ଜିଓର ନୂଆ ଅଫର୍‌ ୫୦ ପ୍ରତିଶତ ଅଧିକ ଡାଟା କିମ୍ବା ୫୦ ଟଙ୍କାର ରିହାତି

Advertisment

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ହାପି ନ୍ୟୁ ଇୟର ଅଫର୍‌ ୨୦୧୮ ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ମାସିକ ୧୪୯ ଟଙ୍କାର ରିଚାର୍ଜ କରି ଦିନକୁ ୧ ଜିବି ଲେଖାଏଁ ଡାଟା ପାଇପାରିବେ। ଏଥିସହିତ କମ୍ପାନି ବର୍ତମାନ ପ୍ରଦାନ କରୁଥିବା ସମସ୍ତ ୧ ଜିବି ପ୍ୟାକ୍‌ରେ ଦୁଇଟି ଅତିରିକ୍ତ ସୁବିଧା ପ୍ରଦାନ କରିବ। ସେଥିରେ ଗୋଟିଏ ହେଲା ୫୦ ପ୍ରତିଶତ ଅଧିକ ଡାଟା ଏବଂ ଅନ୍ୟଟି ହେଲା ପ୍ରାଇସ୍‌ ପ୍ଲାନ୍‌ ଉପରେ ୫୦ ଟଙ୍କାର ରିହାତି। ଗ୍ରାହକମାନେ ଏଥିରୁ କୌଣସି ଗୋଟିଏ ସୁବିଧା ପାଇପାରିବେ। ଏହା ଫଳରେ ଜିଓ ପକ୍ଷରୁ ପ୍ରଦାନ କରାଯାଉଥିବା ମାସିକ ଅସୀମିତ ପ୍ୟାକ୍‌(ଦୈନିକ ୧ଜିବି) କେବଳ ୧୪୯ ଟଙ୍କାରେ ଉପଲବ୍ଧ ହୋଇପାରିବ। ଏଥିସହିତ କମ୍ପାନି ଏହାର ୩୯୯ ଟଙ୍କିଆ ଫ୍ଲାଗ୍‌ସିପ୍‌ ପ୍ଲାନ୍‌ରେ ମଧ୍ୟ ଗ୍ରାହକଙ୍କୁ ଅଧିକ ସୁବିଧା ପ୍ରଦାନ ଘୋଷଣା କରିଛି। ଏହି ପ୍ଲାନ୍‌ର ବୈଧତା ୭୦ ଦିନ ଥିବାବେଳେ ଏହାକୁ ଆଉ ୨ ସପ୍ତାହ ବୃଦ୍ଧି କରାଯାଇ ୮୪ ଦିନ କରାଯାଇଛି। ଅର୍ଥାତ୍‌ ଗ୍ରାହକମାନେ ଏହି ପ୍ଲାନ୍‌ରେ ୨୦ ପ୍ରତିଶତ ଅଧିକ ଡାଟା ପାଇପାରିବେ। ଏତଦ୍‌ବ୍ୟତୀତ ଅଧିକ ଡାଟା ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଜିଓ ଏକ ସ୍ୱତନ୍ତ୍ର ପ୍ୟାକ୍‌ ଦୈନିକ ୧.୫ ଜିବି ଡାଟା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏହାର ମୂଲ୍ୟ ଜିବି ପିଛା ୪ ଟଙ୍କା ରହିବ। ଏସବୁ ଯୋଜନା ଗ୍ରାହକଙ୍କ ପାଇଁ ଆସନ୍ତା ଜାନୁଆରି ୯ ତାରିଖରୁ ଉପଲବ୍ଧ ହେବ। ଆଗାମୀ ଦିନରେ ମଧ୍ୟ କମ୍ପାନି ଏଭଳି ଆହୁରି ଅନେକ ଆକର୍ଷଣୀୟ ଯୋଜନା ଘୋଷଣା କରିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe