ଜିଓ ଗିଗାଫାଇବର୍‌ ଓ ଜିଓଫୋନ୍‌-ଟୁ ଲଞ୍ଚ୍‌ ଘୋଷଣା କଲେ ମୁକେଶ ଅମ୍ବାନୀ

Advertisment
ଜିଓ ଗିଗାଫାଇବର୍‌ ଓ ଜିଓଫୋନ୍‌-ଟୁ ଲଞ୍ଚ୍‌ ଘୋଷଣା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍‌ସ୍‌ ମୁଖ୍ୟ ମୁକେଶ ଅମ୍ବାନୀ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ‘ଜିଓ ଗିଗାଫାଇବର୍‌’ର ଲଞ୍ଚ୍‌ ହେବା କଥା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏବେ ଆମେ ଘର, ବ୍ୟବସାୟୀ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଓ ବୃହତ୍‌ ଉଦ୍ୟୋଗ ସବୁକୁ ଫାଇବର୍‌ ସଂଯୋଗ ଯୋଗାଇ ଦେବା ସଂଗେ ସଂଗେ ୧୧୦୦ ସହରରେ ସବୁଠୁ ଉନ୍ନତ ଫାଇବର୍‌ ଆଧାରିତ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ମଧ୍ୟ ଯୋଗାଇବୁ।

ବ୍ରଡ୍‌ବ୍ୟାଣ୍ଡ୍‌ ସେବା ନିମନ୍ତେ ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ଗ୍ରିନ୍‌ଫିଲ୍‌ଡ୍‌ ଲଞ୍ଚ୍‌।

ଗୁରୁବାର ଦିନ ମୁମ୍ବାଇ ଠାରେ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ୪୧ଶ ଏଜିମ୍‌ରେ ଅମ୍ବାନୀ ଏ କଥା ଘୋଷଣା କରିଛନ୍ତି। ରିଲାଏନ୍‌ସ୍‌ ଏବେ ତା’ର ସୁବର୍ଣ୍ଣ ଦଶନ୍ଧିରେ ରହିଛି।

ଏଥିସହ ଆଜି ଜିଓଫୋନ୍‌-ଟୁ ମଧ୍ୟ ଲଞ୍ଚ୍‌ କରାଯାଇଛି। ଗତବର୍ଷର ୧୨୩ ନିୟୁତ ଗ୍ରାହକ ଥିବାବେଳେ ଏଥର ତାହା ୨୧୫ ନିୟୁତକୁ ବୃଦ୍ଧି ପାଇଥିବା କଥା ଅମ୍ବାନୀ କହିଛନ୍ତି।୨୪୦ କୋଟି ଜିବି ଡାଟା ବ୍ୟବହୃତ ହେବା କଥା ଜିଓ ହିସାବ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe