ଜିଓଫାଇବର୍ ପକ୍ଷରୁ ମନୋରଂଜନ ବୋନାଞ୍ଜାର ଶୁଭାରମ୍ଭ

ଜିଓଫାଇବର୍ ପକ୍ଷରୁ ମନୋରଂଜନ ବୋନାଞ୍ଜାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ବର୍ଗରେ ଆଉ ଏକ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଶୂନ ପ୍ରବେଶ ଖର୍ଚ ସୁବିଧା ପ୍ରଦାନ କରୁଛି । ଯେତେବେଳେ ବ୍ୟବହାରକାରୀମାନେ ଜିଓଫାଇବର୍‌ର ପୋଷ୍ଟ୍‌ପେଡ୍ ସଂଯୋଗ ବିକଳ୍ପ ଚୟନ କରିବେ ତାଙ୍କୁୂ ବିନା ଖର୍ଚରେ ୧୦,୦୦୦ ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା ମିଳିବ ।

ମାତ୍ର ଅତିରିକ୍ତ ୧୦୦ ଟଙ୍କାରେ ଅସୀମିତ ମନୋରଂଜନ ସୁବିଧା ଆରମ୍ଭ କରାଯାଇଛି । ମାସିକ ୩୯୯ ଟଙ୍କାରୁ ଆରମ୍ଭ ହୋଇଥିବା ପ୍ଲାନ୍‌ରେ ବ୍ୟବହାରକାରୀମାନେ ଅସୀମିତ ହାଇ-ସ୍ପିଡ୍ ଇଟଂରନେଟ୍ ପାଇପାରିବେ । ପୁନଶ୍ଚ, ମାସିକ ଅତିରିକ୍ତ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ଯ୍ୟନ୍ତ ଓଟିଟି ଆପ୍‌ର ସମ୍ଭାରରୁ ନିଜ ପସନ୍ଦର କନ୍‌ଟେନ୍‌ଟ୍ (ବିଷୟବସ୍ତୁ) ହାସଲ କରିପାରିବେ ।

ଅସୀମିତ ମନୋରଂଜନରେ ସାମିଲ ରହିଛି ୧୪ ପେଡ୍ ମନୋରଂଜନ ଆପ୍ ଯାହାକୁ ଉଭୟ ବଡ଼ ସ୍କ୍ରିନ୍ ଓ ଛୋଟ ସ୍କ୍ରିନ୍‌ରେ ହାସଲ କରିହେବ ଫଳରେ ବ୍ୟବହାରକାରୀମାନେ ସେମାନଙ୍କ ମନ ପସନ୍ଦର ସିନେମା, ଟିଭି ଚ୍ୟାନେଲ୍‌, ଅରିଜିନାଲ୍‌ସ, ଖବର, ସୋ’, କ୍ରୀଡ଼ା ଏବଂ ଆହୁରି ବହୁତ କିଛି ଦେଖିପାରିବେ । ସେହି ୧୪ଟି ଆପ୍ ହେଉଛି ଡିଜ୍‌ନି+ହଟ୍‌ଷ୍ଟାର, ଜି୫, ସୋନିଲିଭ୍‌, ଭୁଟ୍‌, ସନ୍‌ନେକ୍ସଟ୍‌, ଡିସକଭରି+, ହୋଇଚୋଇ, ଅଲ୍‌ଟବାଲାଜୀ, ଏରସ୍ ନାଓ, ଲାୟନ୍ସଗେଟ୍‌, ସେମାରୋମି, ୟୁନିଭର୍ସାଲ୍‌+, ଭୁଟ୍ କିଡ୍‌ସ ଓ ଜିଓ ସିନେମା ।

ଏହି ନୂଆ ପ୍ଲାନ୍ ୨୦୨୨ ଏପ୍ରିଲ୍ ୨୨ରୁ ସମସ୍ତ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହେବ ।

- ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଶୂନ ପ୍ରବେଶ ଖର୍ଚ: ବିନା କୌଣସି ଖର୍ଚରେ ପାଆନ୍ତୁ ପ୍ରାୟ ୧୦,୦୦୦ ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା

- ମାସିକ ପ୍ଲାନ୍ : ୩୯୯ ଟଙ୍କାରେ କନେକ୍ଟିଭିଟି ଓ ୧୦୦ ଟଙ୍କାରେ ମନୋରଂଜନ

- ନୂଆ ସୁବିଧା ଉପଭୋଗ କରିବା ଲାଗି ପୁରୁଣା ଜିଓଫାଇବର ପ୍ରିପେଡ୍ ବ୍ୟବହାରକାରୀମାନେ ପୋଷ୍ଟ୍‌ପେଡ୍‌କୁ ଯାଇପାରିବେ

ନୂଆ ଜିଓଫାଇବର୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ର ଲାଭ ପାଇବା ଲାଗି ପରୁଣା ଜିଓଫାଇବର୍ ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ମାଇଁଜିଓ ଆପ୍‌ରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ନୂତନ ପ୍ଲାନ୍ ପାଇଁ ଅଗ୍ରୀମ ରେଂଟାଲ୍ ପେମେଂଟ୍ କରିବାକୁ ପଡ଼ିବ । ସେହିପରି, ପୁରୁଣା ଜିଓଫାଇବର୍ ପ୍ରିପେଡ୍ ବ୍ୟବହାରକାରୀମାନେ ଏହି ପ୍ଲାନ୍‌ର ଲାଭ ପାଇବା ଲାଗି ମାଇଁଜିଓ ଜରିଆରେ ପ୍ରିପେଡ୍‌ରୁ ପୋଷ୍ଟ୍‌ପେଡ୍‌କୁ ଆସିବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ । ନିଜ ଫୋନ୍‌ରେ ଓଟିପି ଦେଇ ନିଜକୁ ଭେରିଫାଏ କରିବାକୁ ହେବ । ଏହା ପରେ ମାଇଁଜିଓରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ପ୍ଲାନ୍ ପାଇଁ ଅଗ୍ରୀମ ଦେୟ ପ୍ରଦାନ କରିବାକୁ ପଡ଼ିବ ।

publive-image

ବିନା ଏସ୍‌ଟିବିର ଜିଓଫାଇବର୍ ବ୍ୟବହାରକାରୀମାନେ ନିଜର ମନୋରଂଜନ ବୋନାଞ୍ଜା ପ୍ଲାନ୍ ଚୟନ କରିବା ପରେ ମାଗଣାରେ ଜିଓ ସେଟ୍ ଟପ୍ ବକ୍ସର ଡେଲିଭରି ପାଇବା ଲାଗି ଆପଏଂଟ୍‌ମେଂଟ୍ ନେଇପାରିବେ ।

ଜିଓ ଏସ୍‌ଟିବି ଯେକୌଣସି ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରୁଛି । ଜିଓ ଏସ୍‌ଟିବି ଜରିଆରେ ବ୍ୟବହାରକାରୀମାନେ ସିନେମା, ସୋ’, ୱେବ ସିରିଜ୍‌, କ୍ରୀଡ଼ା କାର୍ଯ୍ୟକ୍ରମ ଏବଂ ନିଜ ପସନ୍ଦର ଓଟିପି ଆପ୍‌କୁ ହାସଲ କରିପାରିବେ । ଜିଓ ଏସ୍‌ଟିବିରେ ବହୁ ଉନ୍ନତ ସୁବିଧା ସୁଯୋଗ ରହିଛି । ସେଗୁଡ଼ିକ ହେଉଛି ଭଏସ୍ କମାଣ୍ଡ, ୟୁଟ୍ୟୁବ୍ ଅନ୍ ଟିଭି, ଟିଭିରେ ଇଟଂରନେଟ୍ ହାସଲ କରିବା ସୁବିଧା, ଟିଭି ଜରିଆରେ ଭିଡିଓ କଲ୍ କରିବା, ୧୫ଟି ଭାଷାରେ ୫୫୦ରୁ ଅଧିକ ଟିଭି ଚ୍ୟାନେଲ୍‌, ୩୦୦ରୁ ଅଧିକ ଆପ୍ଲିକେସନ୍‌, ଜିଓଗେମ୍‌ସ ଆପ୍‌ରେ ମଲ୍‌ଟିପ୍ଲେୟାର ଗେମ୍‌ସ ଓ ଟିଭିରେ ଫଟୋ ଓ ଭିଡିଓ ଆଦି ଦେଖିପାରିବା ସୁବିଧା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe