ରିଲାଏନ୍ସ ଜିଓ ୪ଜି ଡାଉନଲୋଡ ସ୍ପିଡ଼ରେ ପ୍ରଥମ, ଅପଲୋଡ ସ୍ପିଡ଼ରେ ଆଇଡ଼ିଆ: ଟ୍ରାଇ

Advertisment
ଓଡ଼ିଶାରେ ଡିସେମ୍ବର ତ୍ରୈମାସିକ ଏଜିଆରରେ ଜିଓର ୫୦% ରୁ ଅଧିକ ବଜାରଅଂଶ ହାସଲ

ନଭେମ୍ବର ମାସ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେ ସେକେଣ୍ଡ ପ୍ରତି ହାରାହାରି ୨୦.୩ ମେଗାଵିଟ ସ୍ପିଡ଼ ସହିତ ରିଲାଏନ୍ସ ଜିଓ କ୍ରମାଗତ ଭାବରେ ପୁଣିଥରେ ପ୍ରଥମ ସ୍ଥାନରେ ରହିଛି ।

ମାଇଁ ସ୍ପିଡ଼ ୱେବସାଇଟରେ ପ୍ରକାଶିତ ଟ୍ରାଇ ରିପୋର୍ଟ ଅନୁଯାୟୀ ନଭେମ୍ବର ମାସରେ ଭାରତୀ ଏୟାରଟେଲର ୪ଜି ନେଟୱର୍କରେ ହାରାହାରି ଡାଉନଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୯.୭ ମେଗାଵିଟ ରହିଥିବା ବେଳେ, ଭୋଡାଫୋନର ୪ଜି ନେଟୱର୍କରେ ଡାଉନଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୬.୮ ମେଗାଵିଟ ଏବଂ ଆଇଡ଼ିଆର ୪ଜି ନେଟୱର୍କରେ ଡାଉନଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୬.୨ ମେଗାଵିଟ ରହିଥିଲା । ଉଲ୍ଲେଖଯୋଗ୍ୟଯେ ଭିଡ଼ିଓ ଦେଖିବା, ଇଣ୍ଟରନେଟ ବ୍ରାଉଜ଼ କରିବା, ଇ-ମେଲ ଆକ୍ସେସ ଇତ୍ୟାଦି ପାଇଁ ଡାଉନଲୋଡ ସ୍ପିଡ଼ ବେଶ ଗୁରୁତ୍ୱ ବହନ କରିଥାଏ ।

ତେବେ ଏହି ମାସରେ ୪ଜି ଅପଲୋଡ ସ୍ପିଡ଼ରେ ଆଇଡ଼ିଆ ସେକେଣ୍ଡ ପ୍ରତି ୫.୬ ମେଗାଵିଟ ସ୍ପିଡ଼ ସହିତ ଆଗରେ ରହିଥିବାବେଳେ ଭୋଡାଫୋନର ସେକେଣ୍ଡ ପ୍ରତି ୪.୯ ମେଗାଵିଟ ଓ ରିଲାଏନ୍ସ ଜିଓର ସେକେଣ୍ଡ ପ୍ରତି ୪.୫ ମେଗାଵିଟ ଅପଲୋଡ ସ୍ପିଡ଼ ରହିଥିଲା । ଏହି ଅବଧିରେ ଏୟାରଟେଲର ୪ଜି ଅପଲୋଡ ସ୍ପିଡ଼ ସେକେଣ୍ଡ ପ୍ରତି ୪ ମେଗାଵିଟ ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe