୮ ଘଣ୍ଟା ଧରି ଠପ ହୋଇଗଲା ଜିଓ ନେଟୱାର୍କ, ଗ୍ରାହକଙ୍କୁ ଦୁଇଦିନ ପାଇଁ ଅନଲିମିଟେଡ଼ ପ୍ଲାନ ଦେବ କମ୍ପାନୀ

ବଜାରକୁ ଆସିଲା ଜିଓର ଶସ୍ତା ପ୍ଲାନ

ମୁମ୍ବାଇ: ଶନିବାର ଦିନ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ରିଲାଏନ୍ସ ଜିଓର ଟେଲିକମ୍ ସେବା ଠପ ହୋଇଯାଇଥିଲା । ମୁମ୍ବାଇ ଏବଂ ଥାନେର ବିଭିନ୍ନ ଅଞ୍ଚଳରେ ରହୁଥିବା ଜିଓ ବ୍ୟବହାରକାରୀମାନେ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ ଯେ ପ୍ରାୟ ୮ ଘଣ୍ଟା ଧରି ନେଟୱାର୍କ ବ୍ୟାହତ ହୋଇଥିବା ଯୋଗୁଁ ସେମାନେ କଲ କରିପାରିନଥିଲେ | ଅପରାହ୍ନରେ କମ୍ପାନୀ ଏହି ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲା | ଜିଓ ବ୍ୟବହାରକାରୀ କହିଛନ୍ତି ଯେ କଲ କରିବା ସମୟରେ ସେମାନେ 'ଗ୍ରାହକ ନେଟୱାର୍କରେ ପଞ୍ଜୀକୃତ ନୁହଁନ୍ତି' ମେସେଜ ଶୁଣିବାକୁ ପାଇଥିଲେ ।

ପ୍ରକାଶ ଥାଉକି, ମୁମ୍ବାଇ ଟେଲିକମ୍ ସର୍କଲରେ ରିଲାଏନ୍ସ ଜିଓର ନେଟୱାର୍କ କାହିଁକି ଠପ ହୋଇଯାଇଥିଲା, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଜିଓ ପକ୍ଷରୁ ଏହି ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରାଯିବା ସହ ଦୁଇ ଦିନ ପାଇଁ ଅତିରିକ୍ତ ଅସୀମିତ ପ୍ଲାନ ମଧ୍ୟ ଘୋଷଣା କରାଯାଇଥିଲା | ମୁମ୍ବାଇ ଟେଲିକମ ସର୍କଲର ଗ୍ରାହକଙ୍କ ଅସୀମିତ ଡାଟା ଓ କଲ ଘୋଷଣା କରାଯାଇଛି | ଜିଓ ପକ୍ଷରୁ କୁହାଯାଇଛି ଯେ, ଆମର ଟିମ କିଛି ଘଣ୍ଟା ମଧ୍ୟରେ ଏହି ନେଟୱାର୍କ ସମସ୍ୟାକୁ ସମାଧାନ କରିଥିଲେ |

ଆମେ ବୁଝିପାରୁଛୁ ଯେ ଏହା ଆପଣଙ୍କ ପାଇଁ ଏକ ଭଲ ଅଭିଜ୍ଞତା ନଥିଲା | ଜିଓର ଅନେକ ଉପଭୋକ୍ତା ପରସ୍ପର ସହ କଥା ହେବା ପାଇଁ ହ୍ଵାଟ୍ସଆପର 'କଲିଂ' ଫିଚର ବ୍ୟବହାର କରିବାକୁ ପଡିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe