ମୁମ୍ବାଇ: ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ଦୀପାବଳି ସୁଦ୍ଧା ଜିଓ ଫୋନ୍ର ଡେଲିଭରି ଶେଷ କରିବ। ଜିଓ କେୟାର ପକ୍ଷରୁ ଟୁଇଟ୍ କରି ଏହି ସୂଚନା ପ୍ରଦାନ କରାଯାଇଛି। ଜିଓ ପକ୍ଷରୁ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ୪ଜି ଫିଚର୍ ଫୋନ୍ ପ୍ରଦାନ କରାଯାଉଛି। ଯେଉଁମାନେ ଏହି ଫୋନ୍ ପାଇଁ ବୁକିଙ୍ଗ କରିଥିଲେ ସେମାନଙ୍କ ପାଖରେ ଫୋନ୍ ପହଞ୍ଚାଇବା କାମ ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୨୪ରୁ କଂପାନି ଏହାର ଫିଚର୍ ଫୋନ୍ ଡେଲିଭରି ଆରମ୍ଭ କରିଛି। ମୋଟ ୬୦ ଲକ୍ଷ ଫୋନ୍ କଂପାନି ଗ୍ରାହକମାନଙ୍କ ପାଖକୁ ପଠାଇବ। ଗ୍ରାହକମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ କଂପାନି ପର୍ଯ୍ୟାୟକ୍ରମେ ଫୋନ୍ର ଡେଲିଭରି କରୁଛି। ଯେଉଁମାନେ ଫୋନ୍ର ପ୍ରାକ୍-ବୁକିଙ୍ଗ କରିଛନ୍ତି, ସମସ୍ତଙ୍କୁ ଦୀପାବଳି ପୂର୍ବରୁ ଫୋନ୍ ମିଳିଯିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଫୋନ୍ ଡେଲିଭରି ହେବା ପୂର୍ବରୁ ଏସ୍ଏମ୍ଏସ୍ ଜରିଆରେ ଗ୍ରାହକମାନଙ୍କୁ ଷ୍ଟୋର ଠିକଣା ଏବଂ ଡେଲିଭରି ତାରିଖ ବିଷୟରେ ସୂଚନା ପ୍ରଦାନ କରାଯିବ। ଅନ୍ୟ ଏକ ଘୋଷଣା ଭାବେ ରିଲାଏନ୍ସ ଜିଓ ପକ୍ଷରୁ ଏହାର ଓ୍ଵାଇ-ଫାଇ ହଟ୍ସ୍ପଟ୍ ଜିଓ ଫାଇ ଉପରେ ଚାଲିଥିବା ଉତ୍ସବ ଅଫର ଅବଧି ବଢ଼ାଇଛି। ୧୯୯୯ ଟଙ୍କାର ଜିଓ ଫାଇକୁ ଗ୍ରାହକମାନେ ୯୯୯ ଟଙ୍କାରେ ଖରିଦ କରିପାରିବେ। ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିବା ଏହି ଅଫର ସେପ୍ଟେମ୍ବର ୩୦ରେ ଶେଷ ହେବାର ଥିଲା। ମାତ୍ର କଂପାନି ପକ୍ଷରୁ ଏହାର ଅବଧି ବୃଦ୍ଧି ପାଇଛି ବୋଲି କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us