ଜିଓ ଆଣିବାକୁ ଯାଉଛି ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ!

Advertisment
ଜିଓ ଆଣିବାକୁ ଯାଉଛି ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ!

ନୂଆଦିଲ୍ଲୀ: ଚଳିତବର୍ଷ ଆରମ୍ଭରେ ଜିଓ ଫୋନ ୫ଜିକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ୫ଜି ଫୋନରେ କ’ଣ ସବୁ ଫିଚର ରହିବ ସେ ବିଷୟରେ ଖବର ଆସି ସାରିଥିବା ବେଳେ ଏବେ ଫୋନର ପ୍ରଥମ ଝଲକ ସାମ୍ନାକୁ ଆସିଛି।

ଜିଓଫୋନ ୫ଜି ୟୁନିଟକୁ ଏକ ଟୁଇଟର ୟୁଜର ଦ୍ବାରା ପ୍ରାପ୍ତ କରାଯାଇଥିଲା। ଯେଉଁଥି‌ରେ ଡିଭାଇସର ଫଟୋ ସହିତ ଏହାର ଲଞ୍ଚ ତାରିଖ ଓ ମୂଲ୍ୟକୁ ନେଇ ବି କିଛି ସୂଚନା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି।

ଲିକ ହୋଇଥିବା ସୂଚନା ଅନୁସାରେ, ଜିଓଫୋନ ୫ଜିର ମୂଲ୍ୟ ୧୦,୦୦୦ଟଙ୍କାରୁ କମ ରହିବ। କୁହାଯାଉଛି କି ଏହା ଭାରତର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହୋଇପାରେ। ଅର୍ଥାତ ବଜାରକୁ ଆସିଥିବା ଅନ୍ୟ ୫ଜି ସ୍ମାର୍ଟଫୋନର ମୂଲ୍ୟଠାରୁ ଏହା କମ ରହିବ।

ଲିକ ହୋଇଥିବା ୫ଜି ସ୍ମାର୍ଟଫୋନର ଫଟୋକୁ ଦେଖି ଲାଗୁଛି ଏହା ପ୍ରୋଟୋଟାଇପ ହୋଇପାରେ।  ଫୋନରେ ଏଲଇଡି ଫ୍ଲାସ ଓ କେନ୍ଦ୍ରରେ ଏକ ଜିଓ ଲୋଗୋ ରହିଛି।  ନିମ୍ନରେ ଅଲଟିମେଟ ସ୍ପିଡ ଓ ଅଲଟିମେଟେଡ ଏକ୍ସପେରିଏନ୍ସ ଲେଖାହୋଇଛି। ଏଥିସହିତ ଏଥିରେ ଅନ୍ୟାନ୍ୟ ସୁବିଧା ବି ଖଞ୍ଜା ଯାଇଛି।

ତେବେ ଏହା ସେହି ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର ରହିଛି ଯେଉଁମାନେ କି ୫ଜି ସେବା ପାଇବା ପାଇଁ ଇଚ୍ଛା ରଖିଥିଲେ, କିନ୍ତୁ ମହଙ୍ଗା ଫୋନ କିଣି ପାରୁ ନଥିଲେ। କାରଣ ୫ଜି ସେବା ଏବେ ମହଙ୍ଗା ଫୋନରେ ହିଁ ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe