ଆଜିଠାରୁ ୬ ମିଲିୟନ୍‌ ଜିଓ ଫୋନ୍‌ ଡେଲିଭରି କରିବ ରିଲାଏନ୍ସ ଜିଓ

Advertisment
ଏବେ  କ୍ୟାସ-ଅନ-ଡେଲିଭରୀ  ସୁବିଧାରେ ମିଳିବ ଜିଓଫୋନ

ମୁମ୍ବାଇ: ୬ ମିଲିୟନ୍‌ ରିଲାଏନ୍ସ ଜିଓ ଫୋନ୍‌ ଆଜିଠାରୁ ଡେଲିଭରି ଆରମ୍ଭ ହୋଇ ୧୫ ଦିନ ମଧ୍ୟରେ ଶେଷ ହେବ। ଜାଣିବାକୁ ମିଳିଛି ଯେ ଏହି ଫୋନ୍‌ ପ୍ରଥମେ ଗ୍ରାମାଞ୍ଚଳରେ ଡେଲିଭରି ହେବାପରେ ସହରାଞ୍ଚଳରେ ପରେ ଡେଲିଭରି କରାଯିବ। ଏ ନେଇ ରିଲାଏନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ‘ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ରହିଥିବା ଡିଜିଲାଲ୍‌ ପାର୍ଥକ୍ୟର ଜିଓ ଫୋନ୍‌ ଏକ ପୋଲ ପରି କାର୍ଯ୍ୟ କରିବ।’

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୪ ତାରିଖରେ ରିଲାଏନ୍ସ ଜିଓର ପ୍ରି-ବୁକିଂ ଆରମ୍ଭ ହୋଇଥିଲା। ୩ ବର୍ଷ ପରେ ଗ୍ରାହକ ପୈଠ କରିଥିବା ୧୫୦୦ ଟଙ୍କା ତାଙ୍କୁ ଫେରସ୍ତ କରାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା।

ମୁକେଶ ଅମ୍ବାନୀ ଦେଇଥିବା ସୂଚନା ମୁତାବକ, ଜିଓ ଫୋନ୍‌ର ଗ୍ରାହକମାନଙ୍କ ପାଇଁ ଭଏସ କଲିଂ ସଂପୂର୍ଣ୍ଣ ମାଗଣା ରହିବ। ୧୫୩ ଟଙ୍କାରେ ଗ୍ରାହକ ୧ ମାସ ପର୍ଯ୍ୟନ୍ତ ଅସୀମିତ ଡାଟା ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe