୨୦୨୧ରେ ଜିଓ ଆରମ୍ଭ କରିବ ୫-ଜି ସେବା

Advertisment
୨୦୨୧ରେ ଜିଓ ଆରମ୍ଭ କରିବ ୫-ଜି ସେବା

Digital Web Review

ମୁମ୍ବାଇ: ଭାରତରେ ପଞ୍ଚମ ପିଢ଼ି (୫-ଜି) ମୋବାଇଲ ଫୋନ ସେବା ଆସନ୍ତା ବର୍ଷ ଦ୍ବିତୀୟାର୍ଦ୍ଧରେ ରିଲାଏନ୍ସ ଜିଓ ଇନଫୋକମ୍ ଆରମ୍ଭ କରିବା ସମ୍ଭାବନା ରହିଛି। ଇଣ୍ଡିଆ ମୋବାଇଲ କଂଗ୍ରେସର ଚତୁର୍ଥ ସଂସ୍କରଣରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ଏଭଳି ସୂଚନା ଦେଇଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ଏହି ସେବାର ବିକାଶ କରାଯିବ ବୋଲି ସେ କହିଛନ୍ତି। ଭାରତରେ ୫-ଜି ମୋବାଇଲ ଫୋନ ସେବା ଆଗୁଆ ଆରମ୍ଭ ପାଇଁ ନୀତିରେ ଉନ୍ନତି ଅଣାଯିବାର ଆବଶ୍ୟକତା ରହିଛି। ତେବେ ଭାରତରେ ୫-ଜି ‌ମୋବାଇଲ ଫୋନ ସେବାରେ ଯେଉଁ ବିପ୍ଳବ ଆସିବ ସେଥିରେ ଜିଓ ଅଗ୍ରଦୂତ ଭୂମିକା ଗ୍ରହଣ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ସ୍ପେକ୍ଟ୍ରମ ବିକ୍ରି ଆରମ୍ଭ ହେଲେ ୫-ଜି ମୋବାଇଲ ଫୋନ ସେବା ଆରମ୍ଭ ହୋଇପାରିବ ବୋଲି ରିଲାଏନ୍ସ ଜିଓ କହୁଥିବାବେଳେ ପ୍ରତିଯୋଗୀ କମ୍ପାନି ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ କିନ୍ତୁ କିନ୍ତୁ ଭିନ୍ନ କଥା କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe