ଜିଓ, ଏୟାରଟେଲ୍‌ ଯୋଡ଼ିଲେ ନୂଆ ଗ୍ରାହକ

ରେଳ କର୍ମଚାରୀଙ୍କୁ ଜିଓ, ଏୟାରଟେଲ୍‌ ସିମ୍‌

Business Insider India

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍‌ରେ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ୍ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛନ୍ତି। ଜିଓ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌ ୧୬,୫୧୩ ଜଣ ନୂଆ ଗ୍ରାହକ ହାସଲ କରିଛି। ଏହି ମାସରେ ଭୋଡାଫୋନ୍ ଆଇଡିଆ ୪୯,୭୦୭ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଥିବା ବେଳେ ସରକାରୀ କଂପାନି ବିଏସ୍‌ଏନ୍‌ଏଲ୍‌ ୮୪,୬୪୦ ଜଣ ଗ୍ରାହକଙ୍କୁ ହରାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ବର୍ଷ ମାର୍ଚ୍ଚ ତୁଳନାରେ ଏପ୍ରିଲ୍‌ର ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୧ ଲକ୍ଷ ୫୧ ହଜାର ବୃଦ୍ଧି ହୋଇଛି।

ଫଳରେ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୫ ଲକ୍ଷରେ ପହଞ୍ଚିଛି। ସେଥି ମଧ୍ୟରୁ ରିଲାଏନ୍ସ ଜିଓ ପାଖରେ ସର୍ବାଧିକ ୧.୪୬ କୋଟି ଗ୍ରାହକ ଥିବା ବେଳେ ଏୟାରଟେଲ୍ ପାଖରେ ୧.୧୨ କୋଟି, ବିଏସ୍‌ଏନ୍‌ଏଲ୍‌ର ୬୩.୯୧ ଲକ୍ଷ ଓ ଭୋଡାଫୋନ୍ ଆଇଡିଆ ପାଖରେ ୨୩.୧୪ ଲକ୍ଷ ଗ୍ରାହକ ଅଛନ୍ତି। ଶତାଂଶ ହିସାବରେ ରାଜ୍ୟର ୪୨.୩୧ ପ୍ରତିଶତ ଗ୍ରାହକ ଜିଓ ପାଖରେ ଥିବା ବେଳେ ଏୟାରଟେଲ୍‌ ପାଖରେ ୩୨.୪୫%, ବିଏସ୍‌ଏନ୍‌ଏଲ୍‌ରେ ୧୮.୫% ଓ ଭୋଡାଫୋନ୍ ଆଇଡିଆ ପାଖରେ ୬.୭% ଗ୍ରାହକ ରହିଛନ୍ତି। ଏପ୍ରିଲ୍‌ ମାସରେ ଓଡ଼ିଶାରେ ଜିଓ ଫାଇବର୍‌ ଗ୍ରାହକ ସଂଖ୍ୟା ୫୪ ହଜାର ମାଇଲଖୁଣ୍ଟ ଅତିକ୍ରମ କରିଛି ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ସର୍ବଭାରତୀୟ ସ୍ତରରେ ଜିଓ ୪୭.୫୬ ଲକ୍ଷ ଓ ଏୟାରଟେଲ୍‌ ୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି। ସେହି ସମୟରେ ଭୋଡାଫୋନ୍ ଆଇଡିଆ ୧୮ ଲକ୍ଷ ଓ ବିଏସ୍‌ଏନ୍‌ଏଲ୍‌ ୧୩ ଲକ୍ଷ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe