ନଭେମ୍ବରରେ ୪ଜି ଡାଉନଲୋଡ୍ ସ୍ପିଡରେ ଜିଓ ଦ୍ରୁତତମ ନେଟୱର୍କ, ଓଡ଼ିଶାରେ ଭୋଡାଫୋନର ଅପଲୋଡ୍ ସ୍ପିଡ୍ ଅଧିକ

ଇଣ୍ଟରନେଟ୍‌ରେ ବିଭ୍ରାଟ, ବହୁ ୱେବ୍‌ସାଇଟ୍‌ ଅଚଳ

www.highspeedinternet.com

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୮ ମେଗାବିଟ୍‍ (ଏମବିପିଏସ୍‍) ସ୍ପିଡ୍‍ ସହିତ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଲ୍ଲେଖ କରାଯାଇଛି ।

ନଭେମ୍ବର ମାସରେ ଜିଓ ହାସଲ କରିଥିବା ହାରାହାରି ୪ଜି ଡାଉନଲୋଡ୍‍ ସ୍ପିଡ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କଠାରୁ ଦୁଇଗୁଣରୁ ଅଧିକ ରହିଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ତୁଳନାରେ ହାରାହାରି ୪ଜି ଡାଉନଲୋଡ୍‍ ସ୍ପିଡ୍‍ର ଦୁଇଗୁଣରୁ ଅଧିକ ରେକର୍ଡ କରିଛି । ଭୋଡାଫୋନ ଏବଂ ଆଇଡିଆ ଯଦିଓ ସେମାନଙ୍କର ମୋବାଇଲ ବ୍ୟବସାୟର ସମ୍ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତଥାପି ଟ୍ରାଇ ଉଭୟ ସଂସ୍ଥାର ନେଟୱର୍କ ସ୍ପିଡ୍‍ ସମ୍ପର୍କିତ ତଥ୍ୟ ପୃଥକ ପୃଥକ ଭାବରେ ପ୍ରକାଶ କରୁଛି । ନଭେମ୍ବର ମାସରେ ଭୋଡାଫୋନ୍‍ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୯.୮ ଏମବିପିଏସ୍‍ ରେକର୍ଡ କରାଯାଇଥିବାବେଳେ ତାହା ପଛକୁ ଆଇଡିଆ ଏବଂ ଭାରତୀ ଏୟାରଟେଲ୍‍ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ଯଥାକ୍ରମେ ୮.୮ ଏମବିପିଏସ୍‍ ଏବଂ ୮ ଏମବିପିଏସ୍‍ ରହିଥିଲା ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ୍‍ ପୋର୍ଟାଲରେ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ ଜିଓ ଓଡ଼ିଶାରେ ମଧ୍ୟ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ୩୧.୭ ଏମବିପିଏସ୍‍ ସହିତ ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‍ ୫.୭ ଏମବିପିଏସ୍‍, ଭୋଡାଫୋନ ୪.୪ ଏମବିପିଏସ୍‍ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ହାସଲ କରିଥିଲେ । ଓଡ଼ିଶାରେ ହାରାହାରି ୪ଜି ଅପଲୋଡ୍ ସ୍ପିଡ୍‍ କ୍ଷେତ୍ରରେ ଭୋଡାଫୋନ ୬.୩ ଏମବିପିଏସ୍‍ ସହିତ ଶୀର୍ଷରେ ରହିଥିବାବେଳେ ରିଲାଏନ୍ସ ଜିଓ ୪.୬ ଏମବିପିଏସ୍‍, ଏୟାରଟେଲ ୨.୯ ଏମବିପିଏସ ହାରାହାରି ୪ଜି ଅପଲୋଡ୍ ସ୍ପିଡ୍‍ ହାସଲ କରିପାରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ ଉଲ୍ଲେଖ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe