ଜିଓ ଆଣିଲା ବ୍ଲୁଟୁଥ୍‌ ଟ୍ୟାଗ୍‌, ଦାମ୍ ୭୪୯ ଟଙ୍କା

Advertisment
ଜିଓ ଆଣିଲା ବ୍ଲୁଟୁଥ୍‌ ଟ୍ୟାଗ୍‌, ଦାମ୍ ୭୪୯ ଟଙ୍କା

English News India Live

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ଆରମ୍ଭରୁ ଶସ୍ତାରେ ସେବା କିମ୍ବା ସାମଗ୍ରୀ ଯୋଗାଇବାରେ ରିଲାଏନ୍ସ ଜିଓର ଭୂମିକା ଗୁରୁତ୍ବପୂର୍ଣ୍ଣ। ତାହା ଶସ୍ତା ରିଚାର୍ଜ ପ୍ଲାନ୍‌ ହେଉ କିମ୍ବା କୌଣସି ଡିଭାଇସ୍‌, ରିଲାଏନ୍ସ ଜିଓ ହିଁ ପ୍ରଥମେ ଗ୍ରାହକଙ୍କ ପାଇଁ ବଜାରରେ ତାହାକୁ ଉପଲବ୍ଧ କରାଇଥାଏ। ନିକଟରେ କମ୍ପାନି ଏକ ବ୍ଲୁଟୁଥ୍‌ ଟ୍ରାକର୍‌ ଲଞ୍ଚ୍‌ କରିଛି। ଯାହାର ଦାମ ଶୁଣିଲେ ଆପଣ ଅ‌ାଶ୍ଚର୍ଯ୍ୟ ହୋଇଯିବେ।

ଆପଲ୍‌ ଏୟାର‌ଟ୍ୟାଗ୍ ଓ ସାମ୍‌ସଙ୍ଗ୍‌ର ସ୍ମାର୍ଟ ଟ୍ୟାଗ୍‌ ସହିତ ପ୍ରତିଦ୍ବନ୍ଦ୍ବିତା କରିବ ରିଲାଏନ୍ସର ସ୍ବଦେଶୀ ଜିଓ ଟ୍ୟାଗ୍‌। ଜିଓ ପକ୍ଷରୁ ଏହି ବ୍ଲୁଟୁଥ୍‌ ଟ୍ୟାଗ୍‌କୁ ବିକାଶ କରାଯାଇଛି ଯାହା ମୂଲ୍ୟ ୭୪୯ ଟଙ୍କା ରଖାଯାଇଛି। ଆପଲ୍‌ ଏୟାରଟ୍ୟାଗ୍ ଦାମ୍ ୩୪୯୦ ଟଙ୍କା ଥିବା ବେଳେ ଜିଓ ଟ୍ୟାଗ୍‌ ତା’ଠାରୁ ବହୁତ କମ୍ ଦାମ୍‌ରେ ମିଳିବ। ଏଥିରେ ରହିଛି ଜିଓ କମ୍ୟୁନିଟି ଫାଉଣ୍ଡ୍‌ ସୁବିଧା। ଏହି ଟ୍ୟାଗ୍‌କୁ ‌‌ଯେକୌଣସି ଜିନିଷରେ ଲଗାଇ ତାହା କେଉଁଠାରେ ଅଛି ବ୍ଲୁଟୁଥ୍‌ ଜରିଆରେ ଠାବ କରିହେବ। ଘର ଭିତରେ ୨୦ ମିଟର ଓ ବାହାରେ ୫୦ ମିଟର ଭିତରେ ଜିଓ ଟ୍ୟାଗ୍‌ ଲାଗିଥିବା ଜିନିଷକୁ ଠାବ କରିହେବ। ଏଥିରେ ଏକ ବ୍ୟାଟେରି ବି ରହିଛି।

ଏହି ଜିଓ ଟ୍ୟାଗ୍‌ ପ୍ରଥମେ ୨୧୯୯୯ ଟଙ୍କାରେ ବଜାରରେ ଲଞ୍ଚ୍‌ କରିଥିଲା। ଏବେ ତାହା ୭୪୯ ଟଙ୍କାରେ ଉପଲବ୍ଧ। ଦେଶର କୌଣସି ବି ସ୍ଥାନକୁ କମ୍ପାନି କ୍ୟାସ୍‌ ଅନ୍‌ ଡେଲିଭରିରେ ଏହାକୁ ଉପଲବ୍ଧ କରାଇବ। ଏହା ଖୁବ୍‌ ହାଲୁକା ହୋଇଥିବା ବେଳେ ଛୋଟ ଆକାରର ମଧ୍ୟ। ଏହାକୁ ଆପଣ ଯୁଆଡ଼େ ଚାହିଁଲେ ବି ନିଜ ଇଚ୍ଛାରେ ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe