ଜିଓର ଏହି ଶସ୍ତା ପ୍ଲାନକୁ ବ୍ୟବହାର କରିପାରିବେ ଏସବୁ ଗ୍ରାହକ

Advertisment
ଜିଓର ଏହି ଶସ୍ତା ପ୍ଲାନକୁ ବ୍ୟବହାର କରିପାରିବେ ଏସବୁ ଗ୍ରାହକ

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କୁ ଅନେକ ରିଚାର୍ଜ ପ୍ଲାନର ଭେଟି ଦେଇଛି। ଏହି ରିଚାର୍ଜ ପ୍ଲାନ ଉଭୟ ଶସ୍ତା ଓ ମହଙ୍ଗା ରହିଛି। ତେବେ ନିକଟରେ ଜିଓ ତାର ରିଚାର୍ଜ ପ୍ଲାନ ମହଙ୍ଗା କରିଥିବାରୁ ଅନେକ ଗ୍ରାହକ ଅସନ୍ତୋଷ ବ୍ୟକ୍ତି କରିଥିଲେ।

ଜିଓର ଏକ ଶସ୍ତା ପ୍ଲାନ ୭୫ଟଙ୍କାର ରହିଛି। ଯାହାର ବୈଧତା ୨୩ଦିନ ପାଇଁ ରହିଛି। ଏହି ପ୍ରିପେଡ ରିଚାର୍ଜ ପ୍ଲାନରେ କଲିଂ, ଡାଟା, ଏସଏମଏସ ଓ ୨.୫ଜିବି ଡ‌ାଟା ସହିତ ଅନ୍ୟ ‌ସୁବିଧା ବି ମିଳୁଛି। ଏଥିରେ ୧୦୦ ଏମବି ଡାଟା ମିଳିବା ସହିତ ୨୦୦ ଏମବି ଅତିରିକ୍ତ ଡାଟା ବି ଗ୍ରାହକଙ୍କୁ ଦିଆଯାଉଛି।

ଏଥିସହିତ ଗ୍ରାହକ ଏହି ଡାଟା ପ୍ଲାନରେ ଅସୀମିତ ଭଏସ କଲିଂ ସହିତ ୫୦ ଏସଏମଏସର ଲାଭ ଉଠାଇ ପାରିବେ। କେବଳ ଏତିକି ନୁହେଁ ଆପଣଙ୍କୁ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡର ଏକସେସ ଏଥିରେ ମିଳିବ। ଏହି ଡାଟା ପାଇଁ ଦିଆଯାଇଥିବା ସୀମା ଶେଷ ହୋଇଗଲେ ଆପଣଙ୍କ ଡାଟା ସ୍ପିଡ ୬୪କେବିପିଏସ ହୋଇଯିବ।

ତେବେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ ଏହି ପ୍ଲାନ ସମସ୍ତ କଞ୍ଜ୍ୟୁମର୍ସ ପାଇଁ ନୁହେଁ। ଏହାକୁ କମ୍ପାନି କେବଳ ଜିଓ ଫୋନ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରିଛି।  ତେଣୁ ଏହି ପ୍ଲାନର ଲାଭ କେବଳ ଜିଓ ଫୋନ  ବ୍ୟବହାରକାରୀ ହିଁ ଉଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe