୨୦୧୮ରେ ଜାଗୁଆର ଲ୍ୟାଣ୍ଡ ରୋଭରର ବିକ୍ରି ୧୬% ବୃଦ୍ଧି

୨୦୧୮ରେ ଜାଗୁଆର ଲ୍ୟାଣ୍ଡ ରୋଭରର ବିକ୍ରି ୧୬% ବୃଦ୍ଧି

ନୂଆଦିଲ୍ଲୀ : ନିକଟରେ ସମାପ୍ତ ୨୦୧୮ ବର୍ଷରେ ଲକଜୁରୀ କାର ନିର୍ମାତା କମ୍ପାନି ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ର ବିକ୍ରି ୧୬ ପ୍ରତିଶତ ବୃଦ୍ଧି ହୋଇଥିବା ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ କମ୍ପାନୀ ୪୫୯୬ ଯୁନିଟ୍‌ ଗାଡ଼ି ବ୍ରିକି କରିବାକୁ ସକ୍ଷମ ହୋଇଛି। ୨୦୧୭ରେ ଏହା ୩୯୫୪ ୟୁନିଟ୍‌ ଥିଲା। ଏହା ଗ୍ରାହକଙ୍କୁ ସେବା ତଥା ବ୍ରାଣ୍ଡ୍‌ ଅଭିଜ୍ଞତା ଉପଲବ୍ଧ କରାଇବାକୁ ସକ୍ଷମ ହୋଇଛି।

ଜାଗୁଆର ଲ୍ୟାଣ୍ଡରୋଭର ଇଣ୍ଡିଆର ଡିସ୍‌କଭରି ସ୍ପୋର୍ଟସ୍‌, ରେ୍‌ ରୋଭର ଇଭୋକ୍ୟୁ. ଜାଗୁଆର ଏଫ୍‌-ପେସ୍‌, ଜାଗୁଆର୍‌ ଏକ୍ସଇ ଏବଂ ଜାଗୁଆର ଏକ୍ସଏଫ୍‌ର ବିକ୍ରି ଭଲ ହୋଇଛି। ସେହିପରି ୨୦୧୮ରେ ମାସ ମଧ୍ୟରେ ୧୦ ଟି ଉତ୍ପାଦ ସଫଳତା ହାସଲ କରିଛି । ସେଥି ମଧ୍ୟରେ ରେ୍‌ ରୋଭର ଭେଲାର, ରେ ରୋଭର ଇଭାକ୍ୟୁ କନଭର୍ଟିବୁଲ୍‌, ମୋଡେଲ ଇୟର-୨୦୧୮ ରେ୍‌ ରୋଭର, ରେ ରୋଭର ସ୍ପୋର୍ଟସ୍‌, ଜାଗୁଆର ଏଫ୍‌-ପେସ୍‌ ୨.୦ ଲିଟର ପେଟ୍ରୋଲ, ଜାଗୁଆର ଏକ୍ସ-ଜେ-୫୦ ଆଦି ରହିଛି।୨୦୧୮ରେ ଏହାର ବିଭିନ୍ନ ଉତ୍ପାଦ ମଧ୍ୟରେ ବିକଶିତ କଂଟ୍ରୋଲ ଆପ୍‌, ରିମୋଟ ପ୍ରିମିୟମ୍‌, ସିକ୍ୟୁର ଟ୍ରାକର ଆଦି ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇପାରିଛି। ଏହାର ଲ୍ୟାଣ୍ଡ ରୋଭର ବ୍ରାଣ୍ଡ୍‌ ୭୦ ବର୍ଷ ପୂର୍ତି ପାଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe