ଜେଟ୍‌ ଏବଂ ଏୟାର ଇଣ୍ଡିଆ ବିରୋଧରେ ଯାତ୍ରୀଙ୍କ ଅଭିଯୋଗ ବଢ଼ୁଛି : ଦିନକୁ ଆସୁଛି ୨୨ଟି ଅଭିଯୋଗ

ଜେଟ୍‌ ଏବଂ ଏୟାର ଇଣ୍ଡିଆ ବିରୋଧରେ ଯାତ୍ରୀଙ୍କ ଅଭିଯୋଗ ବଢ଼ୁଛି : ଦିନକୁ ଆସୁଛି ୨୨ଟି ଅଭିଯୋଗ

AirNewsTimes UK

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରୁଥିବା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀ ସଂପୃକ୍ତ ଏୟାର ଲାଇନ୍ସ ବିରୋଧରେ ଅଭିଯୋଗ ଦାଖଲ କରିଥାଆନ୍ତି। ଏଭଳି ଅଭିଯୋଗ ବେସରକାରୀ ସଂସ୍ଥା ଜେଟ ଏୟାରେଓ୍ଵଜ୍‌ ଏବଂ ସରକାରୀ ସଂସ୍ଥା ଏୟାର ଇଣ୍ଡିଆ ନାମରେ ସବୁଠାରୁ ଅଧିକ ସଂଖ୍ୟାରେ ଆସିଛି। ପାର୍ଲାମେଣ୍ଟରେ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରଦାନ କରାଯାଇଛି।

ଗତ ତିନି ବର୍ଷ ଭିତରେ କେତେ ସଂଖ୍ୟାରେ ଏଭଳି ଅଭିଯୋଗ ଆସିଛି ତାହା ଉପସ୍ଥାପନ କରାଯାଇଛି। ୨୦୧୫ ମସିହାରେ ୧୧,୦୪୬ ବିମାନ ଯାତ୍ରୀ ୧୦ ଟି ବିମାନ ପରିବହନ ସଂସ୍ଥା ବିରୋଧରେ ଅଭିଯୋଗ ଆଣିଥିଲେ। ୨୦୧୬ରେ ଏହି ସଂଖ୍ୟା କମ ହୋଇଥିଲା। ୯,୮୩୪ ବିମାନ ଯାତ୍ରୀ ଅଭିଯୋଗ ଆଣିଥିଲେ। ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ୬,୮୮୪ ଯାତ୍ରୀ ଏୟାର ଲାଇନ୍ସ ବିରୋଧରେ ଅଭିଯୋଗ କରିଥିବା ରାଜ୍ୟସଭାରେ ପ୍ରକାଶ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। ବିମାନର ବୋଡ଼ିଙ୍ଗରେ ବିଳମ୍ବ , ବିମାନ ବାତିଲ୍‌ , ଜିନିଷ ହଜିବା, ଖରାପ ଖାଦ୍ୟ ଏବଂ ବିମାନ କର୍ମଚାରୀଙ୍କ ବ୍ୟବହାର ଆଦି ପାଇଁ ୨୦୧୭ ମସିହାରେ ପ୍ରତିଦିନ ୨୨ଟି ଅଭିଯୋଗ ଦାଖଲ କରାଯାଇଛି।

publive-image TnhGlobal

ଗ୍ରାହକଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ସର୍ବାଧିକ ଜେଟ ଏୟାରେଓ୍ଵଜ୍‌ ଓ ଏୟାର ଇଣ୍ଡିଆ ବିରୋଧରେ ଆସିଛି। ଏହି ଅଭିଯୋଗ ୨୦୧୫ ରେ ୪୭% , ୨୦୧୬ ମସିହାରେ ୬୩% ଏବଂ ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ୬୬.୭% ପ୍ରତିଶତରେ ପହଞ୍ଚିଛି । ତେବେ ଇଣ୍ଡିଗୋ ବିମାନ କମ୍ପାନି ବିରୋଧରେ ସବୁଠାରୁ କମ ଅଭିଯୋଗ ରହିଥିବା ରିପୋର୍ଟରୁ ପ୍ରମାଣିତ ହୋଇଛି। ଅନ୍ୟ ପକ୍ଷରେ ଜେଟ୍‌ ଓ ଏୟାର ଇଣ୍ଡିଆ ବିରୋଧରେ ଅଭିଯୋଗ କ୍ରମଶଃ ବଢ଼ିବାରେ ଲାଗିଛି।

ଏୟାର ଇଣ୍ଡିଆର ଅଧିକ ସଂଖ୍ୟକ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ବିମାନ ଚାଲୁଛି । ଏଥିରେ ଅଧିକ ସଂଖ୍ୟକ ଯାତ୍ରୀ ଉଡାଣ କରୁଛନ୍ତି। ଏଣୁ ଅଧିକ ସଂଖ୍ୟକ ଯାତ୍ରୀଙ୍କର ଅଭିଯୋଗ ଆସିବା ସ୍ୱାଭାବିକ ବୋଲି କହିଛନ୍ତି ଏୟାର ଇଣ୍ଡିଆର ବରିଷ୍ଠ ପରିଚାଳକ ପ୍ରବୀନ ଭଟ୍ଟନଗର । ଅପରପକ୍ଷରେ ଜେଟ ଏୟାରେଓ୍ଵ ଏହି ବିଷୟରେ କିଛି କହିବା ପାଇଁ ମନା କରିଛି ତେବେ ଏହାର ଜଣେ ଅଧିକାରୀ ଅଧିକ ଯାତ୍ରୀ ଏଥିରେ ଯାତ୍ରା କରୁଥିବାରୁ ଏହିପରି ଅଭିଯୋଗ ଆସୁଥିବାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe