ଏବେ ଫ୍ଲାଇଟ ଭିତରେ ଉପଲବ୍ଧ ହେବ ଜିଓର ମୋବାଇଲ ସେବା

Advertisment
ଏବେ ଫ୍ଲାଇଟ ଭିତରେ ଉପଲବ୍ଧ ହେବ ଜିଓର ମୋବାଇଲ ସେବା

ମୁମ୍ବଇ : ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି । ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ବିମାନ ମଧ୍ୟରେ ଭଏସ୍ ଓ ଡାଟା ସେବା ଜରିଆରେ ସଂଯୁକ୍ତ ରହିବାର ସୁଯୋଗ ପ୍ରଦାନ କରିବ ।

ପ୍ରାରମ୍ଭିକ ଭାବରେ ବିଦେଶ ଯାତ୍ରା ସମୟରେ ଭାରତୀୟଙ୍କ ପାଇଁ ଇନ୍‌-ଫ୍ଲାଇଟ ସେବା ଉପଲବ୍ଧ ହେବ । ଏହି ସେବା ଥରେ ଭାରତୀୟ ଆକାଶମାର୍ଗରେ ଉପଲବ୍ଧ ହେବା ଆରମ୍ଭ ହେଲେ ସମସ୍ତ ଜିଓ ଗ୍ରାହକ ପ୍ରଥମେ ତାହାର ସୁବିଧା ନେଇପାରିବେ, ଯଦ୍ଦ୍ୱାରା ସେମାନେ ଭାରତ ମଧ୍ୟରେ ବିମାନରେ ଥିଲେ ମଧ୍ୟ ସଂଯୁକ୍ତ ରହିପାରିବେ ।

ପ୍ରଥମ ଭାରତୀୟ ଅପରେଟର ଭାବେ ଇନ୍‌-ଫ୍ଲାଇଟ ରୋମିଂ ସୁବିଧା ପ୍ରଦାନକରି ଜିଓ ଦୂରସଂଚାର ବଜାରରେ ଅଭିନବ ଏବଂ ପ୍ରଯୁକ୍ତିକ୍ଷେତ୍ରରେ ଅଗ୍ରଣୀ ରହିବା ସ୍ଥିତିକୁ ଅଧିକ ସୁଦୃଢ କରିଛି ଏବଂ ଏହା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଅଫର୍ ଯୋଗାଇଦେଉଛି, ଯାହା ଏହାର ପ୍ରାୟ ୪୦ କୋଟି ବ୍ୟବହାରକାରୀଙ୍କୁ ବହୁମୂଲ୍ୟ ସୁବିଧା ଓ ଅନୁଭୂତି ପ୍ରଦାନ କରୁଛି ।

ଜିଓର ନିର୍ଦ୍ଦେଶକ ଶ୍ରୀ ଆକାଶ ଅମ୍ବାନି କହିଛନ୍ତି, “ଜିଓପୋଷ୍ଟପେଡ ପ୍ଲସ୍ ଏହି ଶିଳ୍ପର ଯୁଗାନ୍ତକାରୀ ଏବଂ ସର୍ବୋଚ୍ଚ ମାନର ଉପଭୋକ୍ତା ଅନୁଭୂତି ସହିତ ଆସୁଛି ଏବଂ ଏରୋମୋବାଇଲ ସହିତ ଆମର ସହଭାଗିତା ଦ୍ୱାରା ଆମେ ଏବେ ଆକର୍ଷଣୀୟ ମୂଲ୍ୟରେ ଇନ୍‌-ଫ୍ଲାଇଟ ରୋମିଂ ସେବା ଯୋଗାଇଦେବୁ । ଆମ ଗ୍ରାହକଙ୍କ ପାଇଁ ଏହି ନୂତନ ସେବା ପ୍ରଚଳନ କରି ଆମେ ବେଶ୍ ଆନନ୍ଦିତ, ଯେଉଁମାନେ ତ୍ରୁଟିଶୂନ୍ୟ, ଉଚ୍ଚ ଗୁଣମାନର ଏବଂ ନିରାପଦ ରୋମିଂ ସେବା ୨୦,୦୦୦ ଫୁଟ ଉଚ୍ଚତାରେ ଉପଭୋଗ କରିପାରିବେ ଏବଂ ତଦ୍ଦ୍ୱାରା ପ୍ରତ୍ୟେକ ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକ ସବୁସମୟରେ ସଂଯୁକ୍ତ ରହିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe