ଲକଡାଉନ୍ ସମୟରେ ସହଜ ରିଚାର୍ଜ ପାଇଁ ଜିଓ ଆରମ୍ଭ କଲା ‘ଜିଓ ଆସୋସିଏଟ୍'

Advertisment

ଜିଓ ଗ୍ରାହକ ଅନ୍ୟ ପାଇଁ ରିଚାର୍ଜ କରି କମିଶନ ଅର୍ଜନ କରିପାରିବେ

ଜିଓ ଗ୍ରାହକ ଅନ୍ୟ ପାଇଁ ରିଚାର୍ଜ କରି କମିଶନ ଅର୍ଜନ କରିପାରିବେ

ଲକଡାଉନ୍ ସମୟରେ ସହଜ ରିଚାର୍ଜ ପାଇଁ ଜିଓ ଆରମ୍ଭ କଲା ‘ଜିଓ ଆସୋସିଏଟ୍'

India Tv

ଭୁବନେଶ୍ୱର: ଦେଶ ସାରା ଲକଡାଉନ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍ ' ନାମରେ ଏକ ସୁଯୋଗ ଆଣିଛି । ଏହି ସୁଯୋଗକୁ ଉପଯୋଗ କରି ଯେ କୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ ବି ଅର୍ଜନ କରିପାରିବେ । ଏହି କମିଶନ ଅର୍ଥ ରିଚାର୍ଜ ମୂଲ୍ୟର ୪ ପ୍ରତିଶତ ହାରରେ ଆପଣଙ୍କ ଜିଓ ଆକାଉଣ୍ଟରେ ଜମା ହେବ । ଆପଣ ପରବର୍ତ୍ତୀ ରିଚାର୍ଜ ପାଇଁ ଏହି ଅର୍ଥକୁ ବ୍ୟବହାର କରିପାରିବେ । ଓଡ଼ିଶାର ବିସ୍ତୃତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ମୋବାଇଲ୍ ରିଚାର୍ଜ ଲାଗି ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବାକୁ ଯାଇ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇଛି ।
ଆପଣଙ୍କ ଆଖ ପାଖରେ ଯଦି ଜିଓ ରିଚାର୍ଜ ଷ୍ଟୋର୍ ଖୋଲା ନରହୁଛି ତେବେ ଆପଣ ଏହି ଜିଓ ଆସୋସିଏଟ୍ ଯୋଜନାରେ ଅଂଶଗ୍ରହଣ କରି ନିଜର, ନିଜ ପରିବାରର ତଥା ପଡ଼ୋଶୀ ଓ ସାଙ୍ଗସାଥିଙ୍କ ମୋବାଇଲ୍ ରିଚାର୍ଜ କରିପାରିବେ । ଏଥିଲାଗି ଆପଣଙ୍କୁ ୪ ପ୍ରତିଶତ ହାରରେ କମିଶନ ମିଳିବ । ଅର୍ଥାତ୍ ଏହାଦ୍ୱାରା ଜିଓ ଗ୍ରାହକଙ୍କର ଫୋନ୍ ରିଚାର୍ଜ କରିବାକୁ ସମସ୍ୟା ରହିବ ନାହିଁ ଓ ଘରେ ବସି ଗାଁ ବା ସହରର ‘ଜିଓ ଆସୋସିଏଟ୍' ଉପଯୋଗକାରୀ ୪ ପ୍ରତିଶତ ଅର୍ଥ ସଙ୍ଗେସଙ୍ଗେ ଅର୍ଜନ କରିପାରିବେ ।

publive-image iamgujarat.com

ଜିଓ ଆସୋସିଏଟ୍ ହେବା ଲାଗି କୌଣସି ଗ୍ରାହକଙ୍କୁ ଜିଓ ପିଓଏସ୍ ଲାଇଟ୍ (Jio POS Lite) ଆପ ନିଜ ମୋବାଇଲରେ ଡାଉନଲୋଡ କରିବାକୁ ହେବ । ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ । ଏହି ଆପରେ ନିଜକୁ ପଞ୍ଜିକୃତ କରିବା ସହ ପ୍ରାରମ୍ଭିକ ଭାବେ ୧୦୦୦ ଟଙ୍କା ଆକାଉଣ୍ଟରେ ଜମା କଲେ ତତକ୍ଷଣାତ ସେହି ଆକାଉଣ୍ଟରେ ୪ ପ୍ରତିଶତ ହାରରେ ୪୦ଟଙ୍କା ଅଧିକ ମୋବାଇଲ୍ ଫୋନ୍ ରିଚାର୍ଜ ପାଇଁ ଉପଲବ୍ଧ ହେବା ସହ ଏହି ୪୦ ଟଙ୍କାର ୪ ପ୍ରତିଶତ ବି ଆକାଉଣ୍ଟକୁ ଆସିବ । ଅର୍ଥାତ୍ ୧୦୦୦ଟଙ୍କା ମୂଳ ରାଶି ଆକାଉଣ୍ଟ ଖୋଲିଲେ ଆପଣ ରିଚାର୍ଜ ପାଇଁ ୧୦୪୧ଟଙ୍କା ୬୦ ପଇସା ପାଇପାରିବେ । ଏହି ସମୁଦାୟ ରାଶିକୁ ଆପଣ ନିଜର ବା ନିଜ ପରିବାର, ବନ୍ଧୁ ବା ପଡ଼ୋଶୀଙ୍କ ଜିଓ ମୋବାଇଲରୁ ରିଚାର୍ଜ କରିପାରିବେ । ଆପଣଙ୍କ ଆକାଉଣ୍ଟରେ ପରବର୍ତ୍ତୀ ବାଲାନ୍ସ ପାଇବା ଲାଗି ସର୍ବନିମ୍ନ ୨୦୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ ।
ଏହି ଟଙ୍କାରେ ଆପଣ ଜଣଙ୍କ ମୋବାଇଲ୍ ନୁହେଁ, ବରଂ ବିଭିନ୍ନ ମୋବାଇଲକୁ ରିଚାର୍ଜ କରିପାରିବେ । ଜିଓ ଆସୋସିଏଟ୍ ଯୋଜନାରେ ପ୍ରବେଶ ଦେୟ ୧୦୦୦ ଟଙ୍କା ରହିଥିବା ବେଳେ ପ୍ରାରମ୍ଭିକ ଅଫର ଭାବେ ଏହାକୁ ବର୍ତ୍ତମାନ ଛାଡ଼ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଅଧିକରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ୍ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଛି ।

ନିକଟରେ ଆରମ୍ଭ ହୋଇଥିବା ଏହି ଯୋଜନା ପ୍ରାରମ୍ଭିକ ପର୍ଯାୟରେ ଅନେକ ଆଗ୍ରହ ଲକ୍ଷ୍ୟ କରିଛି । ହଜାର ହଜାର ସଂଖ୍ୟାରେ ଗ୍ରାହକ ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହୋଇ ଯୋଜନାର ଲାଭ ଉଠାଉଛନ୍ତି । ଏପ୍ରିଲ୍ ମାସରୁ ଏହି ଯୋଜନା ଆରମ୍ଭ ହୋଇଛି । କିନ୍ତୁ ଏହି କିଛି ସପ୍ତାହ ମଧ୍ୟରେ ଗୁଗୁଲ୍ ପ୍ଲେଷ୍ଟୋରରୁ ୫ ଲକ୍ଷରୁ ଅଧିକ ଜିଓ ପିଓଏସ୍ ଲାଇଟ୍ ଆପ୍ ଡାଉନଲୋଡ୍ ହୋଇଛି ।

ଆଗକୁ ଜିଓ ପକ୍ଷରୁ ଏହି ଯୋଜନାରେ ନୂଆ ଫିଚର ଓ ବ୍ୟବସ୍ଥା ଉପଲବ୍ଧ କରାଯିବା ଲକ୍ଷ୍ୟ ରହିଛି । ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହେବାକୁ ହେଲେ ଆପଣଙ୍କୁ ୧୮ ବର୍ଷ ବା ତା'ଠୁ ଅଧିକ ବୟସ ହୋଇଥିବା ଆବଶ୍ୟକ । ଏହାଛଡ଼ା ଆପଣଙ୍କର ଏକ ସ୍ମାର୍ଟଫୋନ୍ ସହ ଜିଓ ସଂଯୋଗ ଥିବା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe