ଜିଓ ପକ୍ଷରୁ ଭୁବନେଶ୍ୱର-କଟକର ପ୍ରମୁଖ ଦୁର୍ଗା ପୂଜା ପେଣ୍ଡାଲର ଡିଜିଟାଲ ଉପସ୍ଥାପନା

Advertisment
ଓଡ଼ିଶାରେ ଡିସେମ୍ବର ତ୍ରୈମାସିକ ଏଜିଆରରେ ଜିଓର ୫୦% ରୁ ଅଧିକ ବଜାରଅଂଶ ହାସଲ

ଭୁବନେଶ୍ୱର : ଦୁର୍ଗା ପୂଜା ଓ ଦଶହରାର ପାର୍ବଣ ଅବସରରେ ପ୍ରମୁଖ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପକ୍ଷରୁ ଭୁବନେଶ୍ୱର ଏବଂ କଟକ ସହରର ପାଞ୍ଚଟି ଲେଖାଏଁ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ ମାଇଁ ଜିଓ ଆପ୍ପରେ ଆକର୍ଷଣୀୟ ଫୋଟୋ ଏବଂ ଭିଡ଼ିଓ ଜରିଆରେ ଉପସ୍ଥାପିତ କରାଯାଇଛି |

ଏହି ଡିଜିଟାଲ ଉପସ୍ଥାପନା ଜରିଆରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳରେ ରହୁଥିବା କୋଟି କୋଟି ଜିଓ ବ୍ୟବହାରକାରୀମାନେ ଯେଉଁମାନେ ଭୁବନେଶ୍ୱର ଏବଂ କଟକ ସହରର ଦୁର୍ଗା ପୂଜା ଏବଂ ସାଜସଜ୍ଜା ଦେଖିବାକୁ ଚାହୁଁଛନ୍ତି ସେମାନେ ନିଜ ଫୋନରେ ମାଇଁ ଜିଓ ଆପକୁ ଯାଇ ଉଭୟ ସହରର ପାଞ୍ଚଟି ଲେଖାଏଁ ପ୍ରମୁଖ ପୂଜା ପେଣ୍ଡାଲର ମଣ୍ଡପ, ସୁଦୃଶ୍ୟ ସାଜସଜ୍ଜା ଇତ୍ୟାଦିର ଫୋଟୋ ଓ ଭିଡ଼ିଓ ଦେଖିପାରିବେ | ଏଥିସହିତ ଗୋଟିଏ ବଟନ କ୍ଲିକରେ ପୂଜା ପେଣ୍ଡାଲଗୁଡିକର ଫୋଟୋ ଓ ଭିଡ଼ିଓ ଉପଲବ୍ଧ କରାଇବାରେ ଜିଓ ଓଡ଼ିଶାର ଏକମାତ୍ର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ହୋଇପାରିଛି |

ମାଇଁ ଜିଓ ଆପ୍ସରେ ଉପଲବ୍ଧ ହେଉଥିବା ସଂସ୍କୃତିର ସହର କଟକର ପାଞ୍ଚଟି ପୂଜା ମଣ୍ଡପ ଓ ସୁଦୃଶ୍ୟ ଚାନ୍ଦି ମେଢ ମଧ୍ୟରେ ରହିଛି ଚାଉଳିଆଗଞ୍ଜ, ଯୋବ୍ରା, ଶେଖ ବଜ଼ାର, ଚାନ୍ଦିନୀ ଚୌକ ଓ ଚୌଧୁରୀ ବଜ଼ାର ପୂଜା ମଣ୍ଡପ | ସେହିଭଳି ଏଥିରେ ଉପଲବ୍ଧ ରହିଥିବା ଭୁବନେଶ୍ୱରର ଥିମ-ଭିତ୍ତିକ ପୂଜା ପେଣ୍ଡାଲ ମଧ୍ୟରେ ରହିଛି ଶହୀଦନଗର, ରସୁଲଗଡ, ବରମୁଣ୍ଡା, ନୟାପଲ୍ଲୀ ଏବଂ ବମିଖାଲ ପୂଜା ମଣ୍ଡପ ଓ ପେଣ୍ଡାଲ | ଏଥିସହିତ ପ୍ରଥମ ଥର ପାଇଁ ଦେଶ ବିଦେଶରେ ରହୁଥିବା ଲୋକମାନେ ଫୋଟୋ ଓ ଭିଡ଼ିଓ ଜରିଆରେ କଟକ ଭୁବନେଶ୍ୱରର ପୂଜା ପେଣ୍ଡାଲ ଓ ପାର୍ବଣ ସାଜସଜ୍ଜା ନିଜ ମୋବାଇଲରେ ଦେଖିବାର ସୁଯୋଗ ନେଇପାରିବେ |

ଭୁବନେଶ୍ୱରର ବରମୁଣ୍ଡା ପୂଜା ପେଣ୍ଡାଲ ନିକଟରେ ଜିଓ ପକ୍ଷରୁ ବିଶ୍ୱର ବହୁଳ ବିକ୍ରି ଜିଓ ଫୋନର ପ୍ରତିରୂପ ସମ୍ବଳିତ ଏକ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ସ୍ଥାପନା କରାଯାଇଛି ଯେଉଁଠାରେ ସେଲ୍ଫି ଉଠାଇ ଯୁବ ପିଢ଼ି ସୋସିଆଲ ମିଡ଼ିଆରେ ସେୟାର କରିପାରିବେ |

ଏଥିସହିତ ଜିଓ ପକ୍ଷରୁ କଟକର ଶଙ୍କରପୁର ପୂଜା ମଣ୍ଡପ, ଭୁବନେଶ୍ୱରର ଝାରପଡା ଓ ବରମୁଣ୍ଡା ପୂଜା ପେଣ୍ଡାଲ, ଏବଂ ରାଉରକେଲାର ସେକଟର ୨ ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ଓ ପ୍ରଦର୍ଶନୀ ଜରିଆରେ ଜିଓ ଡିଜିଟାଲ ଲାଇଫକୁ ପ୍ରଦର୍ଶିତ କରାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe