ନୂଆଦିଲ୍ଲୀ: ପିଏନ୍ବି ମହାଠକେଇ ମାମଲାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ମୁହଁ ଖୋଲିଛନ୍ତି। ପ୍ରଥମ ଥର ପାଇଁ ସେ ତାଙ୍କ ମନ୍ତବ୍ୟ ରଖିଛନ୍ତି। ମ୍ୟାନେଜମେଣ୍ଟ୍ ଓ ଅଡିଟର୍ଙ୍କ ବିଫଳତାକୁ ସେ ଏଥିପାଇଁ ଦାୟୀ କରିଛନ୍ତି। ଏତଦ୍ବ୍ୟତୀତ ଭବିଷ୍ୟତରେ ଏଭଳି ସ୍କାମ୍କୁ ମୂଳରୁ ରୋକିବା ପାଇଁ ଅତିରିକ୍ତ ବ୍ୟବସ୍ଥା କରିବା ନିମନ୍ତେ ସେ ମତ ଦେଇଛନ୍ତି। ଏଭଳି ସ୍କାମ୍ ପାଇଁ ଦେଶକୁ ପ୍ରତ୍ୟକ୍ଷଭାବେ କ୍ଷତି ସହିବାକୁ ପଡ଼ୁଛି। ଏଥିସହିତ ପରୋକ୍ଷ ଭାବେ ଦେଶର ବିକାଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ସେ କହିଛନ୍ତି ଯେ ଯେତେବେଳେ ବ୍ୟାଙ୍କ ମ୍ୟାନେଜମେଣ୍ଟ୍ ନିଷ୍ପତ୍ତି ନେବାର କ୍ଷମତା ପାଉଛି ସେତେବେଳେ ସେମାନେ ଏହାକୁ ଠିକ୍ଭାବେ କାର୍ଯ୍ୟକାରୀ କରିବା ଉଚିତ।
ବ୍ୟାଙ୍କ ଠକେଇ ମୁହଁ ଖୋଲିଲେ ଜେଟ୍ଲି
Advertisment
Follow Us