ଋଣ-ଜମା ଅନୁପାତରେ ଝାରସୁଗୁଡ଼ା ଜିଲ୍ଲା ଆଗରେ

Advertisment
ଋଣ-ଜମା ଅନୁପାତରେ ଝାରସୁଗୁଡ଼ା ଜିଲ୍ଲା ଆଗରେ

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ‘ସମ୍ବାଦ ସେମିନାର ସିରିଜ୍‌’ର ପ୍ରଥମ ସଂସ୍କରଣକୁ ଚଳିତ ମାସ ୨୭ ତାରିଖରେ ଭୁବନେଶ୍ବରରେ ଆୟୋଜନ କରାଯିବ। ଯେଉଁଥିରେ ବ୍ୟାଙ୍କ ଶିଳ୍ପର ବିଶିଷ୍ଟ ନେତୃବୃନ୍ଦ ଓ ଚିନ୍ତାନାୟକମାନେ ‘ବ୍ୟାଙ୍କିଙ୍ଗ୍‌ ଓ ଫାଇନାନ୍ସ’ ବିଷୟବସ୍ତୁ ଉପରେ ଆଲୋଚନା କରିବେ। ଏହି ପରିପ୍ରେକ୍ଷୀରେ ଏଠାରେ ରାଜ୍ୟର ବ୍ୟାଙ୍କ ଶିଳ୍ପ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି।

ଚଳିତବର୍ଷ ଜୁନ ୩୦ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାରେ ବ୍ୟାଙ୍କଗୁଡ଼ିକ ମୋଟ ୪ ଲକ୍ଷ ୬୬ ହଜାର ୩୬୩.୩୬ କୋଟି ଟଙ୍କାର ଜମାରାଶି ସଂଗ୍ରହ କରିଥିଲେ। ସେଥିରୁ ୩ ଲକ୍ଷ ୭୯ ହଜାର ୮୦୯.୬୨ କୋଟି ଟଙ୍କା ଅଗ୍ରିମ ବା ଋଣ ଆକାରରେ ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟରେ ମୋଟ ଋଣ-ଜମା ଅନୁପାତ ୮୧.୪୪ ପ୍ରତିଶତ ରହିଛି। ଜିଲ୍ଲାଗୁଡ଼ିକର ଋଣ-ଜମା ଅନୁପାତକୁ ତୁଳନା କରିଲେ ଜଣାଯାଇଛି ଯେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୨୯୯.୯୬ ପ୍ରତିଶତ ରହିଛି। ଏହା ପଛକୁ ୧୪୫.୩୪ ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ବୌଦ୍ଧ ଏବଂ ୧୩୩.୨୬ ପ୍ରତିଶତ ସହ ରାୟଗଡ଼ା ଜିଲ୍ଲା ତୃତୀୟ ସ୍ଥାନରେ ରହିଛି।
ଏହାବ୍ୟତୀତ ଅନୁଗୁଳରେ ଋଣ-ଜମା ଅନୁପାତ ୭୪.୮୦ ପ୍ରତିଶତ, ବାଲେଶ୍ବରରେ ୬୯.୨୫ ପ୍ରତିଶତ, ବରଗଡ଼ ୧୦୪.୮୬ ପ୍ରତିଶତ, ଭଦ୍ରକ ୯୧.୧୯ ପ୍ରତିଶତ, ବଲାଙ୍ଗୀରରେ ୯୨.୦୯ ପ୍ରତିଶତ, କଟକରେ ୬୧.୦୯ ପ୍ରତିଶତ, ଦେବଗଡ଼ରେ ୮୯.୧୨ ପ୍ରତିଶତ, ଢେଙ୍କାନାଳରେ ୮୦.୭୫ ପ୍ରତିଶତ, ଗଜପତିରେ ୬୧.୯୯ ପ୍ରତିଶତ ରହିଛି।

ସେହିଭଳି ଗଞ୍ଜାମରେ ୭୧.୭୭ ପ୍ରତିଶତ, ଜଗତସିଂହପୁରରେ ୫୩.୯୦ ପ୍ରତିଶତ, ଯାଜପୁରରେ ୧୧୬.୦୯ ପ୍ରତିଶତ, କଳାହାଣ୍ଡିରେ ୧୧୯.୧୭ ପ୍ରତିଶତ, କନ୍ଧମାଳରେ ୭୨.୭୬ ପ୍ରତିଶତ, କେନ୍ଦ୍ରାପଡ଼ାରେ ୭୫.୯୨ ପ୍ରତିଶତ, କେନ୍ଦୁଝରରେ ୫୭.୮୭ ପ୍ରତିଶତ, ଖୋର୍ଦ୍ଧାରେ ୭୯.୩୯ ପ୍ରତିଶତ, କୋରାପୁଟରେ ୭୩.୫୩ ପ୍ରତିଶତ, ମାଲକାନଗିରିରେ ୭୧.୨୭ ପ୍ରତିଶତ, ମୟୂରଭଞ୍ଜରେ ୫୪.୩୯ ପ୍ରତିଶତ, ନବରଙ୍ଗପୁରରେ ୯୬.୪୬ ପ୍ରତିଶତ, ନୟାଗଡ଼ରେ ୯୧.୧୧ ପ୍ରତିଶତ, ନୂଆପଡ଼ାରେ ୧୦୬.୧୦ ପ୍ରତିଶତ, ପୁରୀରେ ୫୯.୦୫ ପ୍ରତିଶତ, ରାୟଗଡ଼ାରେ ୧୩୩.୨୬ ପ୍ରତିଶତ, ସମ୍ବଲପୁରରେ ୧୦୦.୪୭ ପ୍ରତିଶତ, ସୁବର୍ଣ୍ଣପୁରରେ ୧୧୭.୮୮ ପ୍ରତିଶତ ଏବଂ ସୁନ୍ଦରଗଡ଼ରେ ୬୨.୩୯ ପ୍ରତିଶତ ରହିଛି। ଯେଉଁ ଜିଲ୍ଲାର ଋଣ ଜମା ଅନୁପାତ ଯେତେ ଅଧିକ ସେହି ଜିଲ୍ଲାରେ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଲୋକଙ୍କୁ ଦେଇଥାନ୍ତି ବା ପୁଞ୍ଜି ଖଟାଇଥାନ୍ତି। ତେଣୁ ବିକାଶରେ ତାହା ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe