କରୋନାଭାଇରସ୍‌ ମୁକାବିଲା ପାଇଁ ଘରେ ରହି ଅଫିସ୍‌ କାମ କରୁଥିବା କର୍ମଚାରୀଙ୍କ ପାଇଁ ଜିଓ ଆଣିଲା ନୂଆ ପ୍ଲାନ୍‌

Advertisment
ଟ୍ରାଇ ତଥ୍ୟ: ଓଡ଼ିଶାର ମୋବାଇଲ୍ ବ୍ୟବହାରକାରୀଙ୍କ ସବୁଠୁ ପସନ୍ଦ ରିଲାଏନ୍ସ ଜିଓ

VTV Gujarati

ନୂଆଦିଲ୍ଲୀ; କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି। ଅଧିକାଂଶ କର୍ପୋରେଟ କମ୍ପାନି ଓ ଅଫିସ ନିଜ କର୍ମଚାରୀଙ୍କୁ ‘ଓ୍ଵାର୍କ ଫର୍ମ ହୋମ୍‌’ର ଘୋଷଣା କରିଛନ୍ତି। ରିଲାଏନ୍ସ ଜିଓ ବି ଏହାକୁ ଦୃଷ୍ଟିରେ ରଖି ‘ଓ୍ଵାର୍କ ଫର୍ମ ହୋମ୍‌’ କରୁଥିବା ଲୋକମାନଙ୍କ ପାଇଁ ନୂଆ ପ୍ଲାନ୍‌ର ଲଞ୍ଚ କରିଛି। ଏହି ପ୍ଲାନ୍‌ର ମୂଲ୍ୟ ୨୫୧ଟଙ୍କା ରହିଛି। ଜିଓ ଏହି ରିଚାର୍ଜ ପ୍ଲାନ୍‌କୁ ‘ଓ୍ଵାର୍କ ଫର୍ମ ହୋମ୍‌ ପ୍ୟାକ୍‌’ର ନାମ ଦେଇଛି।

ଜିଓର ଏହି ରିଚାର୍ଜ ପ୍ଲାନ୍‌ ମୁତାବକ, ୨୫୧ଟଙ୍କାରେ ଏହି ପ୍ୟାକ୍‌ରେ ଗ୍ରାହକଙ୍କୁ ୨ଜିବି ଡାଟା ପ୍ରତିଦିନ ମିଳିବ। ୨ଜିବି ଡାଟା ଶେଷ ହେବା ପରେ ଇଣ୍ଟରନେଟ ସ୍ପିଡ୍‌ କମ୍‌ ହୋଇଯିବ। ଏହି ପ୍ୟାକ୍‌ର ବୈଧତା ୫୧ଦିନ ପର୍ଯ୍ୟନ୍ତ ରହିଛି। ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ, ଏହି ପ୍ୟାକ୍‌ରେ କମ୍ପାନି ଗ୍ରାହକଙ୍କୁ ଭଏସ୍‌ କଲ ଓ ଏସ୍‌ଏମ୍‌ଏସ୍‌ର ସୁବିଧା ପ୍ରଦାନ କରିବ ନାହିଁ।

Image result for /jio-launches-work-from-home-pack- Livemint

ଏହାପୂର୍ବରୁ ଜିଓ ବଛାବଛା କିଛି ଡାଟା ଭାଉଚର ପ୍ଲାନ୍‌ ଅପଗ୍ରେଡ୍‌ କରିଥିଲା। ଏଥିରେ ଅଧିକ ଡାଟା ସହିତ ଅନ୍ୟ ନେଟଓ୍ଵାର୍କରେ ମାଗଣାରେ କଥା ହେବାର କମ୍ପାନି ଅଫର ଦେଇଥିଲା। ୪ଜି ଡାଟା ଭାଉଚରକୁ ଜିଓ ଗ୍ରାହକ ସେତେବେଳେ ଯାଇ ରିଚାର୍ଜ କରିପାରିବେ ଯେତେବେଳେ ତାଙ୍କ ପାଖରେ ପୂର୍ବରୁ ଏକ ଆକ୍ଟିଭ ପ୍ଲାନ୍‌ ରହିଥିବ। ଏତଦ ବ୍ୟତୀତ ଲେଟେଷ୍ଟ ଅପଗ୍ରେଡ ସହିତ ୪ଜି ଜିଓ ପ୍ରିପେଡ ଡାଟା ଭାଉଚର୍ସ ଏବେ ୧୧ଟଙ୍କା, ୨୧ଟଙ୍କା, ୫୧ଟଙ୍କା ଓ ୧୦୧ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe