Business Insider India
ନୂଆଦିଲ୍ଲୀ/ଭୁବନେଶ୍ବର: ଦୁଇ ଦିନ ଭଳି ଖୁବ୍ କମ୍ ସମୟରେ ୪ଜି ସ୍ପେକ୍ଟ୍ରମ୍ ନିଲାମ ଶେଷ ହୋଇଛି। ଦେଶର ତିନି ପ୍ରମୁଖ ଟେଲିକମ୍ କଂପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ସ୍ପେକ୍ଟ୍ରମ୍ କିଣିଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶା ସର୍କଲ୍ ପାଇଁ ଜିଓ ଓ ଏୟାରଟେଲ୍ ସ୍ପେକ୍ଟ୍ରମ୍ କିଣିଛନ୍ତି। ଜିଓ ୮୦୦ ମେଗାହର୍ଚ, ୧୮୦୦ ମେଗାହର୍ଚ ଓ ୨୩୦୦ ମେଗାହର୍ଚ ବ୍ୟାଣ୍ଡ୍ରେ ଓଡ଼ିଶା ପାଇଁ ସ୍ପେକ୍ଟ୍ରମ୍ କିଣିଛି। ସେହିପରି ଏୟାରଟେଲ୍ ପକ୍ଷରୁ ୯୦୦ ମେଗାହର୍ଚରେ ୩୨୭ କୋଟି ଟଙ୍କାର, ୧୮୦୦ ମେଗାହର୍ଚରେ ୭୦ କୋଟି ଟଙ୍କାର ଏବଂ ୨୩୦୦ ମେଗାହର୍ଚରେ ୫୦ କୋଟି ଟଙ୍କା ମୂଲ୍ୟର ସ୍ପେକ୍ଟ୍ରମ୍ କିଣାଯାଇଛି। ଭୋଡାଫୋନ୍ ଆଇଡିଆ ଦେଶର ୫ଟି ସର୍କଲ୍ରେ ୪ଜି ସ୍ପେକ୍ଟ୍ରମ କିଣିଛି। ତେବେ ସେହି ପାଞ୍ଚ ସର୍କଲ୍ ଭିତରେ ଓଡ଼ିଶାର ନାମ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ସାରା ଦେଶରେ ଆଜି ୭୭,୮୦୦ କୋଟି ଟଙ୍କାମୂ ମୂଲ୍ୟର ୪ଜି ସ୍ପେକ୍ଟ୍ରମ୍ ବିକ୍ରି ହୋଇଛି। ସେଥିରୁ ରିଲାଏନ୍ସ ଜିଓ ୫୭,୦୦୦ କୋଟ ଟଙ୍କା, ଏୟାରଟେଲ୍ ୧୮,୬୯୮ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆ ୧୯୯୩ କୋଟି ଟଙ୍କାର ସ୍ପେକ୍ଟ୍ରମ୍ କିଣିଛି। ଶେଷ ଥର ଲାଗି ୨୦୧୫ରେ ସ୍ପେକ୍ଟ୍ରମ ନିଲାମ ହୋଇଥିଲା ଯେଉଁଥିରୁ ସରକାର ୧,୧୩,୯୩୨ କୋଟି ଟଙ୍କା ପାଇଥିଲେ। ଚଳିତ ବର୍ଷ ଜୁଲାଇରେ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ପାଖରେ ଥିବା ୪ଜି ସ୍ପେକ୍ଟ୍ରମ୍ର ଅବଧି ଶେଷ ହେଉଥିଲା। ଗ୍ରାହକମାନଙ୍କ ପାଇଁ ମୋବାଇଲ୍ ସେବା ଜାରି ରଖିବା ଲାଗି ସ୍ପେକ୍ଟ୍ରମ୍ ନବୀକରଣ ଜରୁରୀ ଥିଲା। ସେଥିପାଇଁ ଦୁଇ ଦିନରେ ଛଅଟି ରାଉଣ୍ଡ୍ରେ ଏଥର ନିଲାମ ଶେଷ ହୋଇଯାଇଛି।
Follow Us