ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ହେଉଛି ସର୍ବାଧିକ ପସନ୍ଦର ଅପରେଟର ତଥା ସବୁଠୁ ଅଧିକ ପସନ୍ଦ କରାଯାଉଥିବା ପ୍ରଯୁକ୍ତି ବ୍ରାଣ୍ଡ୍ ବୋଲି ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି।
ନିକଟରେ ରିଲାଏନ୍ସ ଜିଓ ଏକ ନୂତନ ପ୍ଲାନ ଲଞ୍ଚ କରିଛି। ଏହି ନୂଆ ପ୍ଲାନ କମ୍ପାନିର ଜିଓ ଫାଇବର ପୋର୍ଟଫୋଲିଓର ଅଂଶ। ଅର୍ଥାତ ଏହା ଏକ ବ୍ରୋଡବ୍ୟାଣ୍ଡ ପ୍ଲାନ।
କମ୍ପାନି ଜିଓ ଫାଇର୍ବସ ଗ୍ରାହକଙ୍କୁ ଅନେକ ପ୍ଲାନ ଭେଟି ଦେଇଥାଏ। ଏହି କ୍ରମରେ ନୂଆ ପ୍ଲାନ ୧୧୯୭ଟଙ୍କାର ରହିଛି। ଏହି ପ୍ଲାନ ଗ୍ରାହକଙ୍କୁ ତିନି ମାସର ଭେଲିଡିଟି ସହିତ ଅସୀମିତ ଡାଟା, କଲିଂ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛି।
ଏଥିସହିତ ଏହି ପ୍ଲାନରେ ଗ୍ରାହକଙ୍କୁ ୩୦ଏମବିପିଏସ ସ୍ପିଡରେ ଡାଟା ମିଳିଥାଏ। ଯଦି ବ୍ୟବହାରକାରୀ ମାସକୁ ୩.୩ଟିବି ଡାଟା ଖର୍ଚ୍ଚ କରୁଛନ୍ତି, ଏହାପରେ ଡାଟାର ଗତି ମନ୍ଥର ହୋଇଯିବ।
ଏହି କ୍ରମରେ ଦେଖିବାକୁ ଗଲେ ଜିଓ ପ୍ରଥମ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଟରୁ-୫ଜି ସେବାର ଶୁଭାରମ୍ଭ କରିଛି ।
ଉଲ୍ଳେଖଯୋଗ୍ୟ, ସାରା ଓଡ଼ିଶାରେ ଦ୍ରୁତ ଗତିରେ ଟରୁ -୫ଜିର ଶୁଭାରମ୍ଭ କରି ଓଡ଼ିଶାରେ ଏହାର ଟରୁ -୫ଜି କଭରେଜ୍କୁ ସୁଦୃଢ଼ କରିବା ସହିତ ଏହି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଜିଓ ବ୍ୟବହାରକାରୀମାନଙ୍କୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଓର ପ୍ରବକ୍ତା କହିଛନ୍ତି।
Follow Us