ଜିଓ ଜାରି କଲା ‘ଅଲ୍‌ ଇନ୍‌ ଓ୍ଵାନ୍‌’ ଯୋଜନା: ଥରଟିଏ ରିଚାର୍ଜ କଲେ ଅସୀମିତ କଲିଂ ସହ ଅନ୍ୟ ସମସ୍ତ ସୁବିଧା

Advertisment
ଜିଓ ଜାରି କଲା ‘ଅଲ୍‌ ଇନ୍‌ ଓ୍ଵାନ୍‌’ ଯୋଜନା: ଥରଟିଏ ରିଚାର୍ଜ କଲେ ଅସୀମିତ କଲିଂ ସହ ଅନ୍ୟ ସମସ୍ତ ସୁବିଧା

India Today

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟେଲିକମ୍‌ କମ୍ପାନି ଜିଓ ପକ୍ଷରୁ ଧମାକାଦାର ‘ଜିଓ ଅଲ୍‌ ଇନ୍‌ ଓ୍ଵାନ୍‌’ ଯୋଜନା ଘୋଷଣା କରାଯାଇଛି। ଏହି ‘ଜିଓ ଅଲ୍‌ ଇନ୍‌ ଓ୍ଵାନ୍‌’ ଯୋଜନା ଅନୁସାରେ ଗ୍ରାହକଙ୍କୁ ଥରଟିଏ ରିଚାର୍ଜ କଲେ ଅସୀମିତ କଲିଂ ସହ ଅନ୍ୟ ସମସ୍ତ ସୁବିଧା ମଧ୍ୟ ଉପଲବ୍ଧ ହେବ।

ମାସକୁ ଗ୍ରାହକ ମାତ୍ର ୨୨୨ ଟଙ୍କା ରିଚାର୍ଜ କରି ପାଇପାରିବେ ଜିଓରୁ ଜିଓକୁ ମାସକ ପର୍ଯ୍ୟନ୍ତ ଅସୀମିତ କଲ୍‌ ସେବା। ଏହାଛଡ଼ା ଦିନକୁ ୨ ଜିବି ଡାଟା ମଧ୍ୟ ମିଳିବ। ଅନ୍ୟ ନେଟ୍‌ଓ୍ଵର୍କିଂ ପାଇଁ ୧୦୦୦ ମିନିଟ୍‌ କଲ୍‌ ସେବା। ଏସ୍‌ଏମ୍‌ଏସ୍‌ ସେବା ବି ଉପଲବ୍ଧ ଏହି ଯୋଜନା ଅଧୀନରେ।

publive-image MobiGyaan

ସେହିପରି ୨ ମାସ ପାଇଁ ୩୩୩ ଟଙ୍କା ଓ ତିନି ମାସ ପାଇଁ ଗ୍ରାହକଙ୍କୁ ୪୪୪ ଟଙ୍କା ରିଜାର୍ଚ କରିବାକୁ ପଡ଼ିବ। ଏହା ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ନେଟ୍‌ଓ୍ଵର୍କଠାରୁ ପ୍ରାୟତଃ ୨୦ରୁ ୫୦ ପ୍ରତିଶତ ଶସ୍ତା ବୋଲି ଜିଓ ପକ୍ଷରୁ ଦାବି ହୋଇଛି।

ଜିଓ ର ବର୍ତମାନ ପ୍ରଚଳିତ ଦୈନିକ ୧.୫ ଜିବି ପ୍ଲାନ ତୁଳନାରେ ଉପଭୋକ୍ତାଙ୍କ ପାଇଁ ନୂଆ ପ୍ଲାନଗୁଡିକରେ ମିଳିବ ଏକ ଟଙ୍କା ପ୍ରତି ଜିବି ଦରରେ ଅତିରିକ୍ତ ଜିବି ଡାଟା ଏବଂ ମାଗଣା ଅତିରିକ୍ତ ୧୦୦୦ ମିନିଟ ଅଫନେଟ ଆଇୟୁସି ମିନଟ, ଯାହା ଅଲଗା କିଣିଥିଲେ ଉପଭୋକ୍ତାଙ୍କୁ ୮୦ ଟଙ୍କା ଦେୟ ପଡିଥାନ୍ତା | ଉଦାହରଣ ସ୍ୱରୂପ, ବର୍ତମାନର ୩୯୯ ଟଙ୍କା (ତିନିମାସିଆ) ପ୍ଲାନ ତୁଳନାରେ ଏହି ନୂଆ ପ୍ଲାନରେ ଗ୍ରାହକଙ୍କୁ ଅତିରକ୍ତ ୪୨ ଜିବି ଡାଟା ପାଇଁ ୪୫ ଟଙ୍କା ଦେବାକୁ ପଡିଥାଏ, ଯାହା ପ୍ରାୟ ଜିବି ପ୍ରତି ଏକ ଟଙ୍କା ମୂଲ୍ୟରେ ଉପଲବ୍ଧ |

ସେହିଭଳି ଜିଓ ର ବର୍ତମାନ ପ୍ରଚଳିତ ଦୈନିକ ୨ ଜିବି ପ୍ଲାନ ସହ ତୁଳନାରେ ତିନିମାସ ଅବଧିର ଦୈନିକ ୨ ଜିବି ପ୍ୟାକ ଏବେ ୪୪୮ ଟଙ୍କା ବଦଳରେ ୪୪୪ ଟଙ୍କାରେ ମିଳିବ ଏବଂ ଏଥିସହିତ ମିଳିବ ମାଗଣା ଅତିରିକ୍ତ ୧୦୦୦ ମିନିଟ ଅଫନେଟ ଆଇୟୁସି ମିନଟ, ଯାହା ଅଲଗା କିଣିଥିଲେ ଉପଭୋକ୍ତାଙ୍କୁ ୮୦ ଟଙ୍କା ଦେୟ ପଡିଥାନ୍ତା | ସେହିଭଳି ଦୁଇ ମାସ ଅବଧିର ନୂଆ ପ୍ଲାନ ଏବେ ମାତ୍ର ୩୩୩ ଟଙ୍କାରେ ଉପଲବ୍ଧ ହେବ, ଯାହା ପୁରୁଣା ଦର ଅନୁସାରେ ୩୯୬ ଟଙ୍କା (୧୯୮x୨) ପଡିଥାନ୍ତା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe