ବଜାରରେ ରେଞ୍ଜ ରୋଭରର ଲକଜୁରୀ ଏସୟୁଭି ଭେଲାର୍‌

Advertisment
ବଜାରରେ ରେଞ୍ଜ ରୋଭରର ଲକଜୁରୀ ଏସୟୁଭି ଭେଲାର୍‌

ଭୁବନେଶ୍ୱର: ଟାଟା ମୋଟର୍ସ ଅଧିନସ୍ଥ ଲକଜୁରୀ କାର୍‌ ବ୍ରାଣ୍ଡ ଜାଗୁଆର ଲାଣ୍ଡରୋଭର (ଜେଏଲଆର) ପକ୍ଷରୁ ଭାରତରେ ଏହାର ନୂତନ ରେଞ୍ଜ୍‌ ରୋଭର୍‌ ଭେଲାର୍‌ର ଶୁଭାରମ୍ଭ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୭୮.୮୩ ଲକ୍ଷ ଟଙ୍କା ରହିଥିବାବେଳେ ଏହା ବଜାରରେ ତିନୋଟି ପାୱାର୍‌ଟ୍ରେନ୍‌ ସହ ଉପଲବ୍ଧ । ତିନୋଟି ପାୱାରଟ୍ରେନ୍‌ ଯେପରିକି, ୨.୦ ୪-ସିଲିଣ୍ଡର୍‌ ୧୩୨ କିଲୋ ୱାଟ୍‌ ଡିଜେଲ୍‌, ୨.୦ , ୪-ସିଲିଣ୍ଡର୍‌ ୧୮୪ କିଲୋ ୱାଟ୍‌ ପେଟ୍ରୋଲ୍‌ ଏବଂ ୩.୦ ଭି୬ ୨୨୧ କିଲୋ ୱାଟ୍‌ ଡିଜେଲ୍‌ ଅନ୍ତର୍ଭୁକ୍ତ। ଏହି ନୂତନ ରେଞ୍ଜ ରୋଭର୍‌ ଭେଲାର୍‌ ବିଶ୍ୱ-ସ୍ତରୀୟ ରିଫାଇନମେଣ୍ଟ, ଅଲ ଟରେନ କ୍ଷମତା ସହିତ ଉତ୍ତମ ଦକ୍ଷତା ପ୍ରଦାନ କରିଥାଏ ।

ଅନ୍ତର୍ଜାତୀୟ ବଜାରରେ ଏହି ଏସୟୁଭି ଲଞ୍ଚ ହେବାପରେ ଗ୍ରାହକଙ୍କଠାରୁ ଭଲ ରେସପନ୍ସ ମିଳିଥିଲା । ସେହିପରି ଭାରତୀୟ ବଜାରରୁ ମଧ୍ୟ ଭଲ ସଫଳତା ପାଇବାକୁ କମ୍ପାନି ଆଶା ରଖିଛି । ଏହି ମଡେଲଟିକୁ ରେଞ୍ଜ ରୋଭର ଇଭୋକ୍‌ ଓ ରେଞ୍ଜ ରୋଭର ସ୍ପୋର୍ଟସ ମଧ୍ୟରେ ରଖାଯାଇଛି । ଏହା ଏଲେଜାଣ୍ଟ ସାଇଡ୍‌, ସ୍ଲିକ୍‌ ଏଲଇଡି ଲାଇଟ୍‌ ଓ ରିଅର ଲାଇଟ୍‌ ସହ ଆସୁଛି ।

ଏହି ପରିପ୍ରେକ୍ଷୀରେ ଜାଗୁଆର୍‌ ଲ୍ୟାଣ୍ଡ୍‌ ରୋଭର୍‌ ଇଣ୍ଡିଆ ଲିମିଟେଡ୍‌ର ସଭାପତି ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ରୋହିତ ସୁରୀ କହିଛନ୍ତି ଯେ, ଭେଲାର୍‌ ଏକ ଲୋକପ୍ରିୟ ଆରାମଦାୟକ ଏସ୍‌ୟୁଭି ରହିଆସିଛି ଏବଂ ଏହା ସହିତ ଲ୍ୟାଣ୍ଡ ରୋଭର ଉତ୍ପାଦ ଶୃଙ୍ଖଳା ପ୍ରତ୍ୟେକ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ଏକ ଲଜକୁରୀ ଏସୟୁଭି ହୋଇପାରିଛି । ଆଗାମୀ ଦିନ ମାନଙ୍କରେ ଭେଲାର୍‌ ଭାରତ ବଜାରରେ ଲ୍ୟାଣ୍ଡ୍‌ ରୋଭର୍‌ର ସ୍ଥିତିକୁ ଅଧିକ ଦୃଢ଼ିଭୁତ କରିବାରେ ସହାୟକ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe