ମାର୍ଚ ୩୧ ସୁଦ୍ଧା ବନ୍ଦ ହୋଇଯିବ ଜିଓର ଏହି ସବୁ ମାଗଣା ସେବା

Advertisment
ମାର୍ଚ ୩୧ ସୁଦ୍ଧା ବନ୍ଦ ହୋଇଯିବ ଜିଓର ଏହି ସବୁ ମାଗଣା ସେବା

ମୁମ୍ବାଇ: ଜିଓ ଗ୍ରାହକମାନଙ୍କ ପାଇଁ କମ୍ପାନି ଅନେକ ନୂଆ ନୂଆ ଯୋଜନା ଆରମ୍ଭ କରୁଥିବା ବେଳେ ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ଏକ ଖରାପ ଖବର। ସୂଚନା ମିଳିଛି କି ପ୍ରାଇମ୍‌ ସଦସ୍ୟ ହୋଇଥିବା ଗ୍ରାହକଙ୍କ ପାଇଁ ମାର୍ଚ ୩୧ ତାରିଖ ସୁଦ୍ଧା ଜିଓର ଅନେକଗୁଡ଼ିଏ ମାଗଣା ସେବା ବନ୍ଦ ହୋଇଯିବ। କାରଣ ୩୧ ମାର୍ଚ ୨୦୧୮କୁ ଜିଓର ପ୍ରାଇମ ସଦସ୍ୟତା ଶେଷ ହେଉଛି। ଆପଣଙ୍କୁ ମନେପକାଇ ଦେଉଛୁ ଯେ ୨୦୧୭ ମସିହା ଫେବ୍ରୁଆରି ୨୧ ତାରିଖରେ ମୁକେଶ ଅମ୍ବାନି ପ୍ରଥମକରି ଜିଓର ପ୍ରାଇମ୍‌ ମେମ୍ବର ଅଫର୍‌ ଲଞ୍ଚ୍‌ କରିଥିଲେ। ଯାହାର ଅନ୍ତିମ ତାରିଖ ଥିଲା ମାର୍ଚ ୩୧। ପରବର୍ତ୍ତୀ ମୁହୂର୍ତ୍ତରେ କମ୍ପାନି ଏହାକୁ ବର୍ଦ୍ଧିତ କରି ଏପ୍ରିଲ୍‌ ୧୫ ଏବଂ ପରେ ଏହାକୁ ଏକ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲା। ଯଦି ଆପଣ ଏପ୍ରିଲ୍‌ ୧୪ ସୁଦ୍ଧା ରିଚାର୍ଜ କରିଥାନ୍ତି ତେବେ ଆପଣଙ୍କ ବୈଧତା ଚଳିତବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି।

publive-image

ତେବେ, ଏହି ସଦସ୍ୟତା ସରିଯିବା ପରେ ଗ୍ରାହକ ମାଗଣା ଆପ୍‌ ଯେମିତିକି ଜିଓ ଟିଭି, ଜିଓ ମ୍ୟୁଜିକ୍‌ ଓ ଜିଓ ସିନେମା ଆଦି ବ୍ୟବହାର କରିପାରିବେ ନାହିଁ। ସୂତ୍ରରୁ ପ୍ରକାଶ ପାଇଛି ଯେ କମ୍ପାନି ଏହି ପ୍ରାଇମ୍‌ ସଦସ୍ୟତାକୁ ବଜାୟ ରଖିବା ପାେଇଁ ନୂଆ ଯୋଜନା ବାହର କରିପାରେ। ଏଥର କିନ୍ତୁ ଯୋଜନା ପାଇଁ କିଛି ଅଧିକ ଅର୍ଥ ଦେବାକୁ ହେବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe