ଜିଓ ଫୋନ୍ ପରେ ଏବେ ଶସ୍ତାରେ ମିଳିବ ଲ୍ୟାପଟପ୍

ଜିଓ ଫୋନ୍ ପରେ ଏବେ ଶସ୍ତାରେ ମିଳିବ ଲ୍ୟାପଟପ୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଶସ୍ତା ଡାଟା ଓ ଶସ୍ତା ମୋବାଇଲ ପରେ ଶସ୍ତା ଲ୍ୟାପଟପ ପ୍ରସ୍ତୁତ କରିବା ପାଇଁ ଜୋରଦାର କାମ ଆରମ୍ଭ କରି ଦେଇଛି। କମ୍ପାନି ଏହାକୁ ‘ଜିଓବୁକ’ ବୋଲି ନାମ ଦେଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, କମ୍ପାନି ଜିଓବୁକ ଉପରେ କାମ ଆରମ୍ଭ କରି ଦେଇଛି। ଏହି ଲ୍ୟାପଟପର ଅପରେଟିଂ ସିଷ୍ଟମ୍  ଆଣ୍ଡ୍ରଏଡର ଯେଉଁ ଭର୍ସନ  ଆଧାରିତ ହେବ ତାହା ଜିଓଓଏସ୍ ଭାବେ ନାମିତ ହେବ । ଏଥିରେ କ୍ବାଲକମ୍ ୬୬୫ ପ୍ରୋସେସର୍ ସହିତ ୪ଜି ଏଲଟିଇ ମୋଡେମ୍ ଖଞ୍ଜା ହୋଇ ରହିବ।

ଜିଓ ବୁକ ସେହି ଲୋକଙ୍କ ପାଇଁ ଭଲ ବିକଳ୍ପ ହେବ ଯେଉଁମାନେ ଲ୍ୟାପଟପ କିଣିବାକୁ ଯୋଜନା ରଖିଛନ୍ତି। ରିଲାଏନ୍ସ ଜିଓ ଶସ୍ତା ଡାଟା ସହିତ ମାର୍କେଟରେ ପ୍ରବେଶ କରି ହଇଚଇ ସୃଷ୍ଟି କରିଥିଲା। କେବଳ ଏତିକି ନୁହେଁ, ଏହା ପରେପରେ ଶସ୍ତା ଜିଓ ଫୋନ ବି ଲଞ୍ଚ କରିଥିଲା। ଏସବୁ ପରେ କମ୍ପାନି ଶସ୍ତା ଲ୍ୟାପଟପ ଲଞ୍ଚ କରିବା ଉପରେ ଗତ ବର୍ଷ ସେପ୍ଟେମ୍ବରରୁ କାମ କରୁଛି। ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ଏହାର ପ୍ରସ୍ତୁତି ଚାଲିବ। ଏହି ଲ୍ୟାପଟପର ଫଟୋ ବି ଲିକ ହୋଇଛି।

Jio Laptops

ଜିଓ ବୁକର ମୂଲ୍ୟ ଓ ଉପଲବ୍ଧତାକୁ ନେଇ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। କରୋନା ମହାମାରୀ ପରେ ୱାର୍କ ଫ୍ରମ ହୋମ୍ ଓ ଅନଲାଇନ ପାଠପଢ଼ା ଅଧିକ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଅନେକ କମ୍ପାନି ଲ୍ୟାପଟପ ପ୍ରସ୍ତୁତ କରିବାକୁ ନେଇ ଚିନ୍ତା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe