ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର୍‌କୁ ଦୁଇଟି ସମ୍ମାନଜନକ ପୁରସ୍କାର

Advertisment

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍‌ପି)କୁ ଦୁଇଟି ସମ୍ମାନଜନକ ପୁରସ୍କାର ଦିଆଯାଇଛି।

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍‌ପି)କୁ ଦୁଇଟି ସମ୍ମାନଜନକ ପୁରସ୍କାର ଦିଆଯାଇଛି।

ddfvccvf

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍‌ପି)କୁ ଦୁଇଟି ସମ୍ମାନଜନକ ପୁରସ୍କାର ଦିଆଯାଇଛି। କମ୍ପାନିର ଜିନ୍ଦଲ ଆଶା କାର୍ଯ୍ୟକ୍ରମ ପାଇଁ ବିଜେତା ଟ୍ରଫି ଏବଂ କିଶୋରୀ ଏକ୍ସପ୍ରେସ୍‌ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଜୁରି ପୁରସ୍କାର ଦିଆଯାଇଛି। ଅସାନସୋଲ ଦକ୍ଷିଣର ବିଧାୟକ ଅଗ୍ନିମିତ୍ର ପାଲ ଏହି ପୁରସ୍କାର ପ୍ରଦାନ କରିଥିଲେ। 

ମାଗସେସେ ପୁରସ୍କାର ବିଜେତା ଅଂଶୁ ଗୁପ୍ତା ଏବଂ ରୋଟାରି ଇଣ୍ଟରନ୍ୟାସନାଲର ପୂର୍ବତନ ଗ୍ଲୋବାଲ ପ୍ରେସିଡେଣ୍ଟ ଶେଖର ମେହେଟ୍ଟା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିନ୍ଦଲ ଆଶା ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବାରେ ସହାୟତା କରୁଥିବା ବେଳେ କିଶୋରୀ ଏକ୍ସପ୍ରେସ୍ କାର୍ଯ୍ୟକ୍ରମ ରକ୍ତହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରି କିଶୋରୀମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସପ୍ତମ ଆଇସିସି ସୋସିଆଲ ଇମ୍ପାକ୍ଟ ପୁରସ୍କାର କାର୍ଯ୍ୟକ୍ରମରେ ଦୁଇଟି ସମ୍ମାନ ମିଳିଥିବାରୁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଆଇସିସିକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe