Livemint
ନୂଆଦିଲ୍ଲୀ : ପ୍ରତ୍ୟେକ ବ୍ୟକ୍ତି ଏବଂ ଜିନିଷ ମଧ୍ୟରେ ସଂଯୋଗ ସ୍ଥାପନ କରିବା ଉଦ୍ଦେଶ୍ୟରେ ଏକ ପ୍ରମୁଖ ଡିଜିଟାଲ୍ ବ୍ରାଣ୍ଡ ଭାବେ ରିଲାଏନ୍ସ ଜିଓ ଏହାର କାର୍ଯ୍ୟ ଜାରି ରଖିଥିବା ବେଳେ ପ୍ରତିଷ୍ଠିତ ଗୋଲ୍ଡେନ୍ ଗ୍ଲୋବ୍ ଟାଇଗର୍ସ ଆୱାର୍ଡ ୨୦୧୯ରେ ୩ଟି ସର୍ବୋଚ୍ଚ ସମ୍ମାନ ହାସଲ କରିଛି । ଭାରତୀୟମାନଙ୍କୁ ବାସ୍ତବ ଉପଯୋଗୀ ଏବଂ ସ୍ୱତନ୍ତ୍ର ଧରଣର ଡିଜିଟାଲ୍ ସେବା ଯୋଗାଇ ଦେଇ ସେମାନଙ୍କ ଜୀବନ ଶୈଳୀକୁ ସୁଖମୟ କରିଥିବାରୁ ଜିଓ ଏବଂ ଏହା ପକ୍ଷରୁ ନିଆଯାଇଥିବା ଦୁଇଟି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପକୁ ଏହି କାର୍ଯ୍ୟକ୍ରମରେ ପ୍ରଶଂସା କରାଯାଇଛି ।
ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍(ଜିଓ) ଭାରତରେ ୩୦୦ ନିୟୁତ ଗ୍ରାହକଙ୍କୁ ନିଜ ସହିତ ସାମିଲ କରି ବିଶ୍ୱର ସର୍ବବୃହତ ଡାଟା ନେଟୱର୍କ ପ୍ରତିଷ୍ଠା କରିବାରେ ସଫଳ ହୋଇଥିବାରୁ ଏହାକୁ ମାର୍କେଟ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ୪ଜି ଏଲ୍ଟିଇ ବୈଷୟିକ ବିଦ୍ୟା ଆଧାରିତ ଜିଓ ହେଉଛି ବିଶ୍ୱସ୍ତରୀୟ ସମସ୍ତ- ଶକ୍ତିଶାଳୀ ଏବଂ ଭବିଷ୍ୟତ ପାଇଁ ସୁରକ୍ଷିତ ଆଇପି ଡାଟା ନେଟୱର୍କ । ଏହା ବିଶ୍ୱର ସର୍ବବୃହତ୍ ମୋବାଇଲ ଡାଟା ନେଟୱର୍କ ହୋଇଥିବା ବେଳେ ଭାରତର ସର୍ବବୃହତ୍ ୱେୟାରଲେସ୍ ବ୍ରଡ୍ ବ୍ୟାଣ୍ଡ ସେବା ପ୍ରଦାନକାରୀ ଭାବେ ପ୍ରତିଷ୍ଠା ଲାଭ କରିଛି । ଅତ୍ୟାଧୁନିକ ବୈଷୟିକ ବିଦ୍ୟା ଏବଂ ନବ ଉନ୍ମେଷତାର ସହ କାର୍ଯ୍ୟ କରୁଥିବା ରିଲାଏନ୍ସ ଜିଓ ଭାରତୀୟ ଗ୍ରାହକମାନଙ୍କ ଡିଜିଟାଲ ଜୀବନ ଶୈଳୀରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଥିବା ବେଳେ ବିଶ୍ୱ ଡିଜିଟାଲ ଅର୍ଥନୀତିରେ ମଧ୍ୟ ଭାରତକୁ ଯଥେଷ୍ଟ ଭାବେ ଅଗ୍ରଣୀ କରିପାରିଛି।
The Hindu Business Lineଭାରତର ସ୍ମାର୍ଟଫୋନ୍ ଭାବେ ପରିଚିତ ଜିଓଫୋନ୍ ଭାରତର ଡିଜିଟାଲ ଜୀବନଶୈଳୀରେ ଦ୍ରୁତ ପରିବର୍ତ୍ତନ ଆଣିପାରିଥିବା ବେଳେ ଏହା ସର୍ବୋତ୍ତମ ମୋବାଇଲ କୌଶଳ ଭାବେ ସମ୍ମାନିତ ହୋଇଛି । ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ୍ ବ୍ୟବସ୍ଥାର ସ୍ୱାଦ ଚଖାଇବା ଏବଂ ବିଶେଷକରି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ମାର୍ଟଫୋନ୍ କ୍ରୟ କରି ପାରିବେଳ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦେବା ଜିଓଫୋନ୍ ପ୍ରଚଳନର ମୂଳ ଲକ୍ଷ୍ୟ ରହିଛି । ଜିଓଫୋନ୍ରେ ରହିଥିବା ସ୍ୱତନ୍ତ୍ର ଫିଚର୍ ପାଇଁ ଭାରତର ଲକ୍ଷ ଲକ୍ଷ ଫିଚର୍ଫୋନ୍ ଗ୍ରାହକ ଏବେ ଜିଓ ଡିଜିଟାଲ୍ ଲାଇଫ୍କୁ ଆପଣାଇଥିବା ବେଳେ ସେମାନେ ଡାଟା ବ୍ୟବସ୍ଥାର ମଜ୍ଜା ଉଠାଉଛନ୍ତି । ଏହାର ପ୍ରତିଶ୍ରୁତି ରକ୍ଷା ପୂର୍ବକ ଜିଓଫୋନ୍ ଏହାର ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ଓ ଅତୁଳନୀୟ ମୂଲ୍ୟ ପ୍ରଦାନ କରି ସେମାନଙ୍କ ଡିଜିଟାଲ ଜୀବନଶୈଳୀକୁ ଅଧିକ ରୋମାଞ୍ଚିତ କରିପାରିଛି ।
The Weekଜିଓ ଚଳିତବର୍ଷରେ ବିଶ୍ୱର ଅନେକ ପ୍ରମୁଖ ବ୍ରାଣ୍ଡ୍ଗୁଡିକୁ ପଛରେ ପକାଇ ଉପରୋକ୍ତ ୩ଟି କ୍ଷେତ୍ରରେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛି ।ମାଲେସିଆର କୁଆଲାଲୁମ୍ପୁର ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେତାମାନଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ଟାଇଗର୍ସ ଆୱାର୍ଡ ୨୦୧୯ ପ୍ରଦାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ମାର୍କେଟିଂ, ବ୍ରାଣ୍ଡିଂ , ସିଏସ୍ଆର୍ ଏବଂ ସାମାଜିକ ନବ ଉନ୍ମେଷ, ଶିକ୍ଷା ଏବଂ ଶୈକ୍ଷିକ କ୍ଷେତ୍ରରେ ବ୍ୟକ୍ତିଗତ କିମ୍ବା ଅନୁଷ୍ଠାନ ଭିତ୍ତିରେ ‘ଟାଇଗର୍ସ’ମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଏହି ଗୋଲ୍ଡେନ୍ ଗ୍ଲୋବ୍ ଟାଇଗର୍ସ ଆୱାର୍ଡର ଲକ୍ଷ୍ୟ । ଗୋଲ୍ଡେନ୍ ଗ୍ଲୋବ୍ ଟାଇଗର୍ସ ଆୱାର୍ଡ ବିବିଧ ବର୍ଗ ଓ ବିବିଧ କାର୍ଯ୍ୟ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ବେଳେ ଉଦ୍ୟୋଗ ଉପରେ କେନ୍ଦ୍ରୀତ ହୋଇଥାଏ ।
Follow Us