ଭାରତୀୟ ବଜାରରେ ଲ୍ୟାଣ୍ଡ ରୋଭର ଡିସକଭରୀ ସ୍ପୋର୍ଟସ

Advertisment
ଭାରତୀୟ ବଜାରରେ ଲ୍ୟାଣ୍ଡ ରୋଭର ଡିସକଭରୀ ସ୍ପୋର୍ଟସ

ନୂଆଦିଲ୍ଲୀ : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ନୂତନ ଉତ୍ପାଦ ମଡେଲ ଇୟର ୨୦୧୯ ଲ୍ୟାଣ୍ଡ ରୋଭର ଡିସକଭରୀ ସ୍ପୋର୍ଟସ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ‘ଜାଗୁଆର ଲ୍ୟାଣ୍ଡ ରୋଭରର ନୂତନ ଉତ୍ପାଦ ମଡେଲ ଇୟର ୨୦୧୯ ଲ୍ୟାଣ୍ଡ ରୋଭର ଡିସକଭରୀ ସ୍ପୋର୍ଟସ୍‌ର ବଜାର ପ୍ରବେଶ ନେଇ ଆମେ ବେଶ୍‌ ଆନନ୍ଦିତ। ଏହା ବିଶ୍ୱର ଷ୍ଟାଇଲିସ୍‌ ସ୍ପୋର୍ଟିଂ ମଡେଲ୍‌ ସାବ୍ୟସ୍ତ ହେବ। ନୂତନ ଉତ୍ପାଦ ମଡେଲ ଇୟର ୨୦୧୯ ଲ୍ୟାଣ୍ଡ ରୋଭର ଡିସକଭରୀ ସ୍ପୋର୍ଟସ୍‌ରେ ୨.୦ ଲିଟର ଇଂଜିନିୟମ୍‌ ଡିଜେଲ୍‌, ୧୩୨ କେଡବ୍ଲ୍ୟୁ ଆଉଟ୍‌ ପୁଟ୍‌, ବଡି ଷ୍ଟାଇଲିଂ କିଟ୍‌, କ୍ରୋମ୍‌ ଟେଲ୍‌ ପାଇପ୍‌ ଫିନିଶର, ବ୍ଲ୍ୟକ୍‌ ପ୍ୟାକ୍‌, ଅନନ୍ୟ ବ୍ଲାକ୍‌ ଗ୍ରୀଲ୍‌, ଅନନ୍ୟ ବ୍ଲାକ୍‌ ରିୟର ଲାଇସେନ୍ସ୍‌ ପ୍ଲେଟ୍‌ ପ୍ଲନ୍ଥ, ରେଡ୍‌, ସ୍ପୋର୍ଟସ୍‌ ବ୍ୟାଡଜ୍‌ ଆଦି ବୈଶିଷ୍ଟ୍ୟ ରହିଛି। ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍‌ ରୋଭର ରେ୍‌ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ୍‌ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଅଲ ନିୟୁ ଡିସକଭର ମୂଲ୍ୟ ୭୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ନିୟୁ ରେଞ୍ଜ୍‌ ରୋଭର ଭେଲାର ମୂଲ୍ୟ ୮୨.୯୦ ଲକ୍ଷ ଟଙ୍କା, ରେଞ୍ଜ୍‌ ରୋଭର ସ୍ପୋର୍ଟସ୍‌ ମୂଲ୍ୟ ୧୦୨.୪୬ ଲକ୍ଷ ଟଙ୍କା ଏବଂ ରେ ରୋଭର ମୂଲ୍ୟ ୧୭୯.୫୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe