www.aajtak.in
ମୁମ୍ବାଇ: ଜିଓ ପକ୍ଷରୁ ତା’ର ଗ୍ରାହକଙ୍କ ସକାଶେ ଅନେକ ନୂଆ ରିଚାର୍ଜ ପ୍ଲାନ୍ ଲଞ୍ଚ୍ ହୋଇଛି। ଆପଣଙ୍କୁ ଏକଥା ଆମେ ଆଗରୁ ଜଣାଇଛୁ ଯେ କମ୍ପାନି ପକ୍ଷରୁ ଲଞ୍ଚ୍ ହୋଇଥିବା ଜିଓ ପ୍ଲସ୍ ପୋଷ୍ଟ୍ପେଡ୍ ଯୋଜନାରେ ୩୯୯ ଟଙ୍କାରେ ଆପଣ ୩ ଜଣ ଅନ୍ୟ ବ୍ୟବହାରକାରୀଙ୍କୁ ବି ଯୋଡ଼ି ପାରିବେ। ମାନେ ଗୋଟାଏ ରିଚାର୍ଜରେ ୪ ଜଣଙ୍କ ଫୋନ୍ ଚାଲିବ। ଏପରି ଦେଖିବାକୁ ଗଲେ ୪ ଜଣିକିଆ ଜିଓର ପୋଷ୍ଟ୍ପେଡ୍ ଯୋଜନା ଆଗରୁ ବି ଥିଲା, ମାତ୍ର ତାହାର ଦର ଖୁବ୍ ଅଧିକ ରହିଥିଲା। ଏହି ରିଚାର୍ଜ ପ୍ଲାନ୍ରେ ବ୍ୟବହାରକାରୀଙ୍କୁ ନିଜ ହିସାବରେ ୨, ୩ କିମ୍ବା ୪ଟି ସିମ୍କୁ ଯୋଡ଼ିବାର ସ୍ବାଧୀନତା ମିଳିବ।
ତେବେ କମ୍ପାନି ଏକାସାଥୀରେ ୨୯୯, ୩୯୯, ୫୯୯ ଓ ୬୯୯ ଟଙ୍କାର ୪ଟି ରିଚାର୍ଜ ପ୍ଲାନ୍ ଲଞ୍ଚ୍ କରିଛି। ଏହି ସବୁ ପ୍ଲାନ୍ ମାର୍ଚ ୨୨ ତାରିଖରୁ ଗ୍ରାହକମାନଙ୍କ ସକାଶେ ଲାଗୁ ହେବ। ୨୯୯ ଟଙ୍କାରେ ଆସିବ ଇଣ୍ଡିଭିଜୁଆଲ୍ ରିଚାର୍ଜ ପ୍ଲାନ୍। ଏଥିରେ ଗ୍ରାହକଙ୍କୁ ଅସୀମିତ କଲ୍, ମେସେଜ୍ ସହ ୩୦ ଜିବି ଡାଟା ମିଳିବ। ସେହିପରି ଅନ୍ୟ ଏକ ଯୋଜନା ରହିଛି ୫୯୯ ଟଙ୍କାର। ଏଥିିରେ ଗ୍ରାହକଙ୍କୁ ଅସୀମିତ ଭଏସ କଲିଂ, ଏସ୍ଏମ୍ଏସ୍ ଓ ଡାଟା ସୁବିଧା ମିଳିବ। ଏଥିରେ ଗ୍ରାହକଙ୍କୁ ଏକ ମାସର ଟ୍ରାଏଲ୍ ସୁବିଧା ବି କମ୍ପାନି ଦେବ।
ଜିଓର ଫ୍ୟାମିଲି ପ୍ୟାକ୍, ଅର୍ଥାତ ୩୯୯ ଟଙ୍କିଆ ପ୍ଲାନ୍ ବିଷୟରେ ଆପଣ ଅଳ୍ପ ବହୁତ ଜାଣନ୍ତି। ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ ସହିତ ୭୫ ଜିବି ଡାଟା ଓ ୩ କନେକ୍ସନ ଏଡ୍-ଅନ୍( ଏକା ସହ ୪ ଜଣଙ୍କ ସିମ୍କୁ ସଂଯୋଗ) ସୁବିଧା ମିଳିବ। ମନେ ରଖନ୍ତୁ, ପ୍ରତ୍ୟେକ ସଂଯୋଗ ପାଇଁ ଆପଣଙ୍କୁ ଅତିରିକ୍ତ ୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ସେହିପରି ୬୯୯ ଟଙ୍କିଆ ପୋଷ୍ଟ୍ପେଡ୍ ପ୍ଲାନ୍ରେ ବ୍ୟବହାରକାରୀଙ୍କୁ ଅସୀମିତ କଲିଂ, ୧୦୦ ଜିବି ଡାଟା ଓ ଅସୀମିତ ଏସ୍ଏମ୍ଏସ୍ ସେବା ମିଳିବ। ଏଥିରେ ବ୍ୟବହାରକାରୀଙ୍କୁ ନେଟ୍ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ର ମାଗଣା ସବ୍ସ୍କ୍ରିପ୍ସନ୍ ମିଳିବ।
Follow Us