତରେ ତାଙ୍କ କମ୍ପାନି ଭଲ ବ୍ୟବସାୟ କରୁଛି। ତେବେ ଭାରତର ନିୟାମକ ବ୍ୟବସ୍ଥାରେ ସ୍ଥିରତା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଭାରତ ଆସିବେ ଜେଫ୍ ବେଜୋସ୍
Advertisment
Follow Us