ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ମନ୍ସୁନ୍ ହଙ୍ଗାମା ଅଫର ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ ନିଜର ପୁରୁଣା ଜିଓ ଫିଚର୍ ଫୋନ୍କୁ ବଦଳାଇ ମାତ୍ର ୫୦୧ ଟଙ୍କା ଦେଇ ନୂଆ ଜିଓ ଫୋନ୍ ହାସଲ କରିପାରିବେ। ଚଳିତ ମାସ ୨୦ ତାରିଖ ଅପରାହ୍ନ ୫ଟା ପରେ ଫୋନ୍ ଏକ୍ସଚେଞ୍ଜ ଆରମ୍ଭ ହେବ। ଗ୍ରାହକମାନେ ଯେକୌଣସି କଂପାନିର ଫିଚର୍ ଫୋନ୍ ମଧ୍ୟ ବଦଳାଇ ପାରିବେ। କଂପାନି ପକ୍ଷରୁ କୁହାଯାଇଛି ଯେ ଜିଓ ଫୋନ୍ ଜରିଆରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ଡାଟା ପାଇପାରିବେ ଯାହା ସେମାନଙ୍କ ଡିଜିଟାଲ୍ ଜୀବନକୁ ସମୃଦ୍ଧ କରିବ। ଇଣ୍ଟରନେଟ୍ ସଂଯୋଗ ନଥିବା ଫିଚର୍ ଫୋନ୍ ରଖିଥିବା ଗ୍ରାହକମାନେ ଏହି ଅଫର ଦ୍ୱାରା ଲାଭବାନ ହେବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।
ଜିଓ ଫୋନ୍ ଏକ୍ସଚେଞ୍ଜ ଅଫର୍
Advertisment
Follow Us