Image Courtesy of India Today
ନୂଆଦିଲ୍ଲୀ: ୨୦୨୨ ପ୍ରଥମ ତିନି ମାସ ମଧ୍ୟରେ ଦେଶ ଭିତରେ ‘ଜେଟ୍ ଏୟାର୍ୱେଜ୍’ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଏକ ବିବୃତିରେ ଜାଲାନ୍ କାଲ୍ରକ୍ କଷ୍ଟୋରିୟମ୍ କହିଛି। ପ୍ରଥମେ ନୂଆଦିଲ୍ଲୀରୁ ମୁମ୍ବାଇକୁ ‘ଜେଟ୍ ଏୟାର୍ୱେଜ୍’ ବିମାନ ଚଳାଚଳ ପୁନରାରାମ୍ଭ କରିବା ଲାଗି ଯୋଜନା କରୁଛି।
ସେଥିଲାଗି ସମ୍ପ୍ରତି ‘ଜେଟ୍ ଏୟାର୍ୱେଜ୍’ ‘ସ୍ଲଟ୍ ଆଲୋକେସନ୍’ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଚୂଡ଼ାନ୍ତ କରିବା ଲାଗି କର୍ତ୍ତୃପକ୍ଷ ଏବଂ ବିମାନବନ୍ଦର ସମନ୍ବୟକାରୀଙ୍କ ସହ କାର୍ଯ୍ୟ ଚଳାଇଛି। ଯଦି ଯୋଜନା ମୁତାବକ ସୁଚାରୁ ରୂପେ କାର୍ଯ୍ୟ ହୁଏ, ତାହେଲେ ପ୍ରାୟ ତିନି ବର୍ଷ ପରେ ‘ଜେଟ୍ ଏୟାର୍ଲାଇନ୍’ ପୁନର୍ବାର ବିମାନ ସେବା ଆରମ୍ଭ କରିବ। ଦେଶ ମଧ୍ୟରେ ବିମାନ ଚଳାଚଳ ପାଇଁ କମ୍ପାନି କିଛି ‘ନ୍ୟାରୋ-ବଡି’ ବିମାନ ‘ଲିଜ୍’ରେ ଆଣିବ।
Image Courtesy of Reutersଆଗାମୀ ବର୍ଷର ଦ୍ବିତୀୟାର୍ଦ୍ଧରେ ‘ଜେଟ୍ ଏୟାର୍ଲାଇନ୍’ ‘ସର୍ଟ ଇଣ୍ଟର୍ନ୍ୟାସ୍ନାଲ୍’ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଲଣ୍ଡନସ୍ଥିତ ‘ଜାଲାନ୍ କାଲ୍ରକ୍ କନ୍ଷ୍ଟୋରିୟମ୍’ର ପ୍ରମୁଖ ସଦସ୍ୟ ତଥା ‘ୟୁଏଇ’ର ବ୍ୟବସାୟୀ ମୌରାରି ଲାଲ୍ ଜାଲାନ୍ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ୩ ବର୍ଷ ମଧ୍ୟରେ ୫୦ରୁ ଊର୍ଦ୍ଧ୍ବ ବିମାନ ଏବଂ ୫ ବର୍ଷ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ବ ବିମାନ ପାଇଁ ଯୋଜନା ଚାଲିଛି। ଏହା କମ୍ପାନିର ସ୍ବଳ୍ପମିଆଦୀ ଏବଂ ଦୀର୍ଘମିଆଦି ବ୍ୟବସାୟ ଯୋଜନା ପାଇଁ ଉପଯୁକ୍ତ ହେବ।
Follow Us