ଫ୍ଲାଗ୍‌ କୋଡ୍‌ ସଂଶୋଧନକୁ ଜିନ୍ଦଲଙ୍କ ସ୍ବାଗତ

Advertisment
ପ୍ରତିଦିନ ଘରେ ଘରେ ଉଡ଼ୁ ତ୍ରିରଙ୍ଗା: ନବୀନ ଜିନ୍ଦଲ

ଭୁବନେଶ୍ବର: ଫ୍ଲାଗ୍‌ କୋଡ୍‌ ଅଫ୍‌ ଇଣ୍ଡିଆରେ କରାଯାଇଥିବା ସଂଶୋଧନକୁ ଶିଳ୍ପପତି ନବୀନ ଜିନ୍ଦଲ ସ୍ବାଗତ କରିଛନ୍ତି। ନିଜ ଘର କିମ୍ବା ପ୍ରତିଷ୍ଠାନରେ ତ୍ରିରଙ୍ଗା ୨୪ ଘଣ୍ଟା ଉଡାଇବା ପାଇଁ ସେ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଦେଶବାସୀଙ୍କୁ ଏହା ଏକ ବଡ ଉପହାର ବୋଲି ସେ କହିଛନ୍ତି। ଜିନ୍ଦଲଙ୍କ ନେତୃତ୍ବାଧୀନ ଫ୍ଲାଗ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଫାଉଣ୍ଡେସନ୍ ଏପର୍ଯ୍ୟନ୍ତ ଦେଶରେ ୯୦ରୁ ଅଧିକ ବିଶାଳ ପତାକା ଲଗାଇ ସାରିଛି। ଅନ୍ୟମାନଙ୍କ ଉଦ୍ୟମରେ ଭାରତରେ ବିଶାଳ ପତାକା ସଂଖ୍ୟା ୪୫୦ରୁ ଅଧିକ ହୋଇଛି। ଯେତେବେଳେ ଶ୍ରୀ ଜିନ୍ଦଲ ଆମେରିକାରେ ପଢୁଥିଲେ, ସେତେବେଳେ ସେ ୩୬୫ ଦିନ ଭାରତୀୟ ପତାକା ଲଗାଉଥିଲେ। କିନ୍ତୁ ଭାରତ ଆସିବା ପରେ ତାଙ୍କୁ ପ୍ରତିଦିନ ପତାକା ଉତ୍ତୋଳନ କରିବାକୁ ବାରଣ କରାଯାଇଥିଲା। ଏହି ଅଧିକାର ପାଇବା ପାଇଁ ସେ ୧୦ ବର୍ଷ ଧରି ଆଇନ ଯୁଦ୍ଧ ଲଢିଥିଲେ ଏବଂ ଶେଷରେ ୨୦୦୪ ଜାନୁଆରି ୨୩ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଜନସାଧାରଣ ଏହି ଅଧିକାର ପାଇଲେ ବୋଲି ଫାଉଣ୍ଡେସନର ପ୍ରେସ୍ ବିବୃତ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe