ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଆସିଲା ଜିଓମାର୍ଟ

Advertisment
ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଆସିଲା ଜିଓମାର୍ଟ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନିଙ୍କ କମ୍ପାନି ଏବେ ଇ-ବାଣିଜ୍ୟ କାରବାରରେ ପାଦ ଥାପିଛି | ଭାରତୀୟ ବଜାରରେ କିଛି ଦିନ ଧରି ଆମାଜନ ଓ ଫ୍ଲିପକାର୍ଟ ନିଜର ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇ ଚାଲିଥିବା ବେଳେ ଏବେ ଏମାନଙ୍କୁ ଟକ୍କର ଦେବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜର ରିଟେଲ କମ୍ପାନି ଜିଓମାର୍ଟକୁ ଲଞ୍ଚ କରିଛି | ସୋମବାର ଦିନ ଜିଓ ପକ୍ଷରୁ ଏହାର ଉପଭୋକ୍ତାମାନଙ୍କୁ ଜିଓମାର୍ଟରେ ନିଜ ନମ୍ବର ରେଜିଷ୍ଟର କରିବାକୁ ମେସେଜ ପଠାଯାଇଛି | 'ଦେଶର ନୂଆ ଦୋକାନ' ନାରା ଦେଇ ଖୁବ ଶୀଘ୍ର ମୁମ୍ବାଇ ଓ ଏହାର ଆଖପାଖ ଅଂଚଳରେ ସେବା ଆରମ୍ଭ କରିବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଛି |

publive-image NewsState

ଏଠାରେ ସୂଚନା ଥାଉ କି ଚଳିତବର୍ଷ ଅଗଷ୍ଟ ୧୨ ତାରିଖରେ ମୁକେଶ ଅମ୍ବାନୀ ରିଲାଏନ୍ସର ବୈଠକର ଜିଓମାର୍ଟ ବାବଦରେ ସୂଚନା ଦେଇଥିଲେ | ସେ କହିଥିଲେ ଯେ ଜିଓମାର୍ଟ ଦ୍ୱାରା ଦେଶର ୩ କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ଯୋଡ଼ାଯିବ | ରିଲାଏନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଖୁବ ଶୀଘ୍ର ଜିଓମାର୍ଟର ଆପ ଲଞ୍ଚ କରାଯିବାକୁ ଥିବାବେଳେ ଏବେ ଜିଓ ଗ୍ରାହକମାନଙ୍କୁ ନିଜ ନାମ ଓ ନମ୍ବର ରେଜିଷ୍ଟର କରାଯିବାକୁ ଆମନ୍ତ୍ରଣ ଦିଆଯାଉଛି |

ବର୍ତ୍ତମାନ ସୁଦ୍ଧା ଜିଓମାର୍ଟରେ ଗ୍ରାହକଙ୍କୁ କ’ଣ ସୁବିଧା ମିଳିବ ସେ ନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ବି ଏଥିରେ ୫୦ ହଜାରରୁ ଅଧିକ ତେଜରାତି ସାମଗ୍ରୀ ମିଳିବାକୁ ଥିବାବେଳେ ମାଗଣାରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ମାଗଣାରେ ସାମଗ୍ରୀ ଡେଲିଭରି ପାଇଁ କୌଣସି ନ୍ୟୂନତମ କ୍ରୟ ରାଶି ରହିବ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe